ରେଳ ମନ୍ତ୍ରଣାଳୟ

ଚଳିତ ଆର୍ଥିକ ବର୍ଷ ଅଗଷ୍ଟ ସୁଦ୍ଧା ୨୧୬ ମାନବ ଜଗୁଆଳି ଥିବା ରେଳ ଫାଟକ ଉଚ୍ଛେଦ


ଆର୍ଥିକ ବର୍ଷ ୨୦୨୨ - ୨୩ରେ, ବର୍ତମାନ ପର୍ଯ୍ୟନ୍ତ ଅଗଷ୍ଟ ମାସ ଶେଷ ସୁଦ୍ଧା ୨୧୬ ମାନବ ଜଗୁଆଳି ଥିବା ଲେଭଲ୍ କ୍ରସିଂ (ରେଳ ଫାଟକ) ଗୁଡିକର ଉଚ୍ଛେଦ କରାଯାଇ ସାରିଛି

୨୦୨୧ - ୨୨ ଆର୍ଥିକ ବର୍ଷରେ ସମାନ ସମୟ ମଧ୍ୟରେ ହାସଲ ହୋଇଥିବା ଅଗ୍ରଗତି ତୁଳନାରେ ଏହା ୧୦% ଅଧିକ

ଚଳିତ ଆର୍ଥିକ ବର୍ଷ ୨୦୨୨ - ୨୩ ରେ, ରାସ୍ତା ଉପରେ ଏବଂ ରାସ୍ତା ତଳେ ୨୫୦ଟି ପୋଲ (ଆର୍‌ଓବି / ଆରୟୁବି) ଅଗଷ୍ଟ ୨୦୨୨ ସୁଦ୍ଧା ନିର୍ମାଣ କରାଯାଇ ସାରିଛି

ଭାରତୀୟ ରେଳର ବ୍ରୋଡ୍ ଗଜ୍ ନେଟୱର୍କରେ ସମସ୍ତ ମାନବ ବିହୀନ ଲେଭଲ୍ କ୍ରସିଂ (ୟୁଏମ୍‌ଏଲ୍‌ସି) ଉଚ୍ଛେଦ କରାଯାଇ ସାରିଛି

Posted On: 19 SEP 2022 5:56PM by PIB Bhubaneshwar

ଭାରତୀୟ ରେଳ ଲେଭଲ୍ କ୍ରସିଂ ହଟାଇବା କାର୍ଯ୍ୟ ମିଶନ ମୋଡ୍‌ରେ କାର୍ଯ୍ୟକାରୀ ହେଉଛି । ବର୍ତମାନ  ସୁଦ୍ଧା ଭାରତୀୟ ରେଳବାଇର ବ୍ରଡ୍ ଗଜ୍ ନେଟ୍‌ୱର୍କରେ ସମସ୍ତ ମାନବ ବିହୀନ ଲେଭଲ୍ କ୍ରସିଂକୁ ହଟାଇ ଦିଆଯାଇ ସାରିଛି । ମାନବ ବିହୀନ ଲେଭଲ୍ କ୍ରସିଂ ଗୁଡିକୁ ହଟାଇବା କାର୍ଯ୍ୟ ଗତ ୨୦୦୯ - ୧୪ ମଧ୍ୟରେ ବର୍ଷକୁ ୧୧୩୭ ରହିଥିବା ବେଳେ ସେଥିରେ ୨୦୧୪ - ୧୯ ସମୟ ମଧ୍ୟରେ ବର୍ଷକୁ ହାରାହାରି ୧୮୮୪ ଲକ୍ଷ୍ୟ ହାସଲ ହୋଇ ପାରିଛି ।

ଆର୍ଥିକ ବର୍ଷ ୨୦୨୨ - ୨୩ ସମୟରେ , ୧୦୦୦ ମାନବ ଜଗୁଆଳି ଥିବା ଲେଭଲ୍ କ୍ରସିଂ ଗୁଡିକର ଉଚ୍ଛେଦ କରିବାକୁ  ଲକ୍ଷ୍ୟ ରଖା ଯାଇଥିବା ବେଳେ ଅଗଷ୍ଟ ୨୦୨୨ ଶେଷ ସୁଦ୍ଧା ଏବେ ପର୍ଯ୍ୟନ୍ତ ୨୧୬ ମାନବ ଜଗୁଆଳି ଥିବା ଲେଭଲ୍ କ୍ରସିଂ ଗୁଡିକର ଉଚ୍ଛେଦ କରାଯାଇ ସାରିଛି, ଯାହା ସମାନ ସମୟ ମଧ୍ୟରେ ୨୦୨୧ - ୨୨ରେ ହାସଲ ହୋଇଥିବା ଅଗ୍ରଗତି ତୁଳନାରେ ୧୦% ଅଧିକ ଅଟେ । ୨୦୧୪ - ୨୨ ସମୟ ମଧ୍ୟରେ ପ୍ରତି ବର୍ଷ ମାନବ ଜଗୁଆଳି ଥିବା ୬୭୬ଟି ଲେଭଲ୍ କ୍ରସିଂକୁ ବନ୍ଦ କରା ଯାଇଛି ଯାହାର ସଂଖ୍ୟା ୨୦୦୯ - ୧୪ ସମୟ ଅବଧିରେ ପ୍ରତି ବର୍ଷ ୧୯୯ ଥିଲା ।

ମାନବ ଜଗୁଆଳି ଥିବା ଲେଭଲ୍ କ୍ରସିଂ ଗୁଡିକର ଉଚ୍ଛେଦ କରିବା କାର୍ଯ୍ୟକୁ ଦ୍ରୁତ କରିବା ଉଦ୍ଦେଶ୍ୟରେ, ବିଭିନ୍ନ ପଦକ୍ଷେପ ନିଆ ଯାଇଛି । ଯେମିତିକି ରାସ୍ତାର ଉପରେ / ତଳେ ପୋଲ ଗୁଡିକ ଦ୍ୱାରା ୧୦୦% ଉଚ୍ଛେଦ କାର୍ଯ୍ୟ ଗୁଡିକୁ ପାଣ୍ଠି ପ୍ରଦାନ ନିମନ୍ତେ ରହିଥିବା ନୀତିରେ ପରିବର୍ତନ ଏବଂ ରେଳ ବିଭାଗର ସଂଚାଳନରେ ଉନ୍ନତି ଆଣିବା ପାଇଁ ପରିବର୍ତନ ନିମନ୍ତେ ପ୍ରାଥମିକତା ଦେବାକୁ ନିର୍ଣ୍ଣୟ ନିଆ ଯାଇ (ବିଶେଷକରି ସ୍ୱର୍ଣ୍ଣ ଚତୁର୍ଭୁଜ / ବିକର୍ଣ୍ଣ ମାର୍ଗ ଏବଂ ଘଂଟା ପ୍ରତି ୧୬୦ କିଲୋମିଟର ଚିହ୍ନଟ ହୋଇଥିବା ପଥ ଗୁଡ଼ିକ) କାର୍ଯ୍ୟ ଗୁଡିକୁ ହାତକୁ ନିଆଯାଉଛି ।

ଯେତେବେଳେ କି ଆରଓବି / ଆର୍‌ୟୁବିର ନିର୍ମାଣ ଖର୍ଚ୍ଚ ରେଲୱେ ଏବଂ ସମ୍ବନ୍ଧିତ ରାଜ୍ୟ ସରକାରଙ୍କ ଦ୍ୱାରା ସମାନ ରୂପରେ ବଂଟନ କରା ଯାଉଥିଲା, ଆର୍ଥିକ ସହାୟତା ପ୍ରତିମାନରେ ବର୍ତମାନର ପରିବର୍ତନ କୌଣସି ବି ପକ୍ଷକୁ ନିଜର ଆବଶ୍ୟକତା ଆଧାରରେ ନିର୍ମାଣର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବା ପାଇଁ ଅନୁମତି ପ୍ରଦାନ କରିଛି । ଏହି ପ୍ରଗତିରେ ଦ୍ରୁତ ଗତି ଆଣିବା ପାଇଁ ଧନ ଆବଂଟନକୁ ପୂର୍ବ ୨୦୨୧ - ୨୨ ଆର୍ଥିକ ବର୍ଷର ୪୫୦୦ କୋଟି ଟଙ୍କା ବଦଳରେ ବୃଦ୍ଧି କରାଯାଇ ୬୫୦୦ କୋଟି ଟଙ୍କା କରି ଦିଆ ଯାଇଛି । (୪୪% ବୃଦ୍ଧି)

ରାସ୍ତାର ଉପରେ ଏବଂ ତଳେ ପୋଲ ଗୁଡିକର (ଆର୍‌ଓବି / ଆର୍‌ୟୁବି) ନିର୍ମାଣ :

ଲେଭଲ୍ କ୍ରସିଂ ଗୁଡିକର ଉଚ୍ଛେଦ ବଦଳରେ ଲେଭଲ୍ କ୍ରସିଂ ଗୁଡିକ ସ୍ଥାନରେ ରାସ୍ତାର ଉପରେ  / ତଳେ ପୋଲ ଗୁଡିକର ନିର୍ମାଣ କରା ଯାଉଛି । ୨୦୧୪ - ୨୨ ସମୟ ମଧ୍ୟରେ ରାସ୍ତାର ଉପରେ / ତଳେ ପୋଲ ଗୁଡିକର ନିର୍ମାଣ କ୍ଷେତ୍ରରେ ହାସଲ ହୋଇଥିବା ପ୍ରଗତି ବର୍ଷ ପିଛା ୧୨୨୫ ସଂଖ୍ୟକ ଅଟେ ଯାହା ୨୦୦୯ - ୧୪ ଅବଧିରେ ବର୍ଷକୁ ୭୬୩ ରହିଥିବା ବେଳେ ଏହା ତାହା ତୁଳନାରେ ୬୧% ଅଧିକ ଅଟେ । ଚଳିତ ଆର୍ଥିକ ବର୍ଷ ୨୦୨୨ - ୨୩ ସମୟରେ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ୨୫୦ ରାସ୍ତା ଉପରେ / ତଳେ ପୋଲ ଗୁଡିକର ନିର୍ମାଣ କରା ଯାଇଛି, ଯାହା ଏହି ଅବଧି ନିମନ୍ତେ ଗତ ଆର୍ଥିକ ବର୍ଷ ୨୦୨୧ - ୨୨ ତୁଳନାରେ ୫% ଅଧିକ ଅଟେ ।

***

SSP



 

 



(Release ID: 1860688) Visitor Counter : 120


Read this release in: English , Urdu , Hindi , Punjabi