ରେଳ ମନ୍ତ୍ରଣାଳୟ
azadi ka amrit mahotsav

ପିପିପି ମାଧ୍ୟମରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ପାଇଁ ନିକଟରେ କୌଣସି ବିଡ୍‌ ଆହ୍ବାନ କରାଯାଇନାହିଁ

ପୋଷ୍ଟ କରାଯିବା ଦିନାଙ୍କ: 06 SEP 2022 6:54PM by PIB Bhubaneswar

 

ସରକାରୀ ଘରୋଇ ଭାଗିଦାରୀ (ପିପିପି) ମାଧ୍ୟମରେ ୧୫୦ ଯୋଡ଼ା ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରଥମ ଥର ଲାଗି ଘରୋଇ ସଂସ୍ଥା ଠାରୁ ବିଡ୍‌ ଆହ୍ବାନ କରାଯାଇଥିବା ସମ୍ପର୍କରେ ଏକ ପ୍ରମୁଖ ଦୈନିକ ଏବଂ ଏହାର ଡିଜିଟାଲ ସଂସ୍କରଣରେ ଖବର ପ୍ରକାଶ ପାଇଛି । ଏସବୁ ଟ୍ରେନ୍‌ରେ ଯାତ୍ରୀ ଭଡ଼ା ସମ୍ପର୍କରେ ନିଷ୍ପତ୍ତି ନେବାର ସ୍ବାଧୀନତା ଘରୋଇ ସଂସ୍ଥା ନିକଟରେ ରହିବ ବୋଲି ଏହି ଖବରରେ ଦର୍ଶାଯାଇଛି ।

ମାତ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏଭଳି ବିଭ୍ରାନ୍ତିକର ଖବରକୁ ଖଣ୍ଡନ କରାଯାଇଛି । ଏଭଳି ଖବରରେ କୌଣସି ସତ୍ୟତା ନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ରେଳ ମନ୍ତ୍ରଣାଳୟ ଏଭଳି କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହିଁ କିମ୍ବା ନିକଟରେ ଏପରି କୌଣସି ବିଡ୍‌ ଆହ୍ବାନ କରାଯାଇନାହିଁ ।

ତେଣୁ ଏଭଳି ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଏବଂ ଅଂଶୀଦାରମାନେ ଏଥିପ୍ରତି ଧ୍ୟାନ ନଦେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

 

******

P.S.


(ରିଲିଜ ଆଡି: 1857225) ପରିଦର୍ଶକ କାଉଣ୍ଟର : 162
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Punjabi