ପୋଷ୍ଟ କରାଯିବା ଦିନାଙ୍କ:
30 AUG 2022 12:41PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାକୁଲିଶ ପରମ୍ପରାର କୁଳଗୁରୁ ସ୍ୱାମୀ ରାଜର୍ଷି ମୁନିଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ବର୍ଷ ବର୍ଷ ଧରି ଯୋଗ କ୍ଷେତ୍ରକୁ ତାଙ୍କର ଚମତ୍କାର ଅବଦାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସେ ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ ଏବଂ ଶୋକସନ୍ତପ୍ତ ଅନୁଗାମୀମାନଙ୍କୁ ସମବେଦନା ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଲାକୁଲିଶ ପରମ୍ପରାର ଗୁରୁ ସ୍ୱାମୀ ରାଜର୍ଷି ମୁନିଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ । ସେ ଯୋଗର ବିକାଶ ପାଇଁ ବର୍ଷ ବର୍ଷ ଧରି କାର୍ଯ୍ୟ କରିଥିଲେ । ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା ଏବଂ ଶୋକସନ୍ତପ୍ତ ଅନୁଗାମୀମାନଙ୍କୁ ସମବେଦନା ।”
HS