ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୁଳଗୁରୁ ସ୍ୱାମୀ ରାଜର୍ଷି ମୁନିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
30 AUG 2022 12:41PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାକୁଲିଶ ପରମ୍ପରାର କୁଳଗୁରୁ ସ୍ୱାମୀ ରାଜର୍ଷି ମୁନିଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ବର୍ଷ ବର୍ଷ ଧରି ଯୋଗ କ୍ଷେତ୍ରକୁ ତାଙ୍କର ଚମତ୍କାର ଅବଦାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ସେ ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ ଏବଂ ଶୋକସନ୍ତପ୍ତ ଅନୁଗାମୀମାନଙ୍କୁ ସମବେଦନା ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଲାକୁଲିଶ ପରମ୍ପରାର ଗୁରୁ ସ୍ୱାମୀ ରାଜର୍ଷି ମୁନିଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ । ସେ ଯୋଗର ବିକାଶ ପାଇଁ ବର୍ଷ ବର୍ଷ ଧରି କାର୍ଯ୍ୟ କରିଥିଲେ । ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା ଏବଂ ଶୋକସନ୍ତପ୍ତ ଅନୁଗାମୀମାନଙ୍କୁ ସମବେଦନା ।”
HS
(ରିଲିଜ ଆଡି: 1855554)
ପରିଦର୍ଶକ କାଉଣ୍ଟର : 117
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam