ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

ବ୍ରିକ୍ସ ରାଷ୍ଟ୍ରର ଯୁବ ପ୍ରତିଯୋଗୀ ଏବଂ ସରକାରୀ ପ୍ରତିନିଧିମାନଙ୍କୁ ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର

ପୋଷ୍ଟ କରାଯିବା ଦିନାଙ୍କ: 04 AUG 2022 6:59PM by PIB Bhubaneshwar

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଭିଡିଓ କନଫରେନ୍ସିଂ ଜରିଆରେ ୨ ଅଗଷ୍ଟ ୨୦୨୨ରେ ଆରମ୍ଭ ହୋଇଥିବା ଦ୍ୱିତୀୟ ବ୍ରିକ୍ସ ଯୁବ ଶିବିରରେ ଅଂଶଗ୍ରହଣ କରିଥିବା ବ୍ରିକ୍ସ ରାଷ୍ଟ୍ର ସମୂହର ଯୁବ ପ୍ରତିଯୋଗୀ ଏବଂ ସରକାରୀ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଛନ୍ତି ।

 

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସାରା ବିଶ୍ୱର ଯୁବକମାନଙ୍କ ମଧ୍ୟରେ ଏକ ଚିରସ୍ଥାୟୀ ସମ୍ପର୍କ ସ୍ଥାପନ ଉପରେ ପ୍ରାଥମିକତା ଦେଇ ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଲାଇଫଷ୍ଟାଇଲ୍‌ ଫର ଏନଭାଇରନ୍‌ମେଣ୍ଟ (ପରିବେଶ ପାଇଁ ଜୀବନଶୈଳୀ) ବା ଲାଇଫ ଅଭିଯାନ ବିଷୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଉଲ୍ଲେଖ କରିବା ସହିତ ଏହି ଅଭିଯାନକୁ ମିଳିତ ଭାବେ ଆଗେଇ ନେବା ନିମନ୍ତେ ଯୋଗଦାନ ଦେବା ଲାଗି ଯୁବପିଢ଼ିଙ୍କୁ ଆହ୍ବାନ କରିଥିଲେ । ଏହାଦ୍ୱାରା ପରିବେଶ ସଚେତନ ଜୀବନଶୈଳୀ ପାଇଁ ଏହି ଅଭିଯାନ ଏକ ଗଣଆନ୍ଦୋଳନର ରୂପ ନେବ । ସମ୍ବଳପୂର୍ଣ୍ଣ ଏକୀକରଣ ମାଧ୍ୟମରେ ଆନ୍ତଃପିଢ଼ି ସମ୍ପର୍କକୁ ବଜାୟ ରଖିବା ଏବଂ ସ୍ୱଦେଶୀ ଜ୍ଞାନକୁ ଜୀବନ୍ତ ରଖିବା ପରେ ସେ ଜୋର ଦେଇଥିଲେ ।

ଦ୍ୱିତୀୟ ବ୍ରିକ୍ସ ଅନ୍ତର୍ଜାତୀୟ ଯୁବ ଶିବିର ଅଧିକ ଫଳପ୍ରଦ ହୋଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

 

********

P.S.


(ରିଲିଜ ଆଡି: 1848527) ପରିଦର୍ଶକ କାଉଣ୍ଟର : 183
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी