ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

କ୍ରୀଡା କ୍ଷେତ୍ରରେ ଡୋପିଂ ବିରୋଧୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଏକ ବୈଧାନିକ ସଂସ୍ଥା ଭାବେ ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି ଗଠନ କରିବା ଲାଗି ସଂସଦରେ ନେସନାଲ ଆଣ୍ଟି-ଡୋପିଂ ବିଲ୍ ୨୦୨୨ ପାସ୍ ହୋଇଛି


ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଯେତେବେଳେ ଭାରତ ବଛା ବଛା ଦେଶ ଗୋଷ୍ଠୀରେ ଯୋଗ ଦେଇଛି ଯେଉଁମାନଙ୍କର ନିଜସ୍ୱ ଜାତୀୟ ଆଣ୍ଟି-ଡୋପିଂ ଆଇନ ରହିଛି: ଶ୍ରୀ ଅନୁରାଗ ଠାକୁର

ଘରୋଇ ତଥା ଆନ୍ତର୍ଜାତୀୟ ସ୍ତରରେ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ ଏବଂ ପ୍ରସ୍ତୁତି କରିବା ସମୟରେ ନୂତନ ନିୟମ ସଚ୍ଚୋଟତା ଓ ସର୍ବୋଚ୍ଚ ମାନ୍ୟତାକୁ ନିଶ୍ଚିତ କରିବ: ଶ୍ରୀ ଅନୁରାଗ ଠାକୁର

Posted On: 03 AUG 2022 8:32PM by PIB Bhubaneshwar

ଜ୍ୟସଭାରେ ଆଜି ଜାତୀୟ ଆଣ୍ଟି-ଡୋପିଂ ବିଲ୍‌, ୨୦୨୨ ପାସ୍ ହୋଇଛି ଏହି ବିଲ୍ ଲୋକସଭାରେ ୧୭ ଡିସେମ୍ବର, ୨୦୨୧ ରେ ଉପସ୍ଥାପିତ ହୋଇଥିଲା ଏବଂ ସଂସଦୀୟ ସ୍ଥାୟୀ କମିଟି ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ମିଳିଥିବା ପରାମର୍ଶ / ସୁପାରିଶ ଆଧାରରେ ପ୍ରସ୍ତାବିତ କିଛି ସରକାରୀ ସଂଶୋଧନ ସହିତ ୨୭ ଜୁଲାଇ, ୨୦୨୨ ରେ ପାରିତ ହୋଇଥିଲା ଏହା ୨୮ ଜୁଲାଇ, ୨୦୨୨ ରେ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା ଏହା ସହିତ ସଂସଦରେ ବିଲ୍ ପାରିତ ହୋଇଥିଲା ବିଲ୍ ଉପରେ ହୋଇଥିବା ଆଲୋଚନାର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି ଯେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ସର୍ବସମ୍ମତି କ୍ରମେ ଏହି ବିଲକୁ ସମର୍ଥନ କରିଛନ୍ତି

ବିଲ୍ ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଉଛି:

କ୍ରୀଡ଼ାରେ ଡୋପିଂ ନିଷେଧ ଏବଂ ଦେଶରେ ଡୋପିଂ ବିରୋଧୀ କାର୍ଯ୍ୟକଳାପକୁ କାର୍ଯ୍ୟକାରୀ କରିବା ପାଇଁ ଆଇନଗତ ଭାବେ ବୈଧାନିକ ବ୍ୟବସ୍ଥା

 ପ୍ରସ୍ତାବିତ ବିଲ୍ କେତେକ ଦିଗ ପୂରଣ କରିବାକୁ ଇଚ୍ଛା କରେ: -

 

  • ଆଣ୍ଟି-ଡୋପିଂରେ ଅନୁଷ୍ଠାନିକ ଦକ୍ଷତା ଗଠନ ଏବଂ ପ୍ରମୁଖ କ୍ରୀଡା ପ୍ରତିଯୋଗୀତାଣ୍ଟଗୁଡିକର ଆୟୋଜନକୁ ସକ୍ଷମ କରିବା;
  • ସମସ୍ତ କ୍ରୀଡ଼ାବିତଙ୍କ ଅଧିକାରର ସୁରକ୍ଷା;
  • ଆଥଲେଟମାନଙ୍କୁ ସମୟ ସୀମା ମଧ୍ୟରେ ନ୍ୟାୟ ପ୍ରଦାନ କରିବା;
  • କ୍ରୀଡ଼ାରେ ଡୋପିଂ ମୁକାବିଲା କରିବାରେ ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା;
  • ସ୍ୱଚ୍ଛତା ଭାବେ କ୍ରୀଡା ପାଇଁ ଆନ୍ତର୍ଜାତୀୟ ବାଧ୍ୟତାମୂଳକ ବ୍ୟବସ୍ଥା ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୃଢ କରିବା;
  • ଆଣ୍ଟି-ଡୋପିଂ ବିଚାର ପାଇଁ ନିରପେକ୍ଷ ବ୍ୟବସ୍ଥା;
  • ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଏବଂ ନ୍ୟାସନାଲ ଡୋପ୍ ଟେଷ୍ଟିଂ ଲାବୋରେଟୋରୀ (ଏନ୍‍ଡିଟିଏଲ୍‍) କୁ ଆଇନଗତ ମାନ୍ୟତା ପ୍ରଦାନ;
  • ଅଧିକ ଡୋପ୍ ଟେଷ୍ଟିଂ ପରୀକ୍ଷାଗାର ପ୍ରତିଷ୍ଠା କରିବା;
  • ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା; ଏବଂ
  • ଆଣ୍ଟି-ଡୋପିଂ ସମ୍ବନ୍ଧୀୟ ଆନୁଷ୍ଠାନିକ ଗବେଷଣା, ବିଜ୍ଞାନ ଏବଂ ଉତ୍ପାଦନ ପାଇଁ ସୁଯୋଗ ସୃଷ୍ଟି
  • ଭାରତରେ କ୍ରୀଡା ପାଇଁ ପୁଷ୍ଟିକର ଖାଦ୍ୟ ଉତ୍ପାଦନ ପାଇଁ ମାନକ ପ୍ରତିଷ୍ଠା

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଯେତେବେଳେ ଭାରତ ପ୍ରାୟ ବଛା ବଛା ୩୦ ଟି ଦେଶ ଗୋଷ୍ଠୀରେ ଯୋଗ ଦେଇଛି, ଯେଉଁମାନଙ୍କର ନିଜସ୍ୱ ଆଣ୍ଟି ଡୋପିଂ ଆଇନ ରହିଛି ଏହି ଆଇନ୍ ପ୍ରସ୍ତୁତ କରିବା ବିଶ୍ୱକୁ ଏକ ଦୃଢ ବାର୍ତ୍ତା ପଠାଇବ ଯେ କ୍ରୀଡା, କ୍ରୀଡ଼ାବିତ ତଥା ଡୋପିଂ ମୁକାବିଲା ପାଇଁ ଭାରତ ଅତ୍ୟନ୍ତ ଗମ୍ଭୀର ଅଟେ ଘରୋଇ ତଥା ଆନ୍ତର୍ଜାତୀୟ ସ୍ତରରେ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ ତଥା ପ୍ରସ୍ତୁତି ବେଳେ ନୂତନ ଆଇନ ସଚ୍ଚୋଟତା ଏବଂ ସର୍ବୋଚ୍ଚ ମାନ ସୁନିଶ୍ଚିତ କରିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଏହା କ୍ରୀଡ଼ା ପ୍ରତି ଆମର ପ୍ରତିବଦ୍ଧତାକୁ ଦୃଢ ଭାବରେ ପ୍ରତିଷ୍ଠିତ କରେ ବୋଲି ସେ କହିଛନ୍ତି

ସଂସଦରେ ହୋଇଥିବା ଆଲୋଚନାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ନାଡା ପ୍ରଯୁକ୍ତିବିଦ୍ୟା ବ୍ୟବହାର ସହିତ ଡୋପିଂ ବିରୋଧୀ ଶିକ୍ଷା ତଥା ସଚେତନତା ସୃଷ୍ଟି ଲାଗି ଟୁଲକିଟ୍‍ ବିକଶିତ କରିଛି ଡୋପିଂ ଏବଂ ଆନୁସଙ୍ଗିକ ଦିଗଗୁଡିକ ବିଷୟରେ ବିଦ୍ୟାଳୟ ସ୍ତରରୁ ସଚେତନତା ସୃଷ୍ଟି ଉପରେ ମଧ୍ୟ ଆମେ କାର୍ଯ୍ୟ କରୁଛୁ ଏହି ବିଲ୍ ପାରିତ ହେବା ଦେଶ ମଧ୍ୟରେ ଆଣ୍ଟି-ଡୋପିଂ ସହ ଜଡିତ ସଚେତନତା, ଶିକ୍ଷା ଏବଂ ଗବେଷଣା ସୁବିଧା ବୃଦ୍ଧି କରିବାରେ ସହାୟକ ହେବ ଶ୍ରୀ ଅନୁରାଗ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଏନ୍‍ଡିଟିଏଲ୍‍ କ୍ଷମତା ବୃଦ୍ଧି କରିଛୁ ଯାହା ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭର ଭାରତର ସ୍ୱପ୍ନକୁ ପୂରଣ କରିବ ଏହି ବିଲ୍ ଦେଶରେ ଅଧିକ ଡୋପ୍ ଟେଷ୍ଟିଂ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ମଧ୍ୟ ରାସ୍ତା ପ୍ରସ୍ତୁତ କରିବ

HS


(Release ID: 1848108) Visitor Counter : 143