ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ଓଡ଼ିଶାର ସାତକୋଶିଆ ସମେତ ଦେଶରେ ଆଉ ୧୦ଟି ଆର୍ଦ୍ରଭୂମିକୁ ମିଳିଲା ରାମସାର କ୍ଷେତ୍ର ମାନ୍ୟତା

Posted On: 03 AUG 2022 7:35PM by PIB Bhubaneshwar

ଓଡ଼ିଶାର ସାତକୋଶିଆ ଗର୍ଜ (ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ) ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି । ଏହାକୁ ମିଶାଇ ଦେଶରେ ମୋଟ୍‌ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ ପହଞ୍ଚିଛି । ଏବେ ଦେଶରେ ମୋଟ୍‌ ୧୨,୫୦,୩୬୧ ହେକ୍ଟର ଆର୍ଦ୍ରଭୂମି କ୍ଷେତ୍ରକୁ ଏହି ମାନ୍ୟତା ମିଳିଛି । ଚଳିତ ଥର ତାମିଲନାଡ଼ୁର ୬ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିଥିବା ବେଳେ ଓଡ଼ିଶା, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ କ୍ଷେତ୍ରକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ରାମସାର ମାନ୍ୟତା ମିଳିବା ଫଳରେ ଏସବୁ ଆର୍ଦ୍ରଭୂମିର ସଂରକ୍ଷଣ ଏବଂ ପରିଚାଳନାରେ ସହାୟତା ମିଳିପାରିବ ତଥା ସମ୍ବଳର ସୁବିନିଯୋଗ ହୋଇପାରିବ ।

୧୯୭୧ ମସିହାରେ ଇରାନରେ ରାମସାର କନଭେନ୍ସନ ସ୍ବାକ୍ଷରିତ ହୋଇଥିଲା । ଏଥିରେ ଭାରତ ଅନ୍ୟତମ ଚୁକ୍ତିବଦ୍ଧ ପକ୍ଷ ରହିଛି । ଫେବୃଆରୀ ପହିଲା ୧୯୮୨ରେ ଭାରତ ଏଥିରେ ସ୍ବାକ୍ଷର କରିଥିଲା । ଏବେ ସୁଦ୍ଧା ଭାରତରେ ଅନ୍ତର୍ଜାତୀୟ ଗୁରୁତ୍ବ ବହନ କରୁଥିବା ୧୨,୫୦,୩୬୧ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ୬୪ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିଛି ।

 

ଚଳିତ ଥର ମାନ୍ୟତା ପାଇଥିବା ୧୦ଟି ରାମସାର କ୍ଷେତ୍ର ହେଲା:

 

କ୍ରଂସଂ

ଆର୍ଦ୍ରଭୂମିର ନାମ

କ୍ଷେତ୍ରଫଳ ହେକ୍ଟରରେ

ରାଜ୍ୟ

ମାନ୍ୟତା ତାରିଖ

ପୃଷ୍ଠ ସଂଖ୍ୟା

କୁନ୍ତନକୁଲମ୍ ପକ୍ଷୀ ଅଭୟାରଣ୍ୟ

72.04

ତାମିଲନାଡ଼ୁ

08-11-2021

2-3

ସାତକୋଶିଆ ଗର୍ଜ

98196.72

ଓଡ଼ିଶା

12-10-2021

4-5

ନନ୍ଦା ହ୍ରଦ

42.01

ଗୋଆ

08-06-2022

6-7

ମନ୍ନାର ତଟବର୍ତ୍ତୀ ସାମୁଦ୍ରିକ ଜୈବ ମଣ୍ଡଳ ଅଭୟାରଣ୍ୟ

52671.88

ତାମିଲନାଡ଼ୁ

08-04-2022

8-9

ରଙ୍ଗନାତିଟ୍ଟୁ ବିଏସ

517.70

କର୍ଣ୍ଣାଟକ

15-02-2022

10-11

ଭେମ୍ବାନ୍ନୁର ଆର୍ଦ୍ରଭୂମି ପରିସର

19.75

ତାମିଲନାଡ଼ୁ

08-04-2022

12-13

ଭେଲ୍ଲୋଡ଼ ପକ୍ଷୀ ଅଭୟାରଣ୍ୟ

77.19

ତାମିଲନାଡ଼ୁ

08-04-2022

14-15

ସିରପୁର ଆର୍ଦ୍ରଭୂମି

161

ମଧ୍ୟପ୍ରଦେଶ

07-01-2022

16-17

ବେଦାନ୍ତଙ୍ଗଲ ପକ୍ଷୀ ଅଭୟାରଣ୍ୟ

40.35

ତାମିଲନାଡ଼ୁ

08-04-2022

18-19

୧୦

ଉଦୟମାର୍ତ୍ତଣ୍ଡପୁରମ ପକ୍ଷୀ ଅଭୟାରଣ୍ୟ

43.77

ତାମିଲନାଡ଼ୁ

08-04-2022

20-21

 

୧୦ଟି ଆର୍ଦ୍ରଭୂମିର ମୋଟ୍‌ କ୍ଷେତ୍ରଫଳ

1,51,842.41

 

 

 

 

ଭାରତରେ ରାମସାର କ୍ଷେତ୍ର ମାନ୍ୟତା ପାଇଥିବା ମୋଟ୍‌ ଆର୍ଦ୍ରଭୂମି କ୍ଷେତ୍ରଫଳ

(ଉପରୋକ୍ତ ୧୦ଟି ଅଧିକ କ୍ଷେତ୍ର ମାନ୍ୟତା ଲାଭ କରିବା ପରେ)

12,50,361

 

 

 

 

ଫଟୋ ସହିତ ଏହି କ୍ଷେତ୍ରଗୁଡ଼ିକ ବିଷୟରେ ଅଧିକ ଜାଣିବା ଲାଗି ଏଠାରେ କ୍ଲିକ୍‌ କରନ୍ତୁ

 

******

P.S.



(Release ID: 1848100) Visitor Counter : 223