ବୟନ ଶିଳ୍ପ ମନ୍ତ୍ରଣାଳୟ
azadi ka amrit mahotsav

ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମରେ ଓଡିଶାକୁ ମିଳିଛି ୧୦୦୯.୮୩ ଲକ୍ଷ


ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୨୦୧୯ -୨୦ ରୁ ୨୦୨୨ – ୨୩ (୩୦.୦୬.୨୦୨୨ ପର୍ଯ୍ୟନ୍ତ) ରାଜ୍ୟ / ରାଜ୍ୟ ଏଜେନ୍ସି ମାନଙ୍କୁ ୧୬,୮୫୪.୮୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରା ଯାଇଛି

ପୋଷ୍ଟ କରାଯିବା ଦିନାଙ୍କ: 03 AUG 2022 4:04PM by PIB Bhubaneshwar

ବୟନ ମନ୍ତ୍ରଣାଳୟ ହସ୍ତତନ୍ତର ବିକାଶ ତଥା ବୁଣାକାର ମାନଙ୍କର କଲ୍ୟାଣ ପାଇଁ ସାରା ଦେଶରେ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି ।

ଏହି ଯୋଜନା ଅଧୀନରେ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କରୁ ପ୍ରାପ୍ତ ହୋଇଥିବା ପ୍ରସ୍ତାବ ଉପରେ ଆଧାର କରି, ରାଜ୍ୟ ହସ୍ତତନ୍ତ ଏଜେନ୍ସି ଏବଂ ହସ୍ତତନ୍ତ ସମବାୟ ସମିତି ଗୁଡିକର ଭିତିଭୂମିର ବିକାଶ / ବୁଣାକାର ମାନଙ୍କର ବିକାଶ, ନବୀକରଣ ହୋଇଥିବା ତନ୍ତ ଏବଂ ସହାୟକ ଉପକରଣ ଗୁଡିକର କ୍ରୟ ନିମନ୍ତେ, ସୌର ଆଲୋକ ୟୁନିଟ୍ ସମୂହର ନିର୍ମାଣ, ୱାର୍କସେଡ୍ ନିର୍ମାଣ,  ଡିଜାଇନ୍ କ୍ଷେତ୍ରରେ ନବସୃଜନ, ଉତ୍ପାଦ ବିକାଶ ଏବଂ ବିବିଧକରଣ, ଦକ୍ଷତା ବିକାଶ ପାଇଁ , ହସ୍ତତନ୍ତ ଦ୍ରବ୍ୟର ମାର୍କେଟିଂ, ରିହାତି ମୂଲ୍ୟରେ ମୁଦ୍ରା ଋଣ  ଇତ୍ୟାଦି ନିମନ୍ତେ ଯୋଗ୍ୟ ହସ୍ତତନ୍ତ ଏଜେନ୍ସି ମାନଙ୍କୁ ବିତୀୟ ସହାୟତା ପ୍ରଦାନ କରା ଯାଇଥାଏ । ଗତ ତିନି ବର୍ଷରେ ଏବଂ ଚଳିତ ବର୍ଷ ୨୦୧୯ -୨୦ ରୁ ୨୦୨୨ – ୨୩ (୩୦.୦୬.୨୦୨୨ ପର୍ଯ୍ୟନ୍ତ) ସମୟ ମଧ୍ୟରେ ସମୁଦାୟ ୩୧,୦୯୪ ବୁଣାକାରଙ୍କୁ ଦେଶରେ ତନ୍ତ ଏବଂ ସହାୟକ ଉପକରଣ ଯୋଗାଇ ଦିଆ ଯାଇଛି ।

ଓଡିଶାକୁ ଗତ ତିନି ବର୍ଷ ଏବଂ ଚଳିତ ବର୍ଷର ଜୁନ୍ ମାସ ଶେଷ ସୁଦ୍ଧା ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୧୦୦୯.୮୩ ଲକ୍ଷ ଟଙ୍କାର ବିତୀୟ ସହାୟତା ପ୍ରଦାନ କରା ଯାଇଛି । 

ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଗତ ତିନି ବର୍ଷ ମଧ୍ୟରେ ଏବଂ ଚଳିତ ବର୍ଷ ୨୦୧୯ – ୨୦ ରୁ ୨୦୨୨ – ୨୩ (୩୦.୦୫.୨୦୨୨ ପର୍ଯ୍ୟନ୍ତ) ରାଜ୍ୟ/ ରାଜ୍ୟ ଏଜେନ୍ସି ମାନଙ୍କୁ ପ୍ରଦାନ କରା ଯାଇଥିବା ଆର୍ଥିକ ସହାୟତାର ବିବରଣୀ ଗୁଡିକ ନିମ୍ନରେ ପ୍ରଦାନ କରା ଯାଇଛି । :

S. No.

State/UTs

Financial assistance provided

(Rs. in lakh)

1

Andhra Pradesh

2,216.73

2

Arunachal Pradesh

191.10

3

Assam

1,694.77

4

Bihar

491.44

5

Chhattisgarh

388.20

6

Gujarat

165.21

7

Haryana

6.60

8

Himachal Pradesh

72.98

9

Jammu & Kashmir

361.11

10

Jharkhand

475.27

11

Karnataka

682.25

12

Kerala

493.25

13

Ladakh

6.65

14

Madhya Pradesh

321.75

15

Maharashtra

245.64

16

Manipur

3,596.78

17

Mizoram

809.50

18

Nagaland

404.53

19

Orissa

1,009.83

20

Punjab

24.14

21

Rajasthan

59.10

22

Sikkim

126.58

23

Tamil Nadu

753.74

24

Telangana

570.19

25

Tripura

469.60

26

Uttar Pradesh

764.77

27

Uttarakhand

64.12

28

West Bengal

389.04

 

Total

16,854.84

 

ବୟନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜର୍ଦ୍ଦୋଶ ଲୋକ ସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତର ଦେଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

 

***

SSP

 



 

 


(ରିଲିଜ ଆଡି: 1848074) ପରିଦର୍ଶକ କାଉଣ୍ଟର : 124
ଏହି ରିଲିଜ ପଢନ୍ତୁ : Urdu , English , Marathi , Manipuri , Malayalam