ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଓଏନ୍‌ଓଆର୍‌ସିରେ ୭୭ କୋଟିରୁ ଅଧିକ ପୋର୍ଟେବଲ୍ କାରବାର ରେକର୍ଡ


ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡ ଯୋଜନା (ଓଏନ୍‌ଓଆର୍‌ସି)ରେ ୭୭ କୋଟିରୁ ଅଧିକ ପୋର୍ଟେବଲ୍ କାରବାର ରେକର୍ଡ କରା ଯାଇଛି

୮୦ କୋଟି ହିତାଧିକାରୀ ପ୍ରତି ମାସରେ ପ୍ରାୟ ୩ କୋଟି ପୋର୍ଟେବିଲିଟ୍ ରେକର୍ଡ କରୁଥିବା ଓଏନ୍‌ଓଆର୍‌ସିର ଲାଭ ପାଇଥାନ୍ତି

ଏହି ଯୋଜନା ଆସନ୍ତା ସପ୍ତାହରେ ସଫଳ ଶୁଭାରମ୍ଭର ୩ ବର୍ଷ ପୂରଣ କରିବ

Posted On: 02 AUG 2022 3:42PM by PIB Bhubaneshwar

ଖାଦ୍ୟ ଏବଂ ସାଧାରଣ ବଂଟନ ବିଭାଗ "ୱାନ୍ ନେସନ୍ ୱାନ୍ ରାସନ କାର୍ଡ’ (ଓଏନ୍‌ଓଆର୍‌ସି) ଯୋଜନାର ସଫଳତାକୁ ପାଳନ କରିବା ନିମନ୍ତେ ଏକ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଆୟୋଜନ କରୁଛି, ଯାହା ୯ ଅଗଷ୍ଟ ୨୦୧୯ରେ ଚାରିଟି ରାଜ୍ୟରେ ଏକ ପାଇଲଟ୍ ପ୍ରକଳ୍ପ ଭାବରେ ଆରମ୍ଭ କରାଯାଇଥିଲା ।

ପୋର୍ଟେବିଲିଟି କାରବାରର ପ୍ରଦର୍ଶନ

Transactions since

August 2019

NFSA Transactions

~60%

 

Avg Monthly Portable

Transactions

>77.5 Crore

PMGKAYTransactions

~40%

3.5 Crore

(in last 6 months)

 

Transactions during

COVID period

Total Distribution of food grains

Total Subsidy Incurred

>70 Crore

>144 LMT

>43,000 Crore

 

 

 

ଓଏନ୍‌ଓଆର୍‌ସି ଏକ ପ୍ରଯୁକ୍ତି ସଂଚାଳିତ ଯୋଜନା ଅଟେ, ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍‌ଏଫ୍‌ଏସ୍‌ଏ) ଅଧୀନରେ ରାସନ କାର୍ଡକୁ ସାରା ଦେଶରେ ପୋର୍ଟେବିଲିଟି ନିମନ୍ତେ ଲାଗୁ କରା ଯାଉଛି । ଏହି ପ୍ରଣାଳୀ ସମସ୍ତ ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀ ମାନଙ୍କୁ, ବିଶେଷ ରୂପରେ ପ୍ରବାସୀ ହିତାଧିକାରୀ ମାନଙ୍କୁ, ବାୟୋମେଟ୍ରିକ୍ / ଆଧାର ପ୍ରମାଣୀକରଣ ସହିତ ସେମାନଙ୍କ ନିକଟରେ ରହିଥିବା ପ୍ରଚଳିତ ରାସନ କାର୍ଡ ମାଧ୍ୟମରେ ଦେଶରେ କୌଣସି ଉଚିତ୍ ମୂଲ୍ୟର ଦୋକାନ (ଏଫ୍‌ପିଏସ୍‌) ରୁ ସେମାନଙ୍କର ହକ୍ ପ୍ରାପ୍ୟ ଖାଦ୍ୟଶସ୍ୟର ସମ୍ପୂର୍ଣ୍ଣ କିମ୍ବା କିଛି ଅଂଶ ପାଇବା ପାଇଁ ଦାବି କରିବା ନିମନ୍ତେ ଅନୁମତି ଦେଇଥାଏ ।

ଏହି ପ୍ରଣାଳୀ, ଯଦି ଅନ୍ୟ କେହି ସେହି ପରିବାରର ସଦସ୍ୟ ଥାଆନ୍ତି, ଯେତେବେଳେ ସେମାନେ ଘରକୁ ଫେରନ୍ତି, ସେହି ରାସନ କାର୍ଡରେ ଅବଶିଷ୍ଟ ଖାଦ୍ୟଶସ୍ୟ ନିମନ୍ତେ ଦାବି କରିବା ପାଇଁ ଏହା ଅନୁମତି ଦେଇଥାଏ ।

୯ ଅଗଷ୍ଟ, ୨୦୧୯ରେ ଆରମ୍ଭ ହେବା ପରେ, ଖୁବ୍ କମ୍ ସମୟ ମଧ୍ୟରେ, ଏବେ ଏହା ସାରା ଦେଶରେ ୩୬ଟି ରାଜ୍ୟ/ କେନ୍ଦ୍ର ଶାସିତ  ଅଂଚଳ ଗୁଡିକରେ ଲାଗୁ କରା ଯାଇଛି । ଆସାମ ହେଉଛି ଆଗକୁ ଆସି ଏଥିରେ ସାମିଲ୍ ହେବାରେ ଶେଷ ରାଜ୍ୟ ଭାବରେ ଜୁନ୍ ୨୦୨୨ରେ ଏହି ଯୋଜନାରେ ସାମିଲ୍ ହୋଇଛି ଏବଂ ଏହି ପ୍ରକାରର ଯୋଜନା ସର୍ବ ଭାରତୀୟ ସ୍ତରରେ ଲାଗୁ ହେବାର କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ରୂପ ପ୍ରଦାନ କରିଛି । ଖାଦ୍ୟ ସୁରକ୍ଷା ଏବେ ସମଗ୍ର ଦେଶରେ ପୋର୍ଟେବଲ୍ ଅଟେ । ଏହି ଯୋଜନା ଦେଶରେ ନିଜ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଧରଣର ନାଗରିକ କେନ୍ଦ୍ରିତ ପଦକ୍ଷେପ ଅଟେ । ବର୍ତମାନ ସମୟରେ, ଏହି ପ୍ରଣାଳୀ ପ୍ରାୟ ସମସ୍ତ (୮୦ କୋଟି) ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀ ମାନଙ୍କୁ (ପାଖାପାଖି ସମସ୍ତ ଏନ୍‌ଏଫ୍‌ଏସ୍‌ଏ ଜନସଂଖ୍ୟା)କୁ ପରିସରଭୁକ୍ତ କରି ସାରିଛି । ସର୍ବୋପରି, ଏହି ଯୋଜନା ଅଧୀନରେ ପ୍ରତି ମାସରେ ପାଖାପାଖି ୩ କୋଟି ପୋର୍ଟେବିଲିଟି କାରବାର ଉଲ୍ଲେଖ କରା ଯାଉଛି ।

ଏହି ହିତାଧକାରୀ କେନ୍ଦ୍ରିତ ଉଚ୍ଚ ପ୍ରଭାବ ସମ୍ପନ୍ନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଦେଶରେ ସମସ୍ତ ସ୍ଥାନରେ ନିଜର ଖାଦ୍ୟ ସୁରକ୍ଷା ନିମନ୍ତେ ସମସ୍ତ ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀ ମାନଙ୍କୁ ଆତ୍ମନିର୍ଭର ହେବା ପାଇଁ ସଶକ୍ତ କରିବା । ଏହି ଯୋଜନା କୋଭିଡ୍ - ୧୯ ମହାମାରୀ ସମୟରେ, ପ୍ରତ୍ୟେକ ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀ ମାନଙ୍କ ନିମନ୍ତେ, ବିଶେଷ ରୂପରେ ପ୍ରବାସୀ ହିତାଧିକାରୀ ମାନଙ୍କ ପାଇଁ ଏକ ଅଭୂତପୂର୍ବ ମୂଲ୍ୟ ଯୁକ୍ତ ସେବା ଭାବରେ ନିଜକୁ ପ୍ରମାଣିତ କରିଛି । ଏହା ଆମକୁ ଲକ୍‌ଡାଉନ୍ / ସଂକଟ ସମୟରେ କୌଣସି ବି ସ୍ଥାନରେ ନମନୀୟତା ସହିତ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟର ଲାଭ ଉଠାଇବା ପାଇଁ ସୁବିଧା ପ୍ରଦାନ କରିଛି । ଆରମ୍ଭ ହେବା ଦିନଠାରୁ (ଅଗଷ୍ଟ ୨୦୧୯ରେ) ଓଏନ୍‌ଓଆର୍‌ସି ଅଧୀନରେ ପାଖାପାଖି ୭୭.୮୮ କୋଟି ପୋର୍ଟେବଲ୍ ଆଦାନ ପ୍ରଦାନ ହୋଇ ସାରିଛି । 

ହିତାଧିକାରୀ ମାନଙ୍କୁ ଓଏନ୍‌ଓଆର୍‌ସିର ଲାଭ ସମ୍ପର୍କରେ ଅବଗତ କରାଇବା ନିମନ୍ତେ ହିନ୍ଦୀ ଏବଂ କ୍ଷେତ୍ରୀୟ ଭାଷା ଗୁଡିକରେ ଏକ ସୁଦୃଢ଼ ସଚେତନତା ଅଭିଯାନ ମଧ୍ୟ ଚାଲୁ କରା ଯାଇଛି ।

ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ଗୁଡିକରେ ଏକ ରାଷ୍ଟ୍ର ଏକ ରାସନ କାର୍ଡ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ପ୍ରଗତି

 

ସମସ୍ତ ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀ ମାନଙ୍କର ଲାଭ ନିମନ୍ତେ ଓଏନ୍‌ଓଆର୍‌ସି "ମେରା ରାସନ’ ଉପରେ ଏକ ବିଶେଷ ରୂପରେ ଅନୁକୂଳିତ ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍ ମଧ୍ୟ ଆରମ୍ଭ କରା ଯାଇଛି । ଆପ୍ଲିକେସନ୍ ବହୁବିଧ କାର୍ଯ୍ୟ ଦକ୍ଷତା ପ୍ରଦାନ କରିଥାଏ ଏବଂ ବିଶେଷ ରୂପରେ ପ୍ରବାସୀ ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀ ମାନଙ୍କ ନିମନ୍ତେ ରାସନର ପୋର୍ଟେବିଲିଟିକୁ ସହଜ କରିବା କାର୍ଯ୍ୟକୁ । ସର୍ବୋପରି, ଏହି ଆପ୍ଲିକେସନ ଏବେ ୧୩ଟି ଭାଷାରେ ଉପଲବ୍ଧ ହେଉଛି ।

ଏତଦ୍ ବ୍ୟତୀତ, ଓଏନ୍‌ଓଆର୍‌ସି ଅଧୀନରେ ଅଧିକାଂଶ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳରେ ୫ ଅଙ୍କ ବିଶିଷ୍ଟ ‘୧୪୪୪୫' ଟୋଲ୍ ଫ୍ରି ନମ୍ବର ମଧ୍ୟ ଉପଲବ୍ଧ ଅଛି ।

***

 

 

SSP



 

 



(Release ID: 1847597) Visitor Counter : 148