ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ
ନାରୀ ଶକ୍ତି ପୁରସ୍କାର-2022 ପାଇଁ ଆବେଦନ ପତ୍ର/ ନାମାଙ୍କନ ଆମନ୍ତ୍ରଣ କରୁଛି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ
ଏହି ପୁରସ୍କାର ମହିଳା ସଶକ୍ତିକରଣ, ବିଶେଷ ଭାବରେ ଆର୍ଥିକ ଅନଗ୍ରସର ଓ ସାଧାରଣ ସୁବିଧାରୁ ବଞ୍ଚିତ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ପାଇଁ ଦିଆଯିବ
ଅନଲାଇନ୍ ଆବେଦନ ପତ୍ର/ ନାମାଙ୍କନ 31 ଅକ୍ଟୋବର, 2022 ପର୍ଯ୍ୟନ୍ତ ପଠା ଯାଇପାରିବ
प्रविष्टि तिथि:
22 JUL 2022 5:54PM by PIB Bhubaneshwar
ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନାରୀ ଶକ୍ତି ପୁରସ୍କାର-2022 ପାଇଁ ଆବେଦନ / ନାମାଙ୍କନ ଆମନ୍ତ୍ରିତ କରାଯାଉଛି। ନାରୀ ଶକ୍ତି ପୁରସ୍କାର, 2022 ପାଇଁ ଆବେଦନ /ନାମାଙ୍କନ କେବଳ ନିର୍ଦ୍ଦିଷ୍ଟ ୱେବସାଇଟ୍ www.awards.gov.in.ମାଧ୍ୟମରେ ଗ୍ରହଣ କରାଯିବ।
31 ଅକ୍ଟୋବର, 2022 ପର୍ଯ୍ୟନ୍ତ ପ୍ରାପ୍ତ ସମସ୍ତ ଆବେଦନ ପତ୍ର/ ନାମାଙ୍କନ ଉପରେ ବର୍ଷ 2022 ପାଇଁ ନାରୀ ଶକ୍ତି ପୁରସ୍କାର ପାଇଁ ବିଚାର କରାଯିବ।
ନାରୀ ଶକ୍ତି ପୁରସ୍କାର-2022 ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅର୍ଥାତ୍ 8 ମାର୍ଚ୍ଚ 2023 ରେ ମହିଳା ସଶକ୍ତିକରଣ, ବିଶେଷ ଭାବରେ ଆର୍ଥିକ ଅନଗ୍ରସର ଏବଂ ସାଧାରଣ ସୁବିଧାରୁ ବଞ୍ଚିତ ଥିବା ମହିଳାମାନଙ୍କ ପାଇଁ କାମ କରୁଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରଦାନ କରାଯିବ।
ଯୋଗ୍ୟତା ମାନଦଣ୍ଡ ଏବଂ ଅନ୍ୟ ବିବରଣୀ ପାଇଁ, ନାରୀ ଶକ୍ତି ପୁରସ୍କାର ନିମନ୍ତେ ପାଇଁ ନିର୍ଦ୍ଦେଶାବଳୀ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ୱେବସାଇଟ୍ https://wcd.nic.in/acts/guidelines-nari-shakti-puraskar-2022-onwards ରେ ଏବଂ ଆବେଦନ /ନାମାଙ୍କନ ପୋର୍ଟାଲ୍ www.awards.gov.in ରେ ଉପଲବ୍ଧ ରହିଛି।
BS
(रिलीज़ आईडी: 1844051)
आगंतुक पटल : 227