ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜି -୭ ଶିଖର ସମ୍ମିଳନୀ ଅବସରରେ ଆର୍ଜେଣ୍ଟିନାର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 26 JUN 2022 11:39PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଜୁନ୍୨୦୨୨ରେ ମୁନିଚ ଠାରେ ଜି- ଶିଖର ସମ୍ମିଳନୀ ଅବସରରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଆଲବର୍ଟୋ ଫର୍ଣ୍ଣାଡେଜ୍ଙ୍କୁ ଭେଟିଛନ୍ତି

ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷିକ ବୈଠକ ଥିଲା ସେମାନେ ୨୦୧୯ ରେ ପ୍ରତିଷ୍ଠିତ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀର କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସହିତ ବିଭିନ୍ନ ପ୍ରସଙ୍ଗ ବିଶେଷ କରି ଔଷଧ, ଦକ୍ଷିଣ-ଦକ୍ଷିଣ ସହଯୋଗ, ଜଳବାୟୁ କାର୍ଯ୍ୟଯୋଜନା, ଅକ୍ଷୟ ଶକ୍ତି, ଆଣବିକ ଔଷଧ, ବୈଦ୍ୟୁତିକ ଗତିଶୀଳତା, ପ୍ରତିରକ୍ଷା ସହଯୋଗ, କୃଷି ଏବଂ ଖାଦ୍ୟ ସୁରକ୍ଷା, ପାରମ୍ପାରିକ ଔଷଧ, ସାଂସ୍କୃତିକ ସହଯୋଗ ତଥା ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକରେ ସମନ୍ୱୟ ଉପରେ ଆଲୋଚନା ହୋଇଥିଲା ଏହି କ୍ଷେତ୍ରଗୁଡିକରେ ସେମାନଙ୍କର ଦ୍ୱିପାକ୍ଷିକ ଯୋଗଦାନକୁ ବୃଦ୍ଧି କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ

HS


(ରିଲିଜ ଆଡି: 1837250) ପରିଦର୍ଶକ କାଉଣ୍ଟର : 175