ଯୋଗାଯୋଗ ମନ୍ତ୍ରଣାଳୟ

ପଥ ପ୍ରଦର୍ଶନକାରୀ ଆପ୍ ନିର୍ମାଣ ପାଇଁ ଭାରତ-ଜାତିସଂଘ ଚୁକ୍ତିକୁ କ୍ୟାବିନେଟର ଅନୁମୋଦନ

Posted On: 14 JUN 2022 4:12PM by PIB Bhubaneshwar

 

ଜେନେଭାସ୍ଥିତ ଜାତିସଂଘର ଦପ୍ତର ପାଲେ ଦି ନେସନ(ପ୍ୟାଲେସ ଦି ନେସନ୍ସ)ରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଏକ ପଥପ୍ରଦର୍ଶନକାରୀ (ୱେ ଫାଇଣ୍ଡିଂ ଆପ୍ଲିକେସନ) ପାଇଁ ଭାରତ ଏକ ମିଳିତ ଜାତିସଂଘ ମିଳିତ ଭାବେ କାମ କରିବେ । ଏହି ଆପ୍ଲିକେସନ ବା ଆପ୍ ଜାତିସଂଘର ଜେନେଭା ଦପ୍ତର (ୟୁଏନ୍‌ଓଜି)ରେ ଥିବା ପାଲେ ଦି ନେସନ୍ସରେ ବ୍ୟବହୃତ ହେବ । ଏଥିପାଇଁ ଦୁଇପକ୍ଷ ମଧ୍ୟରେହେବାକୁ ଥିବା ଚୁକ୍ତିକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।

୧୯୪୫ରେ ସ୍ଥାପିତ ମିଳିତ ଜାତିସଂଗ ଏକ ଆନ୍ତର୍ଜାତିକ ପ୍ରତିଷ୍ଠାନ । ଏବେ ଏହାର ସଦସ୍ୟ ସଂଖ୍ୟା ୧୯୩ । ଭାରତ ମିଳିତ ଜାତିସଂଘର ଜଣେ ପ୍ରତିଷ୍ଠାତା ସଦସ୍ୟ । 

ସୁଇଜରଲ୍ୟାଣ୍ଡର ଜେନେଭା ସହରରେ ଜାତିସଂଘର ଦପ୍ତର (ୟୁଏନ୍‌ଓଜି)ର ପାଂଚଟି ଅଟ୍ଟାଳିକା ରହିଛି । ଏଥିରେ ମୋଟ ୨୧ ତାଲା (ଫ୍ଲୋର) ଅଛି । ଏହା ଫରାସୀ ଭାଷାରେ ପାଲେ ଦି ନେସନ୍ସ ନାମରେ ପରିଚିତ । ଏହି ଦପ୍ତର ଜାତିସଂଘରର ଏକ ଐତିହାସିକ ଅଟ୍ଟାଳିକା । ଜାତିସଂଘର ବିଭିନ୍ନ ବୈଠକ, ସମାବେଶ ଆଦିରେ ଯୋଗ ଦେବାକୁ  ବହୁ ସଂଖ୍ୟକ ପ୍ରତିନିଧି, ନାଗରିକ ସମାଜର ସଦସ୍ୟ ଓ ସାଧାରଣ ଜନତା ଏହି ଦପ୍ତରକୁ ଯାଇଥାନ୍ତି ।

ଭବନର ଜଟିଳତା ଏବଂ ଏହି ଦପ୍ତରର ବିଭିନ୍ନ କାର୍ଯ୍ୟକ୍ରମର ବିପୁଳ ଲୋକଙ୍କ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି ପଥ ପ୍ରଦର୍ଶନ ବ୍ୟବସ୍ଥାକୁ ସୁଗମ କରିବାର ଆବଶ୍ୟକ ରହିଛି । ଏଥିପାଇଁ ଏକ ନାଭିଗେସନାଲ ଆପ୍ ବିକଶିତ କରି କାମରେ ଲଗାଇବା  ଜରୁରୀ । ପ୍ରତିନିଧି ଓ ଅନ୍ୟାନ୍ୟ ପରିଦର୍ଶକ ଏହି ଭବନ ମଧ୍ୟରେ ପଶିଲେ ସୁବିଧାରେ ଓ ସହଜରେ ବିଭିନ୍ନ ବିଭାଗ ଓ ଦପ୍ତରକୁ ଯିବା ପାଇଁ ଏକ ପଥପ୍ରଦର୍ଶନକାରୀ ଆପ୍‌ର ଆବଶ୍ୟକତା ଅପରିହାର୍ଯ୍ୟ ।

ଖୋଲା ଯାଗାରେ ଜିପିଏସ୍ ଆପ୍ ପଥପ୍ରଦର୍ଶନରେ ବିଶେଷ ସଫଳ ହୋଇଥାଏ, କିନ୍ତୁ ବିରାଟ ଅଟ୍ଟାଳିକା ଓ ଭବନ ଭିତରେ ଏହା ବିଶେଷ କାମରେ ନାହିଁ । ଏଥିପାଇଁ ଅଟ୍ଟାଳିକା ଭିତରେ ମାର୍ଗ ଦର୍ଶନ କରିପାରୁଥିବା ଆପ୍‌ର ଆବଶ୍ୟକତା ରହିଛି । ଏହାର ସହାୟତାରେ ପ୍ରତିନିଧି ଓ ଅନ୍ୟାନ୍ୟ ଲୋକେ ଗୋଟିଏ ଅଟ୍ଟାଲିକାରୁ ଅନ୍ୟ ଅଟ୍ଟାଳିକା ଓ ବିଭିନ୍ନ ଦପ୍ତରକୁ ସହଜରେ ଯାଇପାରିବେ । ଭାରତ ଏହି ପଥ ପ୍ରଦର୍ଶନକାରୀ ଆପ୍ ବିକଶିତ କରିବ । ୨୦୨୦ରେ ଜାତିସଂଘର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତ ଏଭଳି ଏକ ଯୋଜନା ପ୍ରସ୍ତୁତ କରି ବିଶ୍ୱର ଏହି ସର୍ବୋଚ୍ଚ ପ୍ରତିଷ୍ଠାନକୁ ଦାନ ଆକାରରେ ଏଭଳି ଏକ ଆପ୍ ଦେବାକୁ ନିଷ୍ପତ୍ତି ନେଇଥିଲା । ଏହି ଆପ୍‌ର ବିକାଶ, ମୁତୟନ ଓ ରକ୍ଷଣାବେକ୍ଷଣ ପାଇଁ ମୋଟ ୨ନିୟୁତ ଡଲାର ଖର୍ଚ୍ଚ ହେବ ବୋଲି ହିସାବ କରାଯାଇଛି । ଏଥି ନିମନ୍ତେ ଏକ ସଫ୍ଟଓୟାରଭିତ୍ତିକ ପଥ ପ୍ରଦର୍ଶନକାରୀ ଆପ୍ ବିକଶିତ ହେବ । ଏହା ପାଲେ ଦି ନେସନ ଦପ୍ତରରେ ମୁତୟନ ହେଲେ ଏହାର ବ୍ୟବହାରକାରୀ ଏହି ଆପ୍ ସହାୟତାରେ ପାଂଚଟି ଯାକ ଅଟ୍ଟାଳିକାର ମୋଟ ୨୧ ତାଲାରେ ଥିବା ବିଭିନ୍ନ ଦପ୍ତର /କାର୍ଯ୍ୟାଳୟକୁ ଅନାୟସରେ ଯାଇପାରିବେ ।

ଏହି ଆପ୍ ଏକ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଡିଭାଇସ୍ ମାଧ୍ୟମରେ କାର୍ଯ୍ୟ କରିବ । ଆପ୍‌ର ବିକାଶ କାମ ସି-ଡଟ୍ ଉପରେ ନ୍ୟସ୍ତ କରାଯାଇଛି । ସି-ଡଟ୍ ଏକ ସ୍ୱୟଂ ଶାସିତ ଟେଲିକମ୍ ଗବେଷଣା ଓ ବିକାଶ କେନ୍ଦ୍ର ଏବଂ ଏହା ଭାରତ ସରକାରଙ୍କ ଟେଲି ଯୋଗାଯୋଗ ବିଭାଗ ଅଧୀନରେ ରହିଛି । ଭାରତ ପାଇଁ ଏହା ଏକ ମର୍ଯ୍ୟାଦାଜନକ ବିଷୟ । ଜାତିସଂଘକୁ ଏହା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଦାନ ହେବ । ଏହାଛଡା ମେଡ୍ ଇନ ଇଣ୍ଡିଆ ଆପ ମାଧ୍ୟମରେ ଭାରତ ବିଶ୍ୱକୁ ତାହାର ସଫ୍ଟଓୟାର ବିଶେଷତ୍ୱ ଦକ୍ଷତା ଏବଂ କୋମଳଶକ୍ତିର ପରିଚୟ ଦେଇପାରିବ।

 

****

TKM/SLP



(Release ID: 1834059) Visitor Counter : 135