ପ୍ରତିରକ୍ଷା ମନ୍ତ୍ରଣାଳୟ

ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅଗ୍ନି -୪ର ସଫଳ ପରୀକ୍ଷଣ

Posted On: 06 JUN 2022 8:25PM by PIB Bhubaneshwar

ଓଡ଼ିଶାର ଏପିଜେ ଅବଦୁଲ କାଲାମ ଦ୍ବୀପରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଜୁନ ୬ ତାରିଖ, ୨୦୨୨ ସମୟ ପ୍ରାୟ ସନ୍ଧ୍ୟା ସାଢ଼େ ସାତଟା ସମୟରେ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା । ରଣନୈତିକ ବାହିନୀ କମାଣ୍ଡ ଅଧୀନରେ ବ୍ୟବହାରକାରୀଙ୍କ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି କ୍ଷେପଣାସ୍ତ୍ରର ଏକ ନିୟମିତ ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣ ଆଶାନୁରୂପ ସଫଳତା ହାସଲ କରିଥିଲା । ଏହି କ୍ଷେପଣାସ୍ତ୍ର ଉତକ୍ଷେପଣର ସମସ୍ତ ପରିଚାଳନାଗତ ମାପଦଣ୍ଡ ସହିତ ପ୍ରଣାଳୀର ବିଶ୍ବସନୀୟତାକୁ ପ୍ରମାଣିତ କରିଥିଲା । ‘ଭରସାଯୋଗ୍ୟ ସର୍ବନିମ୍ନ ପ୍ରତିରକ୍ଷା’ କ୍ଷମତା ଧାରଣ ପାଇଁ ଭାରତର ନୀତିକୁ ଏହି ସଫଳ ପରୀକ୍ଷଣ ପୁନଃ ସୁନିଶ୍ଚିତ କରିଛି ।

 

*****

P.S.

 



(Release ID: 1831664) Visitor Counter : 219


Read this release in: Hindi , English , Urdu , Marathi