ପ୍ରତିରକ୍ଷା ମନ୍ତ୍ରଣାଳୟ

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଦ୍ୱାରା ୭୬,୩୯୦ କୋଟି ଟଙ୍କାର ପ୍ରସ୍ତାବ ଅନୁମୋଦିତ, ଆତ୍ମନର୍ଭର ଭାରତ ନିମନ୍ତେ ବଡ ପ୍ରୋତ୍ସାହନ

Posted On: 06 JUN 2022 4:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ପାଇଁ ଆହ୍ୱାନ ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)ର ଏକ ବୈଠକ ଆଜି (୦୬.୦୬.୨୦୨୨)ରେ ବସି ସଶସ୍ତ୍ର ସେନାର ୭୬, ୩୯୦କୋଟି ଟଙ୍କା ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବ ବାଏ (ଇଣ୍ଡିଆନ) ଆଣ୍ଡ ମେକ ଇଣ୍ଡିଆନ ଆଣ୍ଡ ବାଏ ଇଣ୍ଡିଆନ ଆଇଡିଡିଏମ୍ ଶ୍ରେଣୀରେ ଅନୁମୋଦିତ ହୋଇଛି । ଏହା ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ଏକ ବିରାଟ ପ୍ରୋତ୍ସାହନ ଦେବା ସହ ବିଦେଶୀ ମୁଦ୍ରା ଖର୍ଚ୍ଚ ପ୍ରଭୃତ ହ୍ରାସ ପାଇବ । 

ଭାରତୀୟ ସେବା ନିମନ୍ତେ ଡିଏସି କଷ୍ଟକର ପାର୍ବତ୍ୟାଞ୍ଚଳ ଫୋର୍କ ଲିଫ୍ଟ ଟ୍ରକ (ଆରଟିଏଫଏଲଟିଏଏସ), ପୋଲ ବିଛାଇବା ଟ୍ୟାଙ୍କ (ବିଏଲଟିଏସ), ଚକ ଯୁକ୍ତ ସାଞ୍ଜୁଆ ଲଢେଇ ଯାନ (ଡବୁଏଚଏଫଭିଏସ), ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର(ଏଟିଜିଏମଏସ) ସହିତ ଅସ୍ତ୍ରଶସ୍ତ୍ର ଠାବ କରିପାରୁଥବା ରାଡର (ଡବ୍ଲଏଲଆରଏସ) ଆହରଣ ଦେଶୀୟ ନିର୍ମାଣ ଯାନ ଦ୍ୱାରା କରାଯିବ ।

ଭାରତୀୟ ନୌସେନା ନିମନ୍ତେ ଆନୁମାନିକ ୩୬ହଜାର କୋଟି ଟଙ୍କାର ନୌସେନା ପଥ ପ୍ରଦର୍ଶନକାରୀ ଜାହାଜ ବା (ଏନଜିସି)ଆହରଣ ନିମନ୍ତେ ଡିଏସି ଅନୁମତି ଦେଇଛି । ଏହି ଏନଜିସିଗୁଡିକ ବହୁମୁଖୀ ଭୂମିକା ଗ୍ରହଣ କରିବ। ସେଗୁଡିକ ମଧ୍ୟରେ ପର୍ଯ୍ୟବେକ୍ଷଣ ଅଭିଯାନ, ଏସକର୍ଟ କାର୍ଯ୍ୟ, ନିବୃତ୍ତି, ଭୂପୃଷ୍ଠ, କାର୍ଯ୍ୟାନୁଷ୍ଠାନ ବଳ(ଏସଏଜି) ଠାବ ଓ ଆକ୍ରମଣ ଏବଂ ଉପକୂଳ ପ୍ରତିରକ୍ଷା କାର୍ଯ୍ୟ ଅନ୍ତର୍ଭୁକ୍ତ । ଏହି ନୌସେନା ପଥ ପ୍ରଦର୍ଶନକାରୀ ଜାହାଜଗୁଡିକ ଭାରତୀୟ ନୌସେନାରେ ଥିବା ପରିପାଟୀରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଉପଯୋଗ କରି ନିର୍ମାଣ କରାଯିବ । ଡିଏସି ଆବଶ୍ୟକୀୟ ଗ୍ରହଣର(ଏଓଏନ୍‌ଏସ୍‌) ପାଇଁ ଡୋରନିଅର ଏୟାରକ୍ରାଫ୍ଟ ଓ ଏସୟୁ -୩୦ ଏମକେଆଇ ନବରତ୍ନ କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ଭାରତୀୟ ଏରୋ ଇଞ୍ଜିନ ସାମଗ୍ରୀ ବ୍ୟବହାର କରି ନିର୍ମାଣ ପାଇଁ ଅନୁମତି ଦେଉଛି । 

ପ୍ରତିରକ୍ଷାରେ ଡିଜିଟାଲ ଅବସ୍ଥାନ୍ତର ପାଇଁ ‘ଡିଜିଟାଲ ତଟରକ୍ଷୀ ପ୍ରକଳ୍ପ’ ବାଏ ଇଣ୍ଡିଆ ଶ୍ରେଣୀରେ ଡିଏସି ଦ୍ୱାରା ଅନୁମୋଦିତ ହୋଇଛି । ଏହି ପ୍ରକଳ୍ପ ଅଧୀନରେ ସାରା ଦେଶରେ ଭୂପୃଷ୍ଠ ଓ ଆକାଶ କ୍ଷେତ୍ରରେ ସୁରକ୍ଷିତ ଡିଜିଟାଇଜେସନ କାର୍ଯ୍ୟକ୍ରମ ଓ ରଣନୀତିକ ଅର୍ଥ ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ମଧ୍ୟ ତଟରକ୍ଷୀ ବାହିନୀରେ ଏହା ଲାଗୁ ହେବ ।

*****

SM/SLP



(Release ID: 1831662) Visitor Counter : 182