ଜଳ ଶକ୍ତି ମନ୍ତ୍ରଣାଳୟ
ଜଳ ଜୀବନ ମିଶନର ୫୦% ସଫଳତା ହାସଲ ଉପଲବ୍ଧ
୯.୬ ମୋଟି ( ୫୦ ପ୍ରତିଶତ) ଗ୍ରାମୀଣ ପରିବାରଙ୍କ ନିକଟରେ ଏବେ ନିଜ ବାସଗୃହ ପରିସରରେ ପାଇପ ଯୋଗେ ଜଳଯୋଗାଣ ସଂଯୋଗ
ପଞ୍ଜାବ, ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ବିହାରରେ ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ଘରେ ଏହା ପହଞ୍ଚାଯିବା ସହିତ ‘ହର୍ ଘର୍ ଜଲ୍’ ରାଜ୍ୟ ଭାବେ ସୁପରିଚିତ ହେବା ଦିଗରେ କ୍ଷିପ୍ର ଗତିରେ ପ୍ରଗତି ହାସଲ
୬ ରାଜ୍ୟ/ କେନ୍ଦ୍ରଶାସିତ ପ୍ରଦେଶ, ୧୦୮ ଜିଲ୍ଲା, ୧,୨୨୨ ବ୍ଲକ, ୭୧,୬୬୭ ଗ୍ରାମ ପଞ୍ଚାୟତ ଏବଂ ୧,୫୧,୧୭୧ଟି ଗ୍ରାମ ଏବେ ‘ହର୍ ଘର୍ ଜଲ୍’ ହୋଇପାରିଛି ।
प्रविष्टि तिथि:
28 MAY 2022 2:00PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶର ପ୍ରତି ଗ୍ରାମୀଣ ପରିବାରଙ୍କ ନିକଟରେ ନିରାପଦ ପାନୀୟ ଜଳ ଉପଲବ୍ଧ କରିବା ଆଭିମୁଖ୍ୟ ଅନୁସାରେ, ଦେଶର ୫୦ ପ୍ରତିଶତ ଗ୍ରାମୀଣ ପରିବାରଙ୍କ ନିକଟରେ ପାନୀୟ ଜଳ ପହଞ୍ଚାଯିବାର ଏକ ବିରାଟ ଉପଲବ୍ଧ ହାସଲ ହୋଇପାରିଛି । ଗୋଆ, ତେଲଙ୍ଗାନା, ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହ, ଦାଦରା ଓ ନଗର ହାବେଲୀ ତଥା ଦାମନ ଓ ଡିଉ, ପୁଡ଼ୁଚେରୀ ଓ ହରିଆଣା ପୂର୍ବରୁ ହିଁ ଶତ ପ୍ରତିଶତ ବାସଗୃହକୁ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ହାସଲ କରି ଏହି ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧ ହାସଲ କରିସାରିଛନ୍ତି । ଏବେ ପଞ୍ଜାବ, ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ବିହାରରେ ୯୦ ପ୍ରତିଶତରୁ ଅଧିକ ଗ୍ରାମୀଣ ପରିବାରଙ୍କୁ ‘ହର୍ ଘର୍ ଜଲ୍’ ମାନ୍ୟତା ପ୍ରାପ୍ତ ଦିଗରେ ଉଲ୍ଲେଖନୀୟ ପ୍ରଗତି ହାସଲ କରାଯାଇପାରିଛି ।
ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ – ‘ଗ୍ରାମ ସ୍ୱରାଜ’ ପ୍ରାପ୍ତି କରିବା ଉଦ୍ଦେଶ୍ୟରେ ଜଳ ଜୀବନ ମିଶନର ଶୁଭାରମ୍ଭ କରାଯାଇଥିଲା । ପଞ୍ଚାୟତିରାଜ ସଂସ୍ଥାମାନ ଓ ସମୁଦାୟଙ୍କୁ ଜଳପୂର୍ତ୍ତି ଯୋଜନାରେ ସାମିଲ କରି ସେମାନଙ୍କୁ ସଶକ୍ତ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ । ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ବସବାସ କରୁଥିବା ୯.୫୯ କୋଟିରୁ ଅଧିକ ଗ୍ରାମୀଣ ପରିବାରଙ୍କୁ ଏହାର ପରିସରଭୁକ୍ତ କରାଯାଇ ସେମାନଙ୍କୁ ପାନୀୟ ଜଳ ଉପଲବ୍ଧ କରାଯାଇପାରିଛି । ଏହିସବୁ ପରିବାର ଏବେ ପାନୀୟ ଜଳ ସନ୍ଧାନରେ ମୁଣ୍ଡଫଟା ଖରା ଓ ଗରମରେ କିମ୍ବା ବର୍ଷାଦିନେ ଓ ହିମପାତ ବେଳେ ଦୀର୍ଘ ଦୂର ପର୍ଯ୍ୟନ୍ତ ଯାଇ କାଳ କାଳରୁ ଯେଉଁଭଳି ଦୈହିକ ପରିଶ୍ରମ କରି ଜଳ ସଂଗ୍ରହ କରୁଥିଲେ ସେଥିରୁ ସବୁଦିନ ପାଇଁ ମୁକ୍ତି ପାଇପାରିଛନ୍ତି । ‘ହର୍ ଘର୍ ଜଲ’ କେନ୍ଦ୍ର ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଜଳ ଜୀବନ ମିଶନ ଦ୍ୱାରା ରାଜ୍ୟ/ କେନ୍ଦ୍ରଶାସିତ ପ୍ରଦେଶମାନଙ୍କରେ ଏହା ଏବେ କାର୍ଯ୍ୟକାରୀ କରାଯାଉଛି । ଏହା ଫଳରେ ୨୦୨୪ ମସିହା ପର୍ଯ୍ୟନ୍ତ ଦେଶର ପ୍ରତି ଗ୍ରାମୀଣ ପରିବାରକୁ ପାଇପ ସଂଯୋଗ କରାଯିବ ଏବଂ ନିରାପଦ ପାନୀୟ ଜଳ ଯୋଗାଯାଇ ପାରିବ । ୨୦୧୯ ମସିହାରେ ଜଳ ଜୀବନ ମିଶନର ଶୁଭାରମ୍ଭ କରାଯାଇଥିଲା ଏବଂ ସେହି ସମୟରେ କେବଳ ୩.୨୩ କୋଟି ପରିବାର ଅର୍ଥାତ୍ ୧୭ ପ୍ରତିଶତ ଗ୍ରାମୀଣ ଲୋକଙ୍କ ନିକଟରେ ନଳ ଯୋଗେ ପାନୀୟ ଜଳ ଉପଲବ୍ଧ ହୋଇପାରିଥିଲା । ଦୈନିକ ଘରୋଇ ଆବଶ୍ୟକତା ନିମନ୍ତେ ପାଣି ବ୍ୟବସ୍ଥାର ବୋଝ ଅଧିକତର ଭାବେ ମହିଳା ଏବଂ ଯୁବତୀମାନଙ୍କ ଉପରେ ହିଁ ପଡ଼ିଥାଏ । ଗରମ ଦିନେ ଏହି କିଶୋରୀମାନେ କମ୍ ସଂଖ୍ୟାରେ ବିଦ୍ୟାଳୟରେ ଯୋଗ ଦେଇପାରିଥାନ୍ତି । ଏହା ପ୍ରମାଣସିଦ୍ଧ କରେ ଯେ ପାଣିର ବର୍ଦ୍ଧିଷ୍ଣୁ ଆବଶ୍ୟକତା କାରଣରୁ ସେମାନେ ଅନେକ ଥର ଜଳ ସଂଗ୍ରହ କରିବା ନିମନ୍ତେ ଯାଉଥିବାରୁ ସେମାନେ ସ୍କୁଲକୁ ଯାଇପାରିନଥାନ୍ତି । ସେମାନଙ୍କୁ ପାଣି ପାଇଁ ଅନେକ ବାର ଦୂର ଦୂରାନ୍ତକୁ ଯିବାକୁ ପଡ଼ିଥାଏ । ଜଳ ଜୀବନ ମିଶନର ଶୁଭାରମ୍ଭ ଏବଂ ଅନେକ ଘରେ ନଳ ଯୋଗେ ପାଣି ସଂଯୋଗ କରାଯିବା ପରେ ଏହି ସ୍ଥିତିରେ ବେଶ୍ ସୁଧାର ଆସିପାରିଛି । ୨୭.୦୫.୨୦୨୨ ତାରିଖ ସୁଦ୍ଧା ଦେଶର ୧୦୮ଟି ଜିଲ୍ଲା, ୧,୨୨୨ଟି ବ୍ଲକ୍, ୭୧,୨୨୨ଟି ଗ୍ରାମ ପଞ୍ଚାୟତ ଏବଂ ୧,୫୧,୧୭୧ଟି ଗ୍ରାମ ‘ହର୍ ଘର୍ ଜଲ୍’ ଭାବେ ପରିଚିତ ହୋଇପାରିଛି ଏବଂ ସେଥି ମଧ୍ୟରେ ସମସ୍ତ ଗ୍ରାମୀଣ ପରିବାରଙ୍କୁ ପାଇପ ଯୋଗେ ନିରାପଦ ପାନୀୟ ଜଳ ଉପଲବ୍ଧ କରାଯାଇଛି ।

ଚଳିତ ବର୍ଷ ଯେତେବେଳେ ଦେଶ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି, ‘ୱାସ୍ ପ୍ରବୁଦ୍ଧ ଗ୍ରାମ’ ଲକ୍ଷ୍ୟ ପ୍ରାପ୍ତ କରିବା ନିମନ୍ତେ ପାନୀୟ ଜଳ ସମ୍ବନ୍ଧିତ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ବିଚାର ବିମର୍ଶ କରିବା ଲାଗି ଦେଶବ୍ୟାପୀ ବିଶେଷ ଗ୍ରାମ ସଭାମାନ ଆହ୍ୱାନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତୀତର ଯେକୌଣସି ସୁଯୋଗ ଉପରେ ସରପଞ୍ଚ ଏବଂ ପାଣି ସମିତିର ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି ଏବଂ ସେମାନଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ଏହି କାର୍ଯ୍ୟକ୍ରମର ଦାୟିତ୍ୱ ନେବା ନିମନ୍ତେ ସେମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି । କାରଣ ସେ ‘ହର୍ ଘର୍ ଜଲ’ ଅଧୀନରେ ନିର୍ମିତ ଜଳ ଆପୂର୍ତ୍ତିର ପ୍ରାଚୀନ ଢାଞ୍ଚାର ଅନ୍ତିମ ସଂରକ୍ଷକ । ଜଳ ଜୀବନ ମିଶନ (ଜେଜେଏମ) ଅଧୀନରେ ରାଜ୍ୟ ସରକାରମାନଙ୍କ ଦ୍ୱାରା ପଞ୍ଚାୟତ ସଂସ୍ଥାର ସାମୁଦାୟିକ ସଂଯୋଗ, ପାଣି ସମିତିମାନଙ୍କର କ୍ଷମତା ବୃଦ୍ଧି ଏବଂ ଓ ଆଣ୍ଡ ଏମ ଗତିବିଧି କୁ ପ୍ରବର୍ତ୍ତନ କରିବା ନିମନ୍ତେ ସହଯୋଗୀ ଏଜେନ୍ସି (ଆଇଏସଏ) ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଉଛି ।
*****
SS
(रिलीज़ आईडी: 1829070)
आगंतुक पटल : 248