ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସମୃଦ୍ଧି ପାଇଁ ଭାରତ - ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସଂରଚନା (ଆଇପିଇଏଫ୍‌) କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

Posted On: 23 MAY 2022 2:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓ ଠାରେ ସମୃଦ୍ଧି ପାଇଁ ଭାରତ - ପ୍ରଶାନ୍ତ ମହାସାଗରୀୟ  ଅର୍ଥନୈତିକ ସଂରଚନା (ଆଇପିଇଏଫ୍‌)ର ଶୁଭାରମ୍ଭ ନିମନ୍ତେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋଶେଫ୍ ଆର୍ ବାଇଡେନ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଫୁମିଓ କିଶିଦା ମଧ୍ୟ ସାମିଲ୍ ହୋଇଥିଲେ । ଏହା ସହିତ ଅନ୍ୟ ଅଂଶୀଦାର ଦେଶ ଗୁଡିକ, ଯଥା- ଅଷ୍ଟ୍ରେଲିଆ, ବ୍ରୁନେଇ, ଇଣ୍ଡୋନେସିଆ, କୋରିଆ ସାଧାରଣତନ୍ତ୍ର, ମାଲେସିଆ, ନ୍ୟୁଜିଲ୍ୟାଣ୍ଡ, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଏବଂ ଭିଏତ୍‌ନାମର ନେତା ମାନେ ଆଭାସୀ (ଭର୍ଚୁଆଲ୍‌) ରୂପରେ ଉପସ୍ଥିତ ଥିଲେ ।

ଏହି ଉପଲକ୍ଷେ ଏକ ମିଳିତ ବିବୃତି ଜାରି କରା ଯାଇଥିଲା, ଯେଉଁଥିରେ ଆଇପିଇଏଫ୍‌ରେ କଳ୍ପନା କରା ଯାଇଥିବା ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଊପରେ ଆଲୋକପାତ କରା ଯାଇଥିଲା ।

ଆଇପିଇଏଫ୍ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରତ୍ୟାଶା କ୍ଷମତାକୁ ବୃଦ୍ଧି କରିବା, ସ୍ଥିରତା, ଅନ୍ତର୍ଭୁକ୍ତି, ଆର୍ôଥକ ଅଭିବୃଦ୍ଧି, ନିଷ୍ପକ୍ଷତା ଏବଂ ପ୍ରତିଯୋଗିକାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଅଂଶୀଦାର ଦେଶ ମାନଙ୍କ ମଧ୍ୟରେ ଆର୍ôଥକ ଭାଗୀଦାରିକୁ ସୁଦୃଢ଼ କରିବାକୁ ଚାହୁଁଛି ।

ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ନିଜର ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଆଇପିଇଏଫ୍‌ର ଘୋଷଣା ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ବିଶ୍ୱ ଆର୍ଥିକ ପ୍ରଗତିର ବାହକ କରିବା ନିମନ୍ତେ ସାମୂହିକ ଇଚ୍ଛାର ଏକ ଘୋଷଣାନାମା ଅଟେ । ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଐତିହାସିକ ରୂପରେ ବ୍ୟବସାୟ ପ୍ରବାହର କେନ୍ଦ୍ରରେ ଭାରତ ଆଗରୁ ରହି ଆସିଛି ଏବଂ ଗୁଜରାଟର ଲୋଥାଲଠାରେ ବିଶ୍ୱର ସବୁଠାରୁ ପୁରୁଣା ବାଣିଜ୍ୟିକ ବନ୍ଦର ରହିଛି । ପ୍ରଧାନମନ୍ତ୍ରୀ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଆର୍ôଥକ ଆହ୍ୱାନ ଗୁଡିକର ସମ୍ମୁଖୀନ ହେବା ପାଇଁ ଭାଗୀଦାରିତା ଏବଂ ରଚନାତ୍ମକ ସମାଧାନର ପନ୍ଥା ଖୋଜିବା ନିମନ୍ତେ ଆହ୍ୱାନ ଦେଇଥିଲେ ।

ସେ ଏକ ଆଇପିଇଏଫ୍ ନିମନ୍ତେ ସମସ୍ତ ଭାରତ - ପ୍ରଶାନ୍ତ ମହାସାଗରୀୟ ଦେଶ ଗୁଡିକଙ୍କ ସହିତ ମିଶି କାର୍ଯ୍ୟ କରିବା ପାଇଁ ଭାରତର ପ୍ରତିବଦ୍ଧତା ସମ୍ପର୍କରେ କହିଥିଲେ, ଯାହା ଉଭୟ ଅନ୍ତର୍ଭୁକ୍ତିମୂଳକ ଏବଂ ନମନୀୟ ମଧ୍ୟ ଅଟେ । ସେ ଏହି କଥା ଉପରେ ଜୋର ଦେଇ କହିଥିଲେ ଯେ, ପ୍ରତ୍ୟାଶୀ ଯୋଗାଣ ଶୃଙ୍ଖଳାର ମୂଳଦୁଆରେ ୩ ଗୋଟି ‘ଟି’ ଅର୍ଥାତ୍ ଟ୍ରଷ୍ଟ (ବିଶ୍ୱାସ), ଟ୍ରାନ୍ସପ୍ୟାରେନ୍ସି (ସ୍ୱଚ୍ଛତା) ଏବଂ ଟାଇମଲିନେସ୍ (ସମୟାନୁବର୍ତିତା) ରହିବା ଉଚିତ୍ ।

ଭାରତ ଏକ ଅବାଧ, ମୁକ୍ତ ଏବଂ ଅନ୍ତର୍ଭୁକ୍ତିମୂଳକ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଅଟେ ଏବଂ ତାର ବିଶ୍ୱାସ ଯେ, ଭାଗିଦାର ଦେଶ ଗୁଡିକ ମଧ୍ୟରେ ଆର୍ôଥକ ସମ୍ପର୍କକୁ ସୁଦୃଢ଼ କରିବା ନିମନ୍ତେ ନିରନ୍ତର ବିକାଶ, ଶାନ୍ତି ଏବଂ ସମୃଦ୍ଧି ବହୁତ ମହତ୍ୱପୂର୍ଣ୍ଣ ଅଟେ । ଭାରତ ଆଇପିଇଏଫ୍ ଅନୁସାରେ ଭାଗିଦାର ଦେଶ ଗୁଡିକ ସହିତ ଆଇପିଇଏଫ୍ ଅଧୀନରେ ସହଯୋଗ କରିବା ଏବଂ ଏହି କ୍ଷେତ୍ରରେ ଆଂଚଳିକ ଆର୍ôଥକ ସଂଯୋଗ, ଏକୀକରଣ ଏବଂ ବ୍ୟବସାୟ ତଥା ନିବେଶକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଇଚ୍ଛୁକ ଅଟେ ।

ଆଇପିଇଏଫ୍‌ର ସ୍ଥାପନା ନିମନ୍ତେ ଆଜି ଆରମ୍ଭ ହୋଇଥିବା ପ୍ରକ୍ରିୟା ସହିତ ଅଂଶୀଦାର ଦେଶ ଗୁଡିକ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ତଥା ଭାଗିଦାରୀ ଲକ୍ଷ୍ୟ ଗୁଡିକ ହାସଲ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରି ବିଚାର - ବିମର୍ଶ ଆରମ୍ଭ କରିବେ । 

***

SSP


 



(Release ID: 1827754) Visitor Counter : 173