ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୋରବିରେ କାନ୍ଥ ଭୁଶୁଡ଼ିବା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରଛନ୍ତି ପ୍ରଧାନମନ୍ତ୍ରୀ


କ୍ଷତିଗ୍ରସ୍ତଙ୍କ ପାଇଁ ପିଏମ୍‍ଏନ୍‍ଆରଏଫ୍‍ରୁ ଅନୁକମ୍ପା ମୂଳକ ସହାୟତା ଘୋଷଣା

Posted On: 18 MAY 2022 2:56PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୋରବିରେ କାନ୍ଥ ଭୁଶୁଡ଼ିବା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ଲାଗି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଗୁଜୁରାଟର ମୋରବିରେ କାନ୍ଥ ଭୁଶୁଡ଼ିବା ଘଟଣାରେ ପୀଡିତଙ୍କ ପାଇଁ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ) ତରଫରୁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍‍ କରିଛି;

“କାନ୍ଥ ଭୁଶୁଡ଼ିବା କାରଣରୁ ମୋରବିରେ ଘଟିଥିବା ଦୁଃଖଦ ଘଟଣା ହୃଦୟ ବିଦାରକ ଅଟେ । ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ଶୋକସନ୍ତପ୍ତ ପରିବାରଙ୍କ ସହ ଅଛି । ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ । ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ।”

“ମୋରବିରେ ଦୁଃଖଦ ଦୁର୍ଘଟଣାରେ ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କିୀୟଙ୍କୁ ପିଏମ୍‍ଏନ୍‍ଆରଏଫରୁ ୨ ଲକ୍ଷ ଟଙ୍କା ଦିଆଯିବ । ଆହତମାନଙ୍କୁ ୫୦,୦୦୦ ଟଙ୍କା କରି ଦିଆଯିବ: ପ୍ରଧାନମନ୍ତ୍ରୀ ।”

HS



(Release ID: 1826425) Visitor Counter : 127