ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଇସଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 04 MAY 2022 3:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଇଣ୍ଡିଆ-ନର୍ଡିକ ଶିଖର ସମ୍ମିଳନୀ ଅବସରରେ କୋପେନହାଗେନ ଠାରେ ଆଇସଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ କାତ୍ରିନ ଜାକୋବ୍ସଦତ୍ତିରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।  

ଉଭୟ ପ୍ରଧାନମନ୍ତ୍ରୀ ଏପ୍ରିଲ ୨୦୧୮ରେ ଷ୍ଟକହୋମରେ ହୋଇଥିବା ପ୍ରଥମ ଇଣ୍ଡିଆ- ନର୍ଡିକ ଶିଖର ସମ୍ମିଳନୀରେ ହୋଇଥିବା ସେମାନଙ୍କ ପ୍ରଥମ ବୈଠକକୁ ମନେ ପକାଇଥିଲେ । ଚଳିତ ବର୍ଷ ଉଭୟ ଦେଶ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ପାଳନ କରୁଛନ୍ତି ବୋଲି ଉଭୟ ଉଲ୍ଲେଖ କରିଥିଲେ ।

ଉଭୟ ନେତା ଜିଓଥର୍ମାଲ ଶକ୍ତି, ସମୁଦ୍ରଭିତ୍ତିକ ଅର୍ଥନୀତି, ଉତ୍ତର ମେରୁ ସଂକ୍ରାନ୍ତ, ନବୀକରଣଯୋଗ୍ୟ ଶକ୍ତି, ମତ୍ସ୍ୟ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ, ଡିଜିଟାଲ ବିଶ୍ୱବିଦ୍ୟାଳୟ ସହ ଶିକ୍ଷା ଓ ସଂସ୍କୃତି ଆଦି କ୍ଷେତ୍ରରେ ଆର୍ଥିକ ସହଯୋଗ ମଜବୁତ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଜିଓଥର୍ମାଲ ଶକ୍ତି କ୍ଷେତ୍ରରେ ଆଇସଲ୍ୟାଣ୍ଡର ବିଶେଷ ଦକ୍ଷତା ରହିଥିବାରୁ ଏହି କ୍ଷେତ୍ରରେ ଦୁଇ ଦେଶର ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ସହଭାଗିତା ବୃଦ୍ଧି ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଥିଲେ ।

ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେବାରେ ବ୍ୟକ୍ତିଗତ ପ୍ରଚେଷ୍ଟା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ପ୍ରଧାନମନ୍ତ୍ରୀ ଜାକୋବ୍ସଦତ୍ତିରଙ୍କୁ ପ୍ରଶଂସା କରିବା ସହ ଏହି ପ୍ରସଙ୍ଗରେ ଭାରତର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ ।

ବୈଠକରେ ଭାରତ-ଇଏଫଟିଏ ବାଣିଜ୍ୟିକ ଆଲୋଚନାକୁ ତ୍ୱରାନ୍ୱିତ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା ।

ବୈଠକରେ ଆଞ୍ଚଳିକ ଓ ବୈଶିକ ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।  


SR



(Release ID: 1822765) Visitor Counter : 119