ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

୧୪୩ପ୍ରକାର ସାମଗ୍ରୀ ଉପରେ ଜିଏସ୍ଟି ହାର ବୃଦ୍ଧି ସଂକ୍ରାନ୍ତ ବିଭ୍ରାନ୍ତିକର ଖବର ସମ୍ପର୍କରେ ସ୍ପଷ୍ଟୀକରଣ

प्रविष्टि तिथि: 25 APR 2022 8:19PM by PIB Bhubaneshwar

 ନୂଆଦିଲ୍ଲୀ, ୨୫ (ପିଆଇବି) କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ୧୪୩ ପ୍ରକାର ସାମଗ୍ରୀର ଜିଏସ୍ଟି ହାର ବଢାଇବାକୁ ରାଜ୍ୟ ସରକାରମାନଙ୍କଠାରୁ ମତାମତ ମଗାଯାଇଛି କିଛି ଗଣମାଧ୍ୟମ ମଧ୍ୟ ଏସବୁ ସାମଗ୍ରୀର ସଂଖ୍ୟା ବର୍ଣ୍ଣନା ଉପସ୍ଥାପନ କରିଛନ୍ତି ତେବେ ସରକାରୀ ଭାବେ ସ୍ପଷ୍ଟ କରାଯାଇଛି ଯେ ଏହି ସମ୍ବାଦ ବିଭ୍ରାନ୍ତିକର ଏବଂ ଏଥିରେ କୌଣସି ସତ୍ୟତା ନାହିଁ ଦ୍ରବ୍ୟ ସେବାକର (ଜିଏସ୍ଟି) ହାର ବୃଦ୍ଧି ପାଇଁ ରାଜ୍ୟ ସରକାରମାନଙ୍କ ମତାମତ କର୍ତ୍ତୃପକ୍ଷ ମାଗିନାହାନ୍ତି ଏହା ଏକ ମନଗଢା ଖବର ଏବଂ ଏଥିରେ ପରିବେଶିତ ତଥ୍ୟ ଅସତ୍ୟ

ଜିଏସ୍ଟି ପରିଷଦ ଏହାର ୪୫ତମ ବୈଠକରେ ଟିକସହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ଏକ ମନ୍ତ୍ରିସ୍ତରୀୟ ଗୋଷ୍ଠୀ ଗଠନ କରିଥିଲା ଏହି ଗୋଷ୍ଠୀ ସମ୍ପୃକ୍ତ ପ୍ରସଙ୍ଗ ଉପରେ ବିଚାର ଆଲୋଚନା ଜାରି ରଖିଛି ୨୦୨୧ ସେପ୍ଟେମ୍ବରରେ ଏହି ମନ୍ତ୍ରିସ୍ତରୀୟ ଗୋଷ୍ଠୀ ଗଠନ ହେବା ପରେ ବ୍ୟବସ୍ଥା  ମୁତାବକ ଜିଏସ୍ଟି ଟିକସ ହାରର ଯୁକ୍ତିଯୁକ୍ତକରଣ ନେଇ ରାଜ୍ୟମାନଙ୍କର ମତାମତ ମଗାଯାଇଛି ଏହା ଏକ ଅନୁସ୍ରୁତ ପନ୍ଥା ବ୍ୟବସ୍ଥା ଏଥିରେ ଟିକସ ହାର ବୃଦ୍ଧି ନେଇ କୌଣସି ପ୍ରସଙ୍ଗ ନାହିଁ ସମ୍ପୃକ୍ତ ମନ୍ତ୍ରୀଗୋଷ୍ଠୀ ମଧ୍ୟ ଏହାର ରିପୋର୍ଟ ଏଯାଏ ଜିଏସ୍ଟି କାଉନସିଲକୁ ଦେଇନାହିଁ ବୋଲି ଏହି ସ୍ପଷ୍ଟୀକରଣରେ କୁହାଯାଇଛି

****

TKM/ SLP


(रिलीज़ आईडी: 1820061) आगंतुक पटल : 235
इस विज्ञप्ति को इन भाषाओं में पढ़ें: हिन्दी , Marathi , Urdu , English