ପ୍ରତିରକ୍ଷା ମନ୍ତ୍ରଣାଳୟ

ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ସି. ପାଣ୍ଡେଙ୍କୁ ନିଯୁକ୍ତି ଦେଲେ ସରକାର

Posted On: 18 APR 2022 7:25PM by PIB Bhubaneshwar

 

ଉପସେନାମୁଖ୍ୟ ଭାବେ କାର୍ଯ୍ୟରତ ଲେଫ୍ଟନାଣ୍ଟ ଜେନେରାଲ୍ ମନୋଜ ସି. ପାଣ୍ଡେଙ୍କୁ ସରକାର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ସେ ଏପ୍ରିଲ ୩୦, ୨୦୨୨ରୁ ଦାୟିତ୍ୱ ଗ୍ରହଣ କରିବେ । ମଇ ୬, ୧୯୬୨ରେ ଜନ୍ମିତ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ସି. ପାଣ୍ଡେ ଡିସେମ୍ବର ୨୪, ୧୯୨ରେ ଭାରତୀୟ ସେନାର କର୍ପସ ଅଫ ଇଞ୍ଜିନିୟର୍ସ (ଦ ବମ୍ବେ ସାପର୍ସ)ରେ ଯୋଗ ଦେଇଥିଲେ । ୯ ବର୍ଷର ଦୀର୍ଘ ଓ ଉଲ୍ଲେଖନୀୟ ସେବା ଅବଧି ମଧ୍ୟରେ ସେ ବିଭିନ୍ନ କମାଣ୍ଡ, ଅଧିକାରୀ ଓ ପ୍ରଶିକ୍ଷଣ ସମ୍ବନ୍ଧୀୟ ନିଯୁକ୍ତି ପାଇଛନ୍ତି ।  ଲେଫ୍ଟନାଣ୍ଟ ଜେନେରାଲ ମନୋଜ ସି. ପାଣ୍ଡେ କମାଣ୍ଡ ନିଯୁକ୍ତି ବେଳେ ପଶ୍ଚିମ ଯୁଦ୍ଧ କ୍ଷେତ୍ରରେ ଏକ ଇଞ୍ଜିନିୟର ବ୍ରିଗେଡର କମାଣ୍ଡ ସମ୍ଭାଳିବା ସହ ଷ୍ଟ୍ରାଇକ କର୍ପସ ସହ କାମ କରିଛନ୍ତି । ଏହାବ୍ୟତୀତ ଜମ୍ମୁ-କଶ୍ମୀରରେ ନିୟନ୍ତ୍ରଣ ରେଖାରେ ଇନଫାଣ୍ଟ୍ରି ବ୍ରିଗେଡ ସହ ସେବା ପ୍ରଦାନ କରିଛନ୍ତି । ଶ୍ରୀ ମନୋଜ ସି. ପାଣ୍ଡେଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିଗୁଡିକ ମଧ୍ୟରେ ପଶ୍ଚିମ ଲଦାଖର ଉଚ୍ଚତମ ସ୍ଥାନରେ ଏକ ମାଉଣ୍ଟେନ ଡିଭିଜନ ଓ ଏଲଏସିରେ ମୁତୟନ ହେବା ସହ ପୂର୍ବ କମାଣ୍ଡର କାଉଣ୍ଟର ଇନସରଜେନ୍ସି ଅପରେସନ ବେଳେ ଗୋଟିଏ କୋରର କମାଣ୍ଡ ଦାୟିତ୍ୱରେ ଥିଲେ । ଲେଫ୍ଟନାଣ୍ଟ ଜେନେରାଲ ରାଙ୍କରେ  ମନୋଜ ସି. ପାଣ୍ଡେ ଆଣ୍ଡାମାନ ଓ ନିକୋବର କମାଣ୍ଡର କମାଣ୍ଡର ଇନ ଚିଫ ଓ କୋଲକାତାରେ ପୂର୍ବ କମାଣ୍ଡର ଜିଓସି-ଇନ-ସି ପଦରେ ସେବା ପ୍ରଦାନ କରିଛନ୍ତି । ସେମାନ ଉପମୁଖ୍ୟ ଭାବେ ନିଯୁକ୍ତି ପୂର୍ବରୁ ଏସବୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଥିଲା । ଲେଫ୍ଟନାଣ୍ଟ ଜେନେରାଲ ମନୋଜ ସି. ପାଣ୍ଡେ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମିର ପୂର୍ବତନ ଛାତ୍ର ଓ ସେ କିମ୍ବରଲି (ୟୁକେ)ର ଷ୍ଟାଫ କଲେଜ, ମାହୋର ଆର୍ମି ଓ୍ୱାର କଲେଜ ଓ ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ପ୍ରତିରକ୍ଷା କଲେଜରୁ ପଢିଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ମନୋଜ ସି. ପାଣ୍ଡେଙ୍କୁ ଉତ୍କୃଷ୍ଟ ସେବା ପାଇଁ ପରମ ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ ଓ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଛି ।

SR

 

 

 



(Release ID: 1817912) Visitor Counter : 198