ଖଣି ମନ୍ତ୍ରଣାଳୟ
azadi ka amrit mahotsav

ଖଣିଜ ପଦାର୍ଥ ଉତ୍ତୋଳନରେ ରେକର୍ଡ ପରିମାଣର ଅଭିବୃଦ୍ଧି

प्रविष्टि तिथि: 14 APR 2022 11:34AM by PIB Bhubaneshwar

ଦେଶ ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ବିଭିନ୍ନ ପଥର କ୍ୱାରୀ ମାନଙ୍କରୁ ଉତ୍ତୋଳନରେ ରେକର୍ଡ ସୃଷ୍ଟି କରିଛି । ଏହି ରେକର୍ଡ ଗତ ଫେବୃଆରୀ ମାସରେ ହୋଇଛି । ମୂଳବର୍ଷ ୨୦୧୧-୧୨ ଆର୍ଥିକ ବର୍ଷ ତୁଳନାରେ ଏହା ୧୨୩.୨ ଶତାଂଶ ଏବଂ ୨୦୨୧ ଫେବୃଆରୀ ତୁଳନାରେ ୪.୫ ଶତାଂଶ ଅଧିକ । ଭାରତୀୟ ଖଣି ବ୍ୟୁରୋର ପ୍ରାଥମିକ ପରିସଂଖ୍ୟାନ ଅନୁଯାୟୀ ପୂର୍ବ ବର୍ଷ ଗୁଡିକର ତୁଳନାରେ ଏହା ୧୩.୨ ଶତାଂଶ ଅଧିକ ।

 

ଗତ ୨୦୨୨ ଫେବୃଆରୀ ମାସରେ ଉତ୍ତୋଳନ ହୋଇଥିବା ମୁଖ୍ୟ ଖଣିଜ ପଦାର୍ଥ ଗୁଡିକ ହେଉଛି- କୋଇଲା ୭୯୫ ଲକ୍ଷ ଟନ, ଲିଗନାଇଟ ୪୭ ଲକ୍ଷ ଟନ, ପ୍ରାକୃତିକ ବାଷ୍ପ ୨୫୧୫ ନିୟୁତ ଘନ ମିଟର, ଅଶୋଧିତ ପେଟ୍ରୋଲିୟମ ୨୩ ଲକ୍ଷ ଟନ, ବକ୍ସାଇଟ ୨୧୨୦ ହଜାର ଟନ, କ୍ରୋମାଇଟ ୩୭୩ ହଜାର ଟନ, ତମ୍ବା ୯ ହଜାର ଟନ, ସୁନା ୧୨୫ କିଲୋଗ୍ରାମ, ଲୁହାପଥର ୨୨୭ ଲକ୍ଷ ଟନ, ସୀସା ୨୯ ହଜାର ଟନ, ମାଙ୍ଗାନିଜ ୨୯୩ ହଜାର ଟନ, ଦସ୍ତା ୧୪୩ ହଜାର ଟନ, ଚୂନ ପଥର ୩୩୩ ଲକ୍ଷ ଟନ, ଫସଫୋରାଇଟ ୧୦୮ ହଜାର ଟନ, ମ୍ୟାଗ୍ନେସାଇଟ ୧୦ ହଜାର ଟନ ଏବଂ ହୀରା ୪୮ କ୍ୟାରେଟ ।

 

ଗତ ୨୦୨୧ ଫେବୃଆରୀ ତୁଳନାରେ ୨୦୨୨ ଫେବୃଆରୀ ମାସରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ସକାରାତ୍ମକ ଅଭିବୃଦ୍ଧି ଘଟିଛି । ସେଥି ମଧ୍ୟରୁ – ହୀରାରେ ୪୩.୪ ଶତାଂଶ, ଲିଗନାଇଟରେ ୨୪.୭ ଶତାଂଶ, ପ୍ରାକୃତିକ ବାଷ୍ପରେ ୧୨.୫ ଶତାଂଶ, ଫସଫୋରାଇଟରେ ୯.୯ ଶତାଂଶ, ଦସ୍ତାରେ ୮.୭ ଶତାଂଶ, ବକ୍ସାଇଟ ୮.୩ ଶତାଂଶ, କୋଇଲା ୬.୬ ଶତାଂଶ, ଲୁହାପଥର ୫.୯ ଶତାଂଶ ଏବଂ ମାଙ୍ଗାନିଜ ୦.୬ ଶତାଂଶ ଅଭିବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ଚୂନପଥର କ୍ଷେତ୍ରରେ ୦.୫ ଶତାଂଶ କମ, ସୁନା କ୍ଷେତ୍ରରେ ୨.୧ ଶତାଂଶ କମ, ଅଶୋଧିତ ତୈଳ କ୍ଷେତ୍ରରେ ୨.୨ ଶତାଂଶ କମ, ସୀସା କ୍ଷେତ୍ରରେ ୧୪.୦ ଶତାଂଶ କମ, ମାଙ୍ଗାନିଜ କ୍ଷେତ୍ରରେ ୧୭.୩ ଶତାଂଶ କମ, ତମ୍ବା କ୍ଷେତ୍ରରେ ୧୯.୮ ଶତାଂଶ କମ ଏବଂ କ୍ରୋମାଇଟ କ୍ଷେତ୍ରରେ ୩୩.୧ ଶତାଂଶ କମ ଉତ୍ତୋଳନ ହୋଇଛି ।

SSD/DD


(रिलीज़ आईडी: 1816814) आगंतुक पटल : 202
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Tamil