ଅର୍ଥ ମନ୍ତ୍ରଣାଳୟ

କେନ୍ଦ୍ର ମନ୍ତ୍ରୀମଣ୍ଡଳ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ଼ ତଥା କାନାଡ଼ାର ମାନିଟୋବା ସିକ୍ୟୁରିଟିଜ୍ କମିଶନ ମଧ୍ୟରେ ଦ୍ବିପାକ୍ଷିକ ବୁଝାମଣା ପତ୍ରକୁ ମଞ୍ଜୁରି ପ୍ରଦାନ କରିଛନ୍ତି

Posted On: 13 APR 2022 3:29PM by PIB Bhubaneshwar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ଼ ତଥା କାନାଡ଼ାର ମାନିଟୋବା ସିକ୍ୟୁରିଟିଜ୍ କମିଶନ ମଧ୍ୟରେ ଦ୍ବିପାକ୍ଷିକ ବୁଝାମଣା ପତ୍ରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଲାଭ :

- ବୁଝାମଣା ପତ୍ର, ଅନ୍ୟ ବିଷୟ ସହିତ ପ୍ରତିଭୂତି ନିୟାମକ କ୍ଷେତ୍ରରେ ସୀମାରେ ସହଯୋଗ ପାଇଁ ଔପଚାରିକ ଆଧାର ପ୍ରଦାନ କରିବ ଯଦ୍ବାରା ପାରସ୍ପରିକ ସହାୟତାରେ ସୁବିଧା ହେବ, ନିରୀକ୍ଷଣ କାର୍ଯ୍ୟକଳାପରେ ଉନ୍ନତ ପ୍ରଦର୍ଶନରେ ଯୋଗଦାନ ମିଳିବ, ପ୍ରଯୁକ୍ତି କ୍ଷେତ୍ର ଜ୍ଞାନ ଉପଲବ୍ଧ କରାଇବାରେ ସହାୟତା ମିଳିବ ଏବଂ ପ୍ରତିଭୂତି ବଜାରର ନିୟାମକ ଓ ଆଇନକୁ ସଠିକ ଭାବରେ କାର୍ଯ୍ୟକାରୀ କରିବାର କ୍ଷମତା ବଢ଼ିବ।

- ଏହି ବୁଝାମଣା ପତ୍ର ମାଧ୍ୟମରେ ମାନିଟୋବାର ନିବେଶକମାନେ ସେବି ସହିତ ଏଫପିଆଇ ଭାବରେ ପଞ୍ଜୀକରଣ ପାଇଁ ଯୋଗ୍ୟ ହୋଇପାରିବେ।

ପ୍ରଭାବ :

କାନାଡ଼ାର ମାନିଟୋବା ପ୍ରୋଭିନ୍‌ସରେ ଥିବା ସଂସ୍ଥା ସେବି ସହିତ ଫରେନ୍ ପୋର୍ଟଫୋଲିଓ ଇନଭେଷ୍ଟର (ଏଫପିଆଇ) ଭାବରେ ପଞ୍ଜୀକରଣ କରାଇବାକୁ ଚାହୁଁଛି, ଯେଉଁଥିପାଇଁ ପୂର୍ବ ନିର୍ଦ୍ଧାରିତ ସର୍ତ୍ତ ମଧ୍ୟରୁ ଗୋଟିଏ ସର୍ତ୍ତ ହେଉଛି ଯେ ବିଦେଶ/ ବିଦେଶୀ ପ୍ରୋଭିନ୍‌ସର ପ୍ରତିଭୂତି ବଜାର ନିୟାମକକୁ ଇଣ୍ଟରନାସନାଲ୍ ଅର୍ଗାନାଇଜେସନ ଅଫ୍ ସିକ୍ୟୁରିଟିଜ୍ କମିଶନର ବହୁପକ୍ଷୀୟ ବୁଝାମଣା ପତ୍ର (ଆଇଓଏସସିଓ ଏମଏମଓୟୁ)  ର ସ୍ବାକ୍ଷରକାରୀ ହେବା ଆବଶ୍ୟକ। ଏହା ସହିତ ସେବି ସହିତ ଏଫପିଆଇ ଭାବରେ ମାନିଟୋବାର ସଂସ୍ଥା ଗୁଡ଼ିକ ପାଇଁ ଏକ ଦ୍ବିପାକ୍ଷୀୟ ବୁଝାମଣା ପତ୍ର ସ୍ବାକ୍ଷରିତ କରିବା ମଧ୍ୟ ଆବଶ୍ୟକ, ଯଦ୍ବାରା ସେମାନଙ୍କୁ ଅନୁମତି ମିଳିପାରିବ। ମାନିଟୋବାରେ ପ୍ରାୟ କୋଡିଏଟି ଏଫପିଆଇ ଅଛନ୍ତି ଯାହାଙ୍କର ଗ୍ରାହକମାନଙ୍କର ସମ୍ପତ୍ତିର ସମୁଦାୟ ବଜାର ମୂଲ୍ୟ 2665 କୋଟି ଟଙ୍କା ଅଟେ। ବୁଝାମଣା ପତ୍ରରେ ସ୍ବାକ୍ଷର ହେବା ଦ୍ବାରା ଏହି ସମସ୍ତ ଏଫପିଆଇ ଲାଭବାନ ହେବେ ତଥା ଭାରତୀୟ ବଜାରରେ କ୍ରମାଗତ ଭାବରେ ନିବେଶ କରିବା ପାଇଁ ଯୋଗ୍ୟ ହୋଇପାରିବେ।

BS

 

 



(Release ID: 1816599) Visitor Counter : 109