ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଡିଜିଟାଲ୍ ବିଶ୍ୱବିଦ୍ୟାଳୟ

Posted On: 06 APR 2022 4:59PM by PIB Bhubaneshwar

 

ଭାରତ ସରକାର ୨୦୨୨ – ୨୦୨୩ରେ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ଘୋଷଣା କରିଛନ୍ତି । ବିଶ୍ୱବିଦ୍ୟାଳୟ ସାରା ଦେଶର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଘରେ ବସି ଶିଖିବା ଓ ପଢ଼ିବା ସହିତ ବିଶ୍ୱସ୍ତରୀୟ ଗୁଣବତାସମ୍ପନ୍ନ ଶିକ୍ଷା ପ୍ରଦାନ କରିବ । ଏହାକୁ ବିଭିନ୍ନ ଭାରତୀୟ ଭାଷାରେ ଉପଲବ୍ଧ କରାଯିବ । ବିଶ୍ୱବିଦ୍ୟାଳୟ ଏକ ହବ୍ – ସ୍ପୋକ୍ ମଡେଲ୍‌ (ଢ଼ାଂଚା)ର ନେଟୱର୍କରେ ନିର୍ମିତ ହେବ, ଯେଉଁଥିରେ ସମସ୍ତ ବିଷୟବସ୍ତୁରେ ଅତ୍ୟାଧୁନିକ ଆଇସିଟି ବିଶେଷଜ୍ଞତା ରହିବ । ଦେଶର ସର୍ବଶ୍ରେଷ୍ଠ ସାର୍ବଜନିନ ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାନ ହବ୍ - ସ୍ପୋକ୍ ନେଟୱର୍କ ରୂପରେ ସହଯୋଗ କରିବେ । ଉଚ୍ଚ ଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟ ଅନୁଦାନ/ ମଞ୍ଜୁରୀ ଆୟୋଗ (ୟୁଜିସି), ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଏବଂ ଅନ୍ୟ ହିତାଧିକାରୀଙ୍କ ପରାମର୍ଶ କ୍ରମେ ଏହି ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ଶୀଘ୍ର ଆରମ୍ଭ ହେବାକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛି ।

ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡା. ରାଜକୁମାର ରଞ୍ଜନ ସିଂହ ଆଜି ରାଜ୍ୟ ସଭାରେ ଏକ ପ୍ରଶ୍ନର ଲିଖିତ ଉତର ଦେଇ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।

*****

SSP

 

 

 


 



(Release ID: 1814286) Visitor Counter : 212


Read this release in: English , Urdu , Bengali