ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ସାର୍ବଜନୀନ ସେବା କେନ୍ଦ୍ର

Posted On: 06 APR 2022 1:38PM by PIB Bhubaneshwar

 

 

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ସାର୍ବଜନୀନ ସେବା କେନ୍ଦ୍ର (ସିଏସ୍ସି)ର ନେଟୱର୍କ ତିଆରି କରିଛନ୍ତି

 ସିଏସ୍ସି ପ୍ରକଳ୍ପ ଗୁଡିକରେ ନାଗରିକ ମାନଙ୍କୁ ବିଭିନ୍ନ ସରକାରଙ୍କ- ଠାରୁନାଗରିକ (ଜିଟୁସି) ଏବଂ ଅନ୍ୟ ନାଗରିକ କେନ୍ଦ୍ରିତ ଇସେବା ଗୁଡିକର ବିତରଣ ନିମନ୍ତେ ସାରା ଦେଶରେ ୨.୫୦ ଲକ୍ଷ ଗ୍ରାମ ପଂଚାୟତ (ଜିପି) ଗୁଡିକରେ, ପ୍ରତ୍ୟେକରେ ଅତି କମ୍ରେ ଏକ ସିଏସ୍ସି ସ୍ଥାପନା ନିମନ୍ତେ ପ୍ରକଳ୍ପ କରାଯାଇଛି ଏହା ଏକ ଆତ୍ମ-ପରିପୋଷଣୀୟ ଉଦ୍ୟୋଗୀ ଢାଂଚା ଅଟେ, ଯାହା ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ (ଭିଏଲ୍) ମାନଙ୍କ ଦ୍ୱାରା ପରିଚାଳିତ ହେବ

୨୮ ଫେବୃୟାରୀ ପର୍ଯ୍ୟନ୍ତ, ସାରା ଦେଶରେ ୪,୬୩,୭୦୫ କାର୍ଯ୍ୟକ୍ଷମ ସିଏସ୍ସି ରହିଛି ପ୍ରତ୍ୟେକ ସିଏସ୍ସିରେ ପାଖାପାଖି ୪ ଜଣ ଲୋକ କାର୍ଯ୍ୟ କରୁଛନ୍ତି ସେହି ଅନୁସାରେ, ପାଖାପାଖି ୧୫ ଲକ୍ଷ ବ୍ୟକ୍ତି ସାରା ଦେଶରେ ସିଏସ୍ସି ଗୁଡିକରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି

ଏହି ସୂଚନା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ଉଲ୍ଲେଖ କରିଛନ୍ତି

 

***

SSP



(Release ID: 1814197) Visitor Counter : 218