କୋଇଲା ମନ୍ତ୍ରଣାଳୟ

ଚତୁର୍ଥ ପର୍ଯ୍ୟାୟ ବାଣିଜ୍ୟିକ ନିଲାମୀ ଅଧୀନରେ ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ ହେଲା


ଚାରି ରାଜ୍ୟର ମୋଟ୍ ୫ଟି କୋଇଲା ଖଣି ନିଲାମ ପ୍ରକ୍ରିୟା ସମ୍ପନ୍ନ

ଏବେସୁଦ୍ଧା କୋଇଲା ମନ୍ତ୍ରଣାଳୟ ଦ୍ଵାରା ୪୭ଟି ଖଣିର ସଫଳ ନିଲାମୀ ଶେଷ

(କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ, ୨୦୧୫ ଅଧୀନରେ ନିଲାମୀର ୧୪ତମ ପର୍ଯ୍ୟାୟ)

(ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ, ୧୯୫୭ ଅଧୀନରେ ଚତୁର୍ଥ ପର୍ଯ୍ୟାୟ ନିଲାମୀ)

Posted On: 02 APR 2022 12:18PM by PIB Bhubaneshwar

କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଚାରିଟି ରାଜ୍ୟର ୫ଟି କୋଇଲା ଖଣିର ବାଣିଜ୍ୟିକ ନିଲାମ କରାଯାଇଛି । ଏଥିରେ ଓଡ଼ିଶାର ଦୁଇଟି କୋଇଲା ଖଣି - ଉତ୍କଳ ବି1 ଏବଂ ବି2 ରହିଛି । ଏହି ଦୁଇଟି ଖଣିକୁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ୍‌ ନିଲାମ ସୂତ୍ରରେ ନେଇଛି । ଦୁଇଟି ଖଣିର ପିଆରସି କ୍ଷମତା ବା ସର୍ବାଧିକ କୋଇଲା ଉତ୍ପାଦନ କ୍ଷମତା ବାର୍ଷିକ ୮.୦୦୦ ନିୟୁତ ଟନ୍‌ ହୋଇଥିବା ବେଳେ ଏଥିରେ ମୋଟ୍‌ ୩୪୭.୦୮ ନିୟୁତ ଟନ୍‌ ଭୂଗର୍ଭ କୋଇଲା ଗଚ୍ଛିତ ହୋଇ ରହିଛି । ଖଣିର ପିଆରସି କ୍ଷମତାକୁ ଆଧାର କରି ଏହି ଦୁଇଟି ଖଣିରୁ ବାର୍ଷିକ ୧୧୦୭.୦୫ କୋଟି ଟଙ୍କାର ରାଜସ୍ୱ ଆୟ ହୋଇପାରିବ ବୋଲି ଅନୁମାନ କରାଯାଇଛି । ଦୁଇଟି ଖଣିରେ ୧୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧୦ ହଜାର ୮୧୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଓଡ଼ିଶାର ଦୁଇଟି ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କୋଇଲା ଖଣିର ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି ।

କୋଇଲା ମନ୍ତ୍ରଣାଳୟ ଦ୍ଵାରା ଇ-ନିଲାମୀ ପ୍ରକ୍ରିୟାରେ ଏସବୁ କୋଇଲା ଖଣିର ବାଣିଜ୍ୟିକ ନିଲାମୀ ସମ୍ପାଦନ କରାଯାଇଛି । କୋଇଲା ଖଣି ଗୁଡ଼ିକର ବାଣିଜ୍ୟିକ ନିଲାମୀ ପାଇଁ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଟେଣ୍ଡର ଆହ୍ଵାନକାରୀ ନୋଟିସ (ଏନଆଇଟି) ଜାରି କରାଯାଇଥିଲା । କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) –ସିଏମ (ଏସପି) ଆଇନ, ୨୦୧୫ ଅଧୀନରେ ନିଲାମୀର ୧୪ତମ ପର୍ଯ୍ୟାୟ ଏବଂ ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) –ଏମଏମଡିଆର ଆଇନ, ୧୯୫୭ ଅଧୀନରେ ଏସବୁ କୋଇଲା ଖଣିର ନିଲାମୀ ନିମନ୍ତେ ଡିସେମ୍ବର ୧୬, ୨୦୨୧ରେ ଏନଆଇଟି ଜାରି କରାଯାଇଥିଲା । ଏମଏସଟିସି ପ୍ଲାଟଫର୍ମ ଜରିଆରେ ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୧, ୨୦୨୨ରେ ଅନୁଷ୍ଠିତ ଇ-ନିଲାମୀ ପ୍ରକ୍ରିୟାରେ ମୋଟ ପାଞ୍ଚଟି ସିଏମଏସପି କୋଇଲା ଖଣିକୁ ନିଲାମୀ ନିମନ୍ତେ ରଖାଯାଇଥିଲା।

ନିଲାମୀରେ ସାମିଲ ଥିବା ସମସ୍ତ ୫ଟି କୋଇଲା ଖଣି ସମ୍ପୂର୍ଣ୍ଣ ଭାବେ ଅନ୍ୱେଷଣ କରାଯାଇଥିବା କୋଇଲା ଖଣି ହୋଇଥିବା ବେଳେ ଏସବୁ ଖଣିର ଭୂଗର୍ଭ ଭଣ୍ଡାରରେ ମୋଟ୍‌ ୬୬୫.୦୮ ନିୟୁତ ଟନ୍‌ କୋଇଲା ଗଚ୍ଛିତ ରହିଛି । ଏଗୁଡ଼ିକର ପିଆରସି କ୍ଷମତା ବାର୍ଷିକ ୧୪.୭୫୬ ନିୟୁତ ଟନ୍‌ ରହିଛି ।

ବାଣିଜ୍ୟିକ କୋଇଲା ଖଣି ନିଲାମୀ ପ୍ରକ୍ରିୟା ଅଧୀନରେ ଏବେ ସୁଦ୍ଧା ମୋଟ୍‌ ୪୭ଟି କୋଇଲା ଖଣି ନିଲାମ ହୋଇସାରିଛି । ଏଥିରେ ଚତୁର୍ଥ ପର୍ଯ୍ୟାୟରେ ନିଲାମୀ ହୋଇଥିବା ଏହି ୫ଟି କୋଇଲା ଖଣି ମଧ୍ୟ ସାମିଲ ରହିଛି । ବର୍ତ୍ତମାନ ସୁଦ୍ଧା ନିଲାମ ହୋଇସାରିଥିବା କୋଇଲା ଖଣିଗୁଡ଼ିକର ସର୍ବମୋଟ୍‌ ପିଆରସି କ୍ଷମତା ବାର୍ଷିକ ୧୦୧.୪୦୪ ନିୟୁତ ଟନ୍‌ ରହିଛି ।

 

ନିଲାମ ହୋଇଥିବା କୋଇଲା ଖଣିଗୁଡ଼ିର ବିବରଣୀ ନିମ୍ନରେ ଦିଆଗଲା:

 

S. No

Name of the State

Name of the Mine

Geological Reserves (MT)

PRC

(MTPA)

Annual Revenue projected based on the PRC of mine (Rs. Cr.)

Estimated Capital Investment (Rs. Cr.)

Estimated Total Employment

1

Chhattisgarh

Gare Palma IV/6

166.98

4.000

1255.66

600.00

5408

2

Jharkhand

Rabodih OCP

133.17

2.500

367.10

375.00

3380

3

Maharashtra

Chinora

17.85

0.256

62.26

38.40

346

4 & 5

Odisha

Utkal B1 & B2

347.08

8.000

1107.05

1200.00

10,816

Total

665.08

14.756

2,792.07

2,213.40

19,950

 

ବାଣିଜ୍ୟିକ କୋଇଲା ଖଣି ନିଲାମୀର ଚତୁର୍ଥ ପର୍ଯ୍ୟାୟ ଫଳାଫଳ ନିମ୍ନରେ ଦିଆଗଲା:

 

S. No.

Name of the Mine

State

PRC (mtpa)

Geological Reserves (MT)

Closing Bid Submitted by

Reserve Price (%)

Final Offer (%)

1

Gare Palma IV/6

Chhatisgarh

4.000

166.98

Jindal Steel And Power Limited/64898

4.00

85.25

2

Rabodih OCP

Jharkhand

2.500

133.17

Twenty First Century Mining Private Limited/242211

4.00

6.00

3

Chinora

Maharashtra

0.256

17.85

BS Ispat Limited/64979

4.00

53.00

4 & 5

Utkal B1 & B2

Odisha

8.000

347.08

Jindal Steel and Power Limited/64898

4.00

15.25

 

**********

P.S.



(Release ID: 1812853) Visitor Counter : 187