ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav g20-india-2023

କୋଭିଡ-୧୯: ସଦ୍ୟତମ ସ୍ଥିତି

Posted On: 29 MAR 2022 9:27AM by PIB Bhubaneshwar

କରୋନା ନିୟନ୍ତ୍ରଣ ପାଇଁ ଦେଶବ୍ୟାପି ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଆଜି ସକାଳ ୭ଟା ସୁଦ୍ଧା ୧୮୩.୫୩ କୋଟି ଡୋଜ ଟିକା ଲୋକମାନଙ୍କୁ ନିଃଶୁଳ୍କ ଦିଆଗଲାଣି । ବର୍ତ୍ତମାନ ୧୫,୩୭୮ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏହାର ହାର ୦.୦୪ ଶତାଂଶ ଅଟେ । ସେହିପରି ସୁସ୍ଥ ହାର ୯୮.୭୫ ଶତାଂଶ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭୦୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୪,୨୪,୮୫,୫୩୪ ଜଣ କରୋନାରୁ ଆରୋଗ୍ୟ ଲାଭ କରିସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୫୯ ଜଣ ନୂଆ ସଂକ୍ରମିତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୦.୨୨ ପ୍ରତିଶତ ଥିବାସ୍ଥଳେ ସାପ୍ତାହିକ ସଂକ୍ରମଣ ହାର ୦.୨୫ ଶତାଂଶ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫,୭୭,୫୫୯ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ୭୮.୭୯ କୋଟି ନମୁନା ପରୀକ୍ଷା ହୋଇସାରିଲାଣି ।

SSD/DD



(Release ID: 1811044) Visitor Counter : 154