ଶକ୍ତି ମନ୍ତ୍ରଣାଳୟ

ରାଷ୍ଟ୍ରୀୟ ଶ୍ରମିକ ସଂଗଠନ ଦ୍ବାରା ଡାକରା ଦିଆଯାଇଥିବା ଆନ୍ଦୋଳନ ସମୟରେ ବିଜୁଳି ଗ୍ରୀଡ଼ର ରକ୍ଷଣାବେକ୍ଷଣ ଏବଂ ବିଶ୍ବସନୀୟତା ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଜାରି କଲା ଶକ୍ତି ମନ୍ତ୍ରଣାଳୟ

Posted On: 27 MAR 2022 2:48PM by PIB Bhubaneshwar

ଶକ୍ତି ମନ୍ତ୍ରଣାଳୟ ସମସ୍ତ ରାଜ୍ୟ, ସିଇଏ, ଆରପିସି, ସିପିଏସୟୁ, ଏନଏଲଡିସି, ଆରଏଲଡିସି ଙ୍କୁ 28 ରୁ 30 ମାର୍ଚ୍ଚ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶ୍ରମିକ ସଂଗଠନ ଦ୍ବାରା ଡାକରା ଦିଆ ଯାଇଥିବା ଆନ୍ଦୋଳନ ସମୟରେ ବିଜୁଳି ଗ୍ରୀଡ଼ର ରକ୍ଷଣାବେକ୍ଷଣ ଏବଂ ବିଶ୍ବସନୀୟତା ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଜାରି କରିଛନ୍ତି। ମନ୍ତ୍ରଣାଳୟ ପରାମର୍ଶ ଦେଇଛନ୍ତି ଯେ ସମସ୍ତ ପାୱାର ୟୁଟିଲିଟିକୁ ବିଜୁଳି ଗ୍ରୀଡ଼ର ଚବିଶ ଘଣ୍ଟା ସାଧାରଣ କାର୍ଯ୍ୟ ଏବଂ ସମସ୍ତ ପ୍ଲାଣ୍ଟ, ଟ୍ରାନ୍‌ସମିସନ ଲାଇନ୍ ଓ ସବଷ୍ଟେସନର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ଉପାୟ କରିବା ଆବଶ୍ୟକ। ଉପରୋକ୍ତ ସତ୍ତ୍ବେ, ସୁରକ୍ଷିତ ଏବଂ ବିଶ୍ବସନୀୟ ଗ୍ରୀଡ଼ ସଞ୍ଚାଳନ ପାଇଁ ନିମ୍ନଲିଖିତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ। 28 ମାର୍ଚ୍ଚ 2022 ରୁ 29 ମାର୍ଚ୍ଚ 2022 ସମୟରେ ନିର୍ଦ୍ଧାରିତ ସଟ୍‌ଡାଉନ କାର୍ଯ୍ୟକୁ ଭବିଷ୍ୟତର ଉପଯୁକ୍ତ ତାରିଖରେ ପରିବର୍ତ୍ତନ କରାଯାଇପାରେ। 

ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ନିଜର କ୍ଷେତ୍ରୀୟ ନେଟୱର୍କ/ ନିୟନ୍ତ୍ରଣ କ୍ଷେତ୍ର ନିକଟରେ ଉପଯୁକ୍ତ ତତ୍ତ୍ବାବଧାନ ସୁନିଶ୍ଚିତ କରନ୍ତୁ ଏବଂ କୌଣସି ଜରୁରୀ ସ୍ଥିତିରେ ସଂପୃକ୍ତ ଏସଏଲଡିସି/ ଆରଏଲଡିସି ଏବଂ ଏନଏଲଡିସିଙ୍କୁ ରିପୋର୍ଟ କରିବେ। 

କୌଣସି ଜରୁରୀକାଳୀନ ପରିସ୍ଥିତିକୁ ଏଡ଼ାଇବା ପାଇଁ 24 x7 ସମସ୍ତ ଗୁରୁତ୍ବପୂର୍ଣ୍ଣ ସବ-ଷ୍ଟେସନ / ପାୱାର ଷ୍ଟେସନରେ ଅତିରିକ୍ତ ଶ୍ରମବଳକୁ ନିୟୋଜିତ କରାଯାଇପାରେ।

ଚିହ୍ନଟ କରାଯାଇଥିବା ସବ-ଷ୍ଟେସନ/ ପାୱାର ଷ୍ଟେସନ ଏବଂ ଏଥି ସମ୍ବନ୍ଧିତ ଏସଏଲଡିସି/ଆରଏଲଡିସି ମଧ୍ୟରେ ଡାଟା ଏବଂ ଭଏସ କମ୍ୟୁନିକେସନର ସୁପରିଚାଳନା ସୁନିଶ୍ଚିତ କରାଯିବ। 

ହସ୍‌ପିଟାଲ, ରକ୍ଷା, ରେଲୱେ ଆଦି ଜରୁରୀ ସେବାକୁ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯିବା ଆବଶ୍ୟକ। 

ସମସ୍ତ କ୍ଷେତ୍ରୀୟ/ ରାଜ୍ୟ ନିୟନ୍ତ୍ରଣ କକ୍ଷର ଅଫିସରଙ୍କୁ ସତର୍କ ଓ ହାଇ ଆଲର୍ଟରେ ରହିବା ଆବଶ୍ୟକ। 

ସମସ୍ତ ରକ୍ଷା ପ୍ରଣାଳୀ ଯଥା ଫ୍ରିକୁଏନ୍‌ସି ରିଲେ ଆଧାରିତ ଲୋଡ୍ ସେଡିଂ (ୟୁଏଫଏଲଏସ), ଏସପିଏସ ଇତ୍ୟାଦି ଅନୁସାରେ ଡିଏଫ/ଡିଟି କାର୍ଯ୍ୟକ୍ଷମ ରହିବ। ସୂଚନା ପ୍ରସାର ଏବଂ କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିକୁ ଏଡ଼ାଇବା ପାଇଁ 24 x7 ନିୟନ୍ତ୍ରଣ କକ୍ଷକୁ କାର୍ଯ୍ୟକ୍ଷମ କରାଯାଇପାରେ। 

BS



(Release ID: 1810285) Visitor Counter : 171