ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମାର୍ଚ୍ଚ ୭ ତାରିଖରେ ଜନ ଔଷଧି ଯୋଜନା ହିତାଧିକାରୀମାନଙ୍କ ସହ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ
Posted On:
06 MAR 2022 7:16PM by PIB Bhubaneshwar
‘‘ଜନ ଔଷଧି ଦିବସ’’ ଉପଲକ୍ଷେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୭ ତାରିଖ ଦିନ ୧୨ଟା ୩୦ ମିନିଟ୍ରେ ଭିଡିଓ କନଫରେନ୍ସିଂ ଜରିଆରେ ଜନ ଔଷଧି କେନ୍ଦ୍ର ମାଲିକ ଏବଂ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବେ। ଏହି ଆଲୋଚନା ପରେ ପ୍ରଧାନମନ୍ତ୍ରୀ ସମାରୋହକୁ ସମ୍ବୋଧିତ କରିବେ । ଏହି ସମାରୋହର ବିଷୟବସ୍ତୁ ‘‘ଜନ ଔଷଧି – ଜନ ଉପଯୋଗୀ’’ ରଖାଯାଇଛି ।
ଜେନେରିକ ଔଷଧ ଏବଂ ଜନ ଔଷଧି ପରିଯୋଜନାର ଲାଭ ଉଠାଇବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ପହିଲା ଠାରୁ ଦେଶବ୍ୟାପୀ ଜନ ଔଷଧି ସପ୍ତାହ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ଅବସରରେ ଜନ ଔଷଧି ସଂକଳ୍ପ ଯାତ୍ରା, ମାତୃ ଶକ୍ତି ସମ୍ମାନ, ଜନ ଔଷଧି ବାଲ ମିତ୍ର, ଜନ ଔଷଧି ଜନ ଜାଗରଣ ଅଭିଯାନ, ଆଓ ଜନ ଔଷଧି ମିତ୍ର ବନାୟେ ଏବଂ ଜନ ଔଷଧି ଜନ ଆରୋଗ୍ୟ ମେଳା ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
ନାଗରିକମାନଙ୍କୁ ଶସ୍ତା ଏବଂ ସୁଲଭ ଔଷଧ ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଅନୁରୂପ, ସାରା ଦେଶରେ ଏବେ ୮୬୦୦ ଜନ ଔଷଧି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିଛି, ପ୍ରାୟତଃ ସବୁ ଜିଲ୍ଲାରେ ଜନ ଔଷଧି କେନ୍ଦ୍ରର ସୁବିଧା ପହଞ୍ଚି ପାରିଛି ।
******
P.S.
(Release ID: 1803472)
Visitor Counter : 207
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam