ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଉପରେ ବଜେଟ୍ ପର ୱେବିନାର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ


“ଆମର ସ୍ୱାସ୍ଥ୍ୟ ଯତ୍ନ ପ୍ରଣାଳୀରେ ଆମେ ଏକ ସାମଗ୍ରିକ ପଦକ୍ଷେପ ନେଉଛୁ । ଆଜି ଆମେ କେବଳ ସ୍ୱାସ୍ଥ୍ୟ ନୁହେଁ ବରଂ ସମାନଭାବେ ସୁଧାର ଉପରେ ଧ୍ୟାନ ଦେଉଛୁ”

“ ଦେଢଲକ୍ଷ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ରରେ କାର୍ଯ୍ୟ ଦ୍ରୁତଗତିରେ ଚାଲୁଛି । ବର୍ତ୍ତମାନ ସୁଦ୍ଧା ୮୫ହଜାରରୁ ଅଧିକ କେନ୍ଦ୍ର ଦୈନନ୍ଦିନ ସ୍ୱାସ୍ଥ୍ୟ ପରୀକ୍ଷା, ଟିକାକରଣ ଓ ରୋଗ ପରୀକ୍ଷା କରୁଛନ୍ତି”

“ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ସମାଧନ ନିମନ୍ତେ କୋୱିନ ପ୍ଲାଟଫର୍ମ ବିଶ୍ୱରେ ଭାରତର ମର୍ଯ୍ୟାଦା ରଖିପାରିଛି”

“ଆୟୁଷ୍ମାନ ଭାରତ ଡିଜିଟାଲ ହେଲ୍ପ ମିଶନ ଗ୍ରାହକ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ମଧ୍ୟରେ ଏକ ସମନ୍ୱୟ ରକ୍ଷାକାରୀର କାର୍ଯ୍ୟ କରୁଛି । ଏଥିସହ ଦେଶରେ ସ୍ୱାସ୍ଥ୍ୟସେବା ଗ୍ରହଣ ଓ ପ୍ରଦାନ ସହଜ ହୋଇଛି”

“ଦୂରଦୂରାନ୍ତ ସ୍ୱାସ୍ଥ୍ୟ ସେବା ଓ ଟେଲି ମେଡିସିନ୍ ଗ୍ରାମ ଓ ସହର ମଧ୍ୟରେ ଥିବା ସ୍ୱାସ୍ଥ୍ୟସେବା ପହୁଁଚ ପାର୍ଥକ୍ୟ ହ୍ରାସ କରିବ”

Posted On: 26 FEB 2022 11:10AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବଜେଟ ପରବର୍ତ୍ତୀ ୱେବିନାରକୁ ଉଦ୍‌ଘାଟନ କରିଛନ୍ତି । ବଜେଟ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପଞ୍ଚମ ୱେବିନାର ଉଦ୍‌ବୋଧନ । କେନ୍ଦ୍ରମନ୍ତ୍ରୀ, ସରକାରୀ ଓ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ,ପାରାମେଟିକ, ନସିଂ, ସ୍ୱାସ୍ଥ୍ୟପରିଚାଳନା, ବୈଷୟିକ ଓ ଗବେଷଣା ବିଶେଷଜ୍ଞ ଏଥିରେ ଉପସ୍ଥିତ ଥିଲେ ।

ପ୍ରଥମେ ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନକୁ ସଫଳ କରାଇବା ଯୋଗୁଁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ସାତ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକ ତ୍ୱରାନ୍ୱିତ କରିବା ନିମନ୍ତେ ବଜେଟ୍‌ରେ ଉଦ୍ୟମ କରାଯାଇଛି । ଏକ ସାମଗ୍ରୀକ ପଦକ୍ଷେପ ଆମେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗ୍ରହଣ କରିଛୁ । ଆଜି ଆମର ନଜର କେବଳ ସ୍ୱାସ୍ଥ୍ୟ ନୁହଁ, ସମାନଭାବେ ସୁଧାର ଉପରେ ମଧ୍ୟ ବୋଲି ସେ ଗୁରୁତ୍ୱ ଆରୋପ କରିଥିଲେ ।

 ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ନିଆଯାଉଥିବା ତିନଗୋଟି ବିଷୟ ଉପରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ପ୍ରଥମଟି ହେଲା ଆଧୁନିକ ଡାକ୍ତରୀ ବିଜ୍ଞାନ ସହ ସଂଶ୍ଳିଷ୍ଟ ଭିତ୍ତିଭୂମି ଓ ମାନବ ସମ୍ବଳ । ଦ୍ୱିତୀୟରେ ପାରମ୍ପରିକ ଭାରତୀୟ ଭେଷଜ ପଦ୍ଧତି ଆୟୁଷ ଉପରେ ଗବେଷଣାକୁ ଗୁରୁତ୍ୱ ଓ ସ୍ୱାସ୍ଥ୍ୟସେବା ଯତ୍ନରେ ସେମାନଙ୍କ ସକ୍ରିୟ ଯୋଗଦାନତୃତୀୟରେ ଆଧୁନିକ ବୈଷୟିକ ଜ୍ଞାନ  ଜରିଆରେ ପ୍ରତ୍ୟେକ ନାଗରିକଙ୍କୁ କମ୍ ମୂଲ୍ୟରେ ସ୍ୱାସ୍ଥ୍ୟସେବା । ଆମର ଉଦ୍ୟମ ହେଉଛି ବ୍ଲକ ଓ ଜିଲ୍ଲାସ୍ତରରେ ଗ୍ରାମ ନିକଟରେ ସଫଳ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ କରାଇବା । ଭିତ୍ତିଭୂମିର ରକ୍ଷଣାବେକ୍ଷଣ ସହ ସମୟାନୁଯାୟୀ ଏହାକୁ ଉନ୍ନୀତ କରିବା । ଏଥିପାଇଁ ଘରୋଇ ଓ ଅନ୍ୟାନ୍ୟ କ୍ଷେତ୍ର ମଧ୍ୟ ଅଧିକ ଶକ୍ତିର ସହ ଅ।ଗେଇ ଆସିବା ଦରକାର ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା ଲାଗି ଦେଶର ଦେଢଲକ୍ଷ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର ଦ୍ରୁତଗତିରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୮୫ହଜାରରୁ ଅଧିକ କେନ୍ଦ୍ର ଦୈନିକ ଚେକ ଅପ୍‌,ଟିକାକରଣ ଓ ପରୀକ୍ଷା ଇତ୍ୟାଦି କରୁଛନ୍ତି । ଚଳିତବର୍ଷ ବଜେଟ୍‌ରେ ମାନସିକ ସ୍ୱାସ୍ଥ୍ୟସେବାକୁ ମଧ୍ୟ ସେଥିରେ ଯୋଡାଯାଇଛି ।

ଡାକ୍ତରୀ ମାନବ ସମୂଳ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟ ସେବାର ଚାହିଦା ବୃଦ୍ଧି ପାଇବା ସହ ଆମେ ସେହି ଅନୁସାରେ କୁଶଳୀ ବୃତ୍ତି ଗତ ସ୍ୱାସ୍ଥ୍ୟ କର୍ମଚାରୀ ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରୁଛୁ । ସେଥିପାଇଁ ବଜେଟରେ ଗତବର୍ଷ ତୁଳନାରେ ସ୍ୱାସ୍ଥ୍ୟଶିକ୍ଷା ବିକାଶ ଉପରେ ଯଥେଷ୍ଟ ଅଧିକ ବ୍ୟୟ ବରାଦ କରାଯାଇଛି ।ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ଗୋଷ୍ଠୀଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସଂସ୍କାରକୁ ଆଗେଇନେବା ଓ ବୈଷୟିକ ସହଯୋଗ ସହ କମ୍ ବ୍ୟୟ ସାପେକ୍ଷ ଓ ଗୁଣାତ୍ମକ ମେଡିକାଲ ଶିକ୍ଷା ଦେବା ଉପରେ ଆହ୍ୱାନ ଜଣାଇଥିଲେ  ।

ଆଧୁନିକ ଓ ଭବିଷ୍ୟତରେ ମେଡିକାଲ କ୍ଷେତ୍ରରେ ବୈଷୟିକ ଜ୍ଞାନ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କୋୱିନ ଭଳି ପ୍ଲାଟଫର୍ମର ପ୍ରଶଂସା କରିଥିଲେ । ଡିଜିଟାଲ ସ୍ୱାସ୍ଥ୍ୟ ସମାଧାନ କ୍ଷେତ୍ରରେ ଏହା ଭାରତର ମର୍ଯ୍ୟାଦା ବିଶ୍ୱରେ ରଖିପାରିଛି । ସେହିପରି ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ  ଗ୍ରାହକ ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ମଧ୍ୟରେ ଏକ ସମନ୍ୱୟ ସୃଷ୍ଟି କରିପାରିଛି । ଏହା ଫଳରେ ଦେଶ ମଧ୍ୟରେ ରୋଗୀ ସେବା  ନେବା ଓ ପାଇବା ସହଜ ସାଧ୍ୟ ହେବ । କେବଳ ସେତିକି ନୁହେଁ ଏହା ମଧ୍ୟ ଭାରତରେ ସ୍ପଳ୍ପ ବ୍ୟୟ ସାପେକ୍ଷ  ଓ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପାଇଁ ପଥ ପରିସ୍କାର କରିବ ବୋଲି ଆୟୁଷ୍ମାନ ଭାରତ ଡିିଜିଟାଲ ସ୍ୱାସ୍ଥ୍ୟ ମିଶନର ସୁବିଧା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

 ବୈଶ୍ୱିକ ମହାମାରୀ କାଳରେ ଦୂରଦୂରାନ୍ତରେ ସ୍ୱାସ୍ଥ୍ୟସେବା ଓ ଟେଲି ମେଡିସିନର ସକାରାତ୍ମକ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହା ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ସ୍ୱାସ୍ଥ୍ୟସେବାର ତାରତମ୍ୟ ଦୂର କରିବାରେ ସାହାଯ୍ୟ କରିଛି । ପ୍ରତ୍ୟେକ ଗ୍ରାମରେ ଅପଟିକାଲ ଫାଇବର  ଓ ୫ଜି ନେଟୱାର୍କ ନେଇ ପ୍ରଧାନମନ୍ତ୍ରୀ ଘରୋଇ କ୍ଷେତ୍ର ଏ ଦିଗରେ ନିଜର ଅଂଶୀଦାରିତା ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । ମେଡିକାଲ କ୍ଷେତ୍ରରେ ଡ୍ରୋନର ଉପଯୋଗ ଉପରେ ମଧ୍ୟ ସେ ଗୁରୁତ୍ୱଆରୋପ କରିଥିଲେ ।

 ଆୟୁଷର ବିଶ୍ୱବ୍ୟାପୀ ଆଦର ବୃଦ୍ଧି ପାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତରେ ତାର ଏକମାତ୍ର ପାରମ୍ପରିକ ଭେଷଜ କେନ୍ଦ୍ର ସ୍ଥାପନ କରିବାକୁ ଯାଉଥିବା ନେଇ ଶ୍ରୀ ମୋଦୀ ଖୁସି ପ୍ରକଟ କରିଥିଲେ । ବର୍ତ୍ତମାନ ଆୟୁଷକୁ ନେଇ ନିଜ ଓ ବିଶ୍ୱପାଇଁ କିପରି ଉନ୍ନତ ପନ୍ଥା ଦେଖିବାକୁ ହେବ ତାହା ଦେଖାଯିବା ଆବଶ୍ୟକ ବୋଲି କହିଥିଲେ

 

*****







SM / SLP


(Release ID: 1801452) Visitor Counter : 178