ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ନିଷିଦ୍ଧ ସଂଗଠନ ଶିଖ ଫର ଜଷ୍ଟିସ ସହ ଜଡ଼ିତ ଆପ୍ସ, ୱେବସାଇଟ୍ ଏବଂ ସୋସିଆଲ ମିଡିଆ ଆକାଉଣ୍ଟସ୍କୁ ବନ୍ଦ କରିବାକୁ ଆଦେଶ ଦେଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
प्रविष्टि तिथि:
22 FEB 2022 12:11PM by PIB Bhubaneshwar
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଦେଶରେ ପରିଚାଳିତ ‘‘ପଞ୍ଜାବ ପଲିଟିକ୍ସ ଟିଭି’’ର ଆପ୍ସ, ୱେବସାଇଟ ଏବଂ ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ (ବ୍ଲକ୍) କରିବା ଲାଗି ନିର୍ଦ୍ଦେଶ ଦେଇଛି । ବେଆଇନ କାର୍ଯ୍ୟକଳାପ (ନିରାକରଣ) ଆଇନ, ୧୯୬୭ ଅଧୀନରେ ବେଆଇନ ଘୋଷିତ ସଂଗଠନ ଶିଖ ଫର ଜଷ୍ଟିସ (ଏସଏଫଜେ) ସହିତ ଏହି ଟିଭି ଚାନେଲର ଘନିଷ୍ଠ ସମ୍ପର୍କ ରହିଛି। ଗୁଇନ୍ଦା ସୂଚନା ଅନୁଯାୟୀ, ଏହି ଚାନେଲ ବର୍ତ୍ତମାନ ଜାରି ରହିଥିବା ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବା ଲାଗି ଅନଲାଇନ ମିଡିଆ ମାଧ୍ୟମରେ ଉଦ୍ୟମ କରୁଥିଲା। ପଞ୍ଜାବ ପଲିଟିକ୍ସ ଟିଭିର ଡିଜିଟାଲ ମିଡିଆ ଉତ୍ସକୁ ବନ୍ଦ (ବ୍ଲକ୍) କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଫେବୃଆରୀ ୧୮ ତାରିଖରେ ଆଇଟି ନିୟମ ଅଧୀନରେ ଜରୁରିକାଳୀନ କ୍ଷମତାର ଉପଯୋଗ କରାଯାଇଥିଲା।
ବ୍ଲକ୍ ହୋଇଥିବା ଆପ୍ସ, ୱେବସାଇଟ୍ ଏବଂ ସୋସିଆଲ ମିଡିଆ ଆକାଉଣ୍ଟସ୍ରେ ପ୍ରଦର୍ଶିତ କାର୍ଯ୍ୟକ୍ରମରେ ସାମ୍ପ୍ରଦାୟିକ ବିଭେଦ ଏବଂ ବିଚ୍ଛିନ୍ନତାବାଦକୁ ଉତ୍ତେଜିତ କରିବା ଭଳି କ୍ଷମତା ରହିଥିଲା। ଏହାର ବିଷୟବସ୍ତୁ ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା, ରାଜ୍ୟର ସୁରକ୍ଷା ଏବଂ ସାର୍ବଜନୀନ ବ୍ୟବସ୍ଥା ପାଇଁ ବିପଜ୍ଜନକ ବୋଲି ଜଣାପଡ଼ିଥିଲା। ଆହୁରି ମଧ୍ୟ ସୂଚନା ମିଳିଥିଲା ଯେ ବର୍ତ୍ତମାନ ଜାରି ରହିଥିବା ନିର୍ବାଚନ ସମୟରେ ଅଧିକ ମହତ୍ବ ପାଇବା ଲାଗି ନୂଆ ଆପ୍ସ ଏବଂ ସୋସିଆଲ ମିଡିଆ ଆକାଉଣ୍ଟସ ଶୁଭାରମ୍ଭ କରାଯାଇଛି।
ଭାରତ ସରକାର ଦେଶର ସାମଗ୍ରିକ ସୂଚନା ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଏବଂ ଭାରତର ସାର୍ବଭୌମତ୍ବ ଏବଂ ଅଖଣ୍ଡତାକୁ ଦୁର୍ବଳ କରିବା ଲାଗି ଶକ୍ତି ରଖୁଥିବା କୌଣସି କାର୍ଯ୍ୟକୁ ବିଫଳ କରିବା ଲାଗି ସତର୍କ ଏବଂ ସଂକଳ୍ପବଦ୍ଧ ରହିଛନ୍ତି ।
*******
P.S.
(रिलीज़ आईडी: 1800416)
आगंतुक पटल : 284
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam