ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଟେରୀରେ ବିଶ୍ୱ ସ୍ୱାସ୍ଥ୍ୟ ଓ ନିରନ୍ତର ବିକାଶ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘାଟନୀ ଅଭିଭାଷଣ


“ପରିବେଶ, ସ୍ଥାୟୀ ଓ ନିରନ୍ତର ବିକାଶ ମୋର ୨୦ବର୍ଷ ଧରି କ୍ଷମତାରେ ପ୍ରଥମେ ଗୁଜରାଟ ଓ ପରେ ଜାତୀୟସ୍ତରରେ ମୁଖ୍ୟ ବିଷୟ ରହିଛି”

“ନ୍ୟାୟ ସଙ୍ଗତ ଓ ଶକ୍ତି ଗରିବଙ୍କୁ ପହଞ୍ଚାଇବା ଆମ ପରିବେଶ ନୀତିର ମୁଖ୍ୟ ଅଙ୍ଗ”

“ପରିବେଶ ବୃହତ ବିବିଧତାର ଦେଶ ଓ ଏହାର ପରିବେଶ ନିରାପତ୍ତା ଆମର କର୍ତ୍ତବ୍ୟ”

“ପରିବେଶ ପ୍ରତି ନ୍ୟାୟ କରି ହିଁ ଏହାର ନିରନ୍ତର ଓ ସ୍ଥାୟୀ ବିକାଶ ସମ୍ଭବ”

“ଆଗାମୀ ୨୦ବର୍ଷ ମଧ୍ୟରେ ଭାରତର ଶକ୍ତି ଆବଶ୍ୟକତା ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି । ଏହାକୁ ଅଣଦେଖା କରିବା ଅର୍ଥ ଲକ୍ଷ ଲକ୍ଷ ଜନଜୀବନକୁ ଉପେକ୍ଷା”

“ବିକାଶଶୀଳ ଦେଶମାନେ ପ୍ରଯୁକ୍ତି ହସ୍ତାନ୍ତରଣ ଓ ଆର୍ଥିକ ସହାୟତା ଭଳି ଅଙ୍ଗୀକାରବଦ୍ଧତାକୁ ପୂରଣ କରିବା ଆବଶ୍ୟକ”

“ସ୍ୱଚ୍ଛ ଶକ୍ତି ଉପଲବ୍ଧ ନେଇ ବିଶ୍ୱର ବିଭିନ୍ନ ଗ୍ରୀଡରୁ ଉଦ୍ୟମ ହେବା ଦରକାର । ଭାରତ ଏହି ବିଶ୍ୱବ୍ୟାପୀ ଉଦ୍ୟମର ସମର୍ଥକ”

Posted On: 16 FEB 2022 6:18PM by PIB Bhubaneshwar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶକ୍ତି ଓ ସମ୍ପଦ ପ୍ରତିଷ୍ଠା(ଟିଆରଆଇ)ରେ (୧୬.୦୨.୨୦୨୨) ବିଶ୍ୱ ସ୍ୱାସ୍ଥ୍ୟ ଓ ନିରନ୍ତର ବିକାଶ ଶିଖର ସମ୍ମିଳନୀରେ ଭିଡିଓ ବାର୍ତ୍ତା ଦ୍ୱାରା ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିଛନ୍ତି । ଡୋମିନିକା ସାଧାରଣତନ୍ତ୍ର ରାଷ୍ଟ୍ରପତି ଶ୍ରୀ ଲୁଇ ଆବିନ୍ଦର, ଗୁଏନା ମିଳିତ ସାଧାରଣତନ୍ତ୍ରର ରାଷ୍ଟ୍ରପତି  ମହମ୍ମଦ ଇରଫାନ ଅଲ୍ଲୀ, ଜାତିସଂଘ ଉପମହାସଚିବ ଶ୍ରୀମତୀ ଅମୀନା ଜେ ମହମ୍ମଦ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୁପିନ୍ଦର ଯାଦବ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ଗୁଜରାଟ ଓ କେନ୍ଦ୍ରରେ କ୍ଷମତାର ଦୀର୍ଘ କୋଡିଏ ବର୍ଷରେ ସେ କିପରି ପରିବେଶ, ସ୍ଥାୟୀ ଏବଂ ନିରନ୍ତର ବିକାଶକୁ ଅଗ୍ରାଧିକାର ଦେଇ ଆସିଛନ୍ତି ତାହାର ସ୍ମୃତିଚାରଣ କରିଥିଲେ ।  ସେ କହିଥିଲେ ଯେ ପୃଥିବୀ ଗ୍ରହ ଭଙ୍ଗୁର ନୁହେଁ ମାତ୍ର ଗ୍ରହ ଓ ପ୍ରକୃତି ପ୍ରତି ଅଙ୍ଗୀକାରବଦ୍ଧତା, ଭଙ୍ଗୁର ଓ କ୍ଷଣିକ । ୧୯୭୨ ମସିହା ଷ୍ଟକ ହୋମ ସମ୍ମିଳନୀ ପରଠାରୁ ଗତ ପଚାଶବର୍ଷ ମଧ୍ୟରେ ଏ ଦିଗରେ ବିଶେଷ କିଛି ହୋଇନାହିଁ । ମାତ୍ର ଭାରତରେ ଆମେ ଏ ଦିଗରେ କାର୍ଯ୍ୟ କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗରିବ ଜନସାଧାରଣଙ୍କ ନିମନ୍ତେ ଯଥାର୍ଥ ଶକ୍ତି ପହଞ୍ଚାଇବାକୁ ଆମ ପରିବେଶ ନୀତିରେ ଅଗ୍ରାଧିକାର ଦିଆଯାଇଛି ।ନଅକୋଟି ପରିବାରକୁ ଉଜ୍ଜ୍ୱଳା ଯୋଜନା ଅଧୀନରେ ସ୍ୱଚ୍ଛ ଇନ୍ଧନ, ପିଏମ୍ କୁସୁମ ଯୋଜନାରେ କୃଷକମାନଙ୍କୁ ଅକ୍ଷୟ ଶକ୍ତି ସହ ସୌର ପ୍ୟାନେଲ ପାଇଁ ପ୍ରୋତ୍ସାହନ ଓ ଗ୍ରୀଡ୍‌କୁ କଳକା ଶକ୍ତି ଯୋଗାଣ ନିରନ୍ତର ବିକାଶର ପରିଚାୟକ ବୋଲି ସେ କହିଛନ୍ତି ।

ଗତ ସାତବର୍ଷ ଧରି ଚାଲିଥିବା ଏଲଇଡି ବଲ୍‌ବ ବଣ୍ଟନ ଯୋଜନା ଯୋଗୁଁ ୨୨୦ ବିଲିୟନ ୟୁନିଟ୍ ବିଦ୍ୟୁତ ଶକ୍ତି ସଞ୍ଚୟ ସହ ବାର୍ଷିକ ୧୮୦ବିଲିୟନ ଟନ୍ ଅଙ୍ଗାରକାମ୍ଳ ଉଦ୍‌ଗୀକରଣ ରୋକାଯାଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାଛଡା ଜାତୀୟ ଉଦ୍‌ଯାନ ମିଶନ ସବୁଜ ଉଦଯାନକୁ ରଖିବାକୁ ଧରି ରଖିବାକୁ ଲକ୍ଷ୍ୟ ରଖିଛି । ଗ୍ରୀନ ହାଇଡ୍ରୋଜେନର ଆବଶ୍ୟକତାକୁ ଉପଲବ୍ଧ କରିବା ପାଇଁ ଶୈକ୍ଷିକ ଓ ଟେରି ଭଳି ଗବେଷଣା ପ୍ରତିଷ୍ଠାନ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ବିଶ୍ୱ ସ୍ଥଳ ଭାଗର ଶତକଡା ୨.୪ ଭାଗ ଥିବା ଭାରତରେ ବିଶ୍ୱର ପାଖାପାଖି ଆଠ ପ୍ରତିଶତ ଜୀବଜଗତ ରହିଛି । ଭାରତ ଏକ ବୃହତ ବିବିଧତାର ଦେଶ ହୋଇଥିବାରୁ ଏହାର ପରିବେଶର ନିରାପତ୍ତା ଆମର କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସୁରକ୍ଷିତ ଅଞ୍ଚଳ ବ୍ୟବସ୍ଥାକୁ ମଜବୁତ କରିବା ଉପରେ ମନ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ପ୍ରାକୃତିକ ସଂରକ୍ଷଣ ସଂଘ ଭଳି ଆନ୍ତର୍ଜାତିକ ସଂସ୍ଥାକୁ ଭାରତର ସ୍ୱୀକୃତି ଉପରେ କହିଥିଲେ । ହରିୟାଣାର ଆରାବଳୀ ଜୈବ ବିବିଧତା ଉଦ୍ୟାନ ଏକ ଫଳପ୍ରଦ ଜୈବ ବିବିଧତା ସଂରକ୍ଷଣ ସ୍ଥାନ ଭାବେ ଓଇଏଲଏମ ସ୍ଥଳଭାବେ ସ୍ୱୀକୃତି ଲାଭ କରିଛି ।

ରାମସର ସ୍ଥାନଭାବେ ଭାରତରେ ଦୁଇଟି ସନ୍ତସନ୍ତିଆ ଅଞ୍ଚଳର ସ୍ୱୀକୃତିକୁ ମିଶାଇ ଦେଶରେ ପ୍ରାୟ ଦଶଲକ୍ଷ ହେକ୍ଟର ରାମସର ଅଞ୍ଚଳ ରହିଛି ।

୨୦୧୫ ମସିହାଠାରୁ ନଷ୍ଟ ହୋଇଯାଉଥିବା ଜମିର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯିବା ପରଠାରୁ ୧୧.୫ ନିୟୁତ ହେକ୍ଟର ଜମିର ପୁନରୁଦ୍ଧାର  କରାଯାଇଛି । ଜମିକୁ ନଷ୍ଟ ହେବାରୁ ରୋକିବା ଆମର ଜାତୀୟ ଅଙ୍ଗୀକାରବଦ୍ଧତା ଓ ଏହା ହାସଲ ଲାଗି ଆମେ ଲାଗିପଡିଛୁ । ୟୁଏନ୍‌ଏଫ ଓ ଟ୍ରିପଲ ସି ଅଧୀନରେ ଥିବା ସମସ୍ତ ଦାୟିତ୍ୱ ଆମେ ସମ୍ପାଦନ କରିବାରେ ବିଶ୍ୱାସ କରୁ । ଗ୍ଲାସଗୋ କପ-୨୬ରେ ମଧ୍ୟ ଆମେ ଆମର ଇଚ୍ଛାପ୍ରକଟ କରିଛୁ ।

ଜଳବାୟୁ ପ୍ରତି ଉଚିତ ନ୍ୟାୟ କରି ଆମେ ପରିବେଶଜନିତ ନିରନ୍ତର ବିକାଶ ସାଧନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ସେ କହିଥିଲେ ଯେ ଭାରତବାସୀଙ୍କ ଶକ୍ତି ଆବଶ୍ୟକତା ଆଗାମୀ ୨୦ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଯିବ । ଲୋକଙ୍କୁ ଏହା ନ ଦେବା ଅର୍ଥ ହେଉଛି ସେମାନଙ୍କ ଜୀବନକୁ ଉପେକ୍ଷା କରିବା ସଦୃଶ । ସଫଳ ଜଳବାୟୁ ପରିଚାଳନା ପାଇଁ ମଧ୍ୟ ଅର୍ଥର ଆବଶ୍ୟକତା ନେଇ ସେମାନଙ୍କ ଅଙ୍ଗୀକାରବଦ୍ଧତାକୁ ପୂରଣ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିରନ୍ତର ବିକାଶ ପାଇଁ ବିଶ୍ୱବ୍ୟାପୀ ସହଯୋଗ ଦରକାର । ଏହି ପାରସ୍ପରିକ ନିର୍ଭରଶୀଳତାକୁ ଆମେ ସ୍ୱୀକୃତି ଦେଇଛୁ । ଆନ୍ତର୍ଜାତିକ ସୌର ଚୁକ୍ତି ନେଇ ଆମର ଲକ୍ଷ୍ୟ ହେଲା ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ ଓ ଗୋଟିଏ ଗ୍ରୀଡ। ସବୁବେଳେ ଆମେ ବିଶ୍ୱର ଏହି ଗ୍ରୀଡରୁ ସ୍ୱଚ୍ଛ ଶକ୍ତି ପାଇବା ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ବିପର୍ଯ୍ୟୟ ପ୍ରବଣ ଅଞ୍ଚଳଗୁଡିକରେ ବିପର୍ଯ୍ୟୟ ନମନୀୟ ଭିତ୍ତିଭୂମି (ସିଡିଆରଆଇ) ଏବଂ ଦ୍ୱୀପାଞ୍ଚଳ ରାଜ୍ୟ ପାଇଁ ନମନୀୟ ଭିତ୍ତିଭୂମି ବ୍ୟବସ୍ଥା କରାଯାଉଛି । ଦ୍ୱୀପାଞ୍ଚଳ ରାଜ୍ୟଗୁଡିକ ପ୍ରତି ଅଧିକ ବିପଦ ଥିବାରୁ ସେଗୁଡିକର ସୁରକ୍ଷା ଅନିବାର୍ଯ୍ୟ ବୋଲି ସେ କହିଛନ୍ତି ।

 ପ୍ରଧାନମନ୍ତ୍ରୀ ଦୁଇଟି ପଦକ୍ଷେପ ଜୀବନ ପାଇଁ ଆବଶ୍ୟକ ବୋଲି କହିଛନ୍ତି । ତାହାହେଲା ପରିବେଶ ପାଇଁ ଜୀବନ ଶୈଳୀ ଓ ପ୍ରୋ ପ୍ଲାନେଟ ପିପୁଲ(୩-ପିଏସ୍‌) ଏହି ବୈଶ୍ୱିକ ମିଳନ ଆମ ପରିବେଶ ମୂଳଭିତ୍ତି ସୁଦୃଢ କରିବା ସହ ଏହାକୁ ସୁରକ୍ଷିତ ରଖିବ ।

 

****

SM /SLP



(Release ID: 1798954) Visitor Counter : 146