ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ-ମଧ୍ୟ ଏସିଆ ସମ୍ମିଳନୀର ପ୍ରଥମ ବୈଠକ
Posted On:
19 JAN 2022 8:00PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଜାନୁୟାରୀ ୨୦୨୨ ରେ ଏକ ଭର୍ଚୁଆଲ୍ ବ୍ୟବସ୍ଥାରେ ଭାରତ-ମଧ୍ୟ ଏସିଆ ସମ୍ମିଳନୀର ପ୍ରଥମ ବୈଠକ ଆୟୋଜନ କରିବେ । ଏହି ବୈଠକରେ କାଜାଖସ୍ତାନ, ର୍କିଗିଜ୍ ଗଣତନ୍ତ୍ର, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ କରିବେ । ଏହା ହେଉଛି ଭାରତ ଏବଂ ମଧ୍ୟ ଏସୀୟ ଦେଶର ନେତାଙ୍କ ମଧ୍ୟରେ ଏହି ଧରଣର ପ୍ରଥମ ବୈଠକ ।
ପ୍ରଥମ ଭାରତ-ମଧ୍ୟ ଏସିଆ ସମ୍ମିଳନୀ ହେଉଛି କେନ୍ଦ୍ରୀ ଏସୀୟ ଦେଶମାନଙ୍କ ସହିତ ଭାରତର ବଢୁଥିବା ଯୋଗଦାନର ପ୍ରତିଫଳନ, ଯାହା ଭାରତର “ବିସ୍ତାରିତ ପଡୋଶୀ” ର ଏକ ଅଂଶ ଅଟେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ରେ ସମସ୍ତ ମଧ୍ୟ ଏସୀୟ ଦେଶକୁ ଏକ ଐତିହାସିକ ଗସ୍ତ କରିଥିଲେ । ପରବର୍ତ୍ତୀ ସମୟରେ, ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ଫୋରମରେ ଉଚ୍ଚ ସ୍ତରୀୟ ମତ ବିନିମୟ ହୋଇଛି ।
ବୈଦେଶିକ ମନ୍ତ୍ରୀ ସ୍ତରରେ ଭାରତ-ମଧ୍ୟ ଏସିଆ ଆଲୋଚନାର ଆରମ୍ଭ, ଯାହାର ତୃତୀୟ ବୈଠକ ୧୮-୨୦ ଡିସେମ୍ବର ୨୦୨୧ ମଧ୍ୟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା, ଏହା ଭାରତ-ମଧ୍ୟ ଏସିଆ ସମ୍ପର୍କକୁ ଏକ ପ୍ରେରଣା ଯୋଗାଇ ଦେଇଛି । ୧୦ ନଭେମ୍ବର ୨୦୨୧ ରେ ନୂଆଦିଲ୍ଲୀରେ ଆୟୋଜିତ ଆଫଗାନିସ୍ତାନ ଉପରେ ଆଞ୍ଚଳିକ ସୁରକ୍ଷା ବାର୍ତ୍ତାଳାପରେ ମଧ୍ୟ ଏସୀୟ ଦେଶର ଜାତୀୟ ସୁରକ୍ଷା ପରିଷଦର ସଚିବମାନଙ୍କ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଆଫଗାନିସ୍ତାନ ଉପରେ ଏକ ସାଧାରଣ ଆଞ୍ଚଳିକ ଆଭିମୁଖ୍ୟ ଦର୍ଶାଇଥିଲା ।
ପ୍ରଥମ ଭାରତ-ମଧ୍ୟ ଏସିଆ ସମ୍ମିଳନୀରେ ନେତାମାନେ ଭାରତ-ମଧ୍ୟ ଏସିଆ ସମ୍ପର୍କକୁ ନୂତନ ଶିଖରକୁ ଆଣିବା ପାଇଁ ପଦକ୍ଷେପ ବିଷୟରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ସେମାନେ ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ବିଶେଷକରି ଆଞ୍ଚଳିକ ଏବଂ ଆର୍ନ୍ତଜାତିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ ବୋଲି ଆଶା କରାଯାଉଛି ।
ଏହି ସମ୍ମିଳନୀ ଭାରତ-ମଧ୍ୟ ଏସିଆର ଏକ ବିସ୍ତୃତ ତଥା ସ୍ଥାୟୀ ସହଭାଗିତା ପାଇଁ ଭାରତ ଏବଂ ମଧ୍ୟ ଏସୀୟ ଦେଶଗୁଡିକର ନେତାଙ୍କ ଦ୍ୱାରା ଗୁରୁତ୍ୱ ଦିଆଯାଇଥିବା ପ୍ରତୀକାତ୍ମକ ଅଟେ ।
HS
(Release ID: 1791683)
Visitor Counter : 151
Read this release in:
Malayalam
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada