ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଏକ ଉନ୍ନତ ଓ ସମୃଦ୍ଧ ନବଭାରତ ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ


ପିଆଇବି ଓ ଆରଓବି ଭୁବନେଶ୍ୱର ପକ୍ଷରୁ ୱେବିନାର

Posted On: 11 JAN 2022 5:16PM by PIB Bhubaneshwar

ଏକ ଉନ୍ନତ ଓ ସମୃଦ୍ଧ ନବଭାରତ ଗଠନରେ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନର ଏକ ମୁଖ୍ୟ ଭୂମିକା ରହିଛି ବୋଲି ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି । ଭୁବନେଶ୍ୱରସ୍ଥିତ ପତ୍ରସୂଚନା କାର୍ଯ୍ୟାଳୟ,ପିଆଇବି, ଆଞ୍ଚଳିକ କ୍ଷେତ୍ର ପ୍ରଚାର ବ୍ୟୁରୋ,  ଆରଓବି ଓ ଓଡିଶା ନେହେରୁ ଯୁବ କେନ୍ଦ୍ର ସଂଗଠନର ମିଳିତ ଆନୁକୂଲ୍ୟରେ ଆଜି (୧୧-୦୧-୨୦୨୨) ସ୍ୱାମୀ ବିବେକାନନ୍ଦ-ନବଭାରତର ପ୍ରେରଣାର ଉତ୍ସ ଶୀର୍ଷକ ୱେବିନାରରେ ଯୋଗଦେଇ ବକ୍ତାଗଣ ଏହି ମତବ୍ୟକ୍ତ କରିଛନ୍ତି ।

Image

ୱେବିନାରରେ ଅଂଶଗ୍ରହଣ କରି ଆରଓବି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ସ୍ୱାମୀ ବିବେକାନନ୍ଦଙ୍କ ତିନୋଟି ମହତ୍ୱପୂର୍ଣ୍ଣବାଣୀ ଉପରେ ଆଲୋକପାତ କରିଥିଲେ । ତାହା ହେଲା ଆତ୍ମବିଶ୍ୱାସ, ମନ ଓ ହୃଦୟରେ ଗ୍ରହଣ ବା ପରିତ୍ୟାଗ, ଯାହା ଆସୁଛି ତାହା ସାମ୍ନା କର ।

ବିଶିଷ୍ଟ ଲେଖକ ଓ ଆଧ୍ୟାତ୍ମିକ ଚିନ୍ତକ ଶ୍ରୀ ବିଷ୍ଣୁପ୍ରସାଦ ନନ୍ଦ ସ୍ୱାମୀ ବିବେକାନନ୍ଦଙ୍କ ଜୀବନଦର୍ଶ ଉପରେ ଆଲୋକପାତ କରି କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଭାରତ ଓ ପାଶ୍ଚାତ୍ୟ ଜଗତ ମଧ୍ୟରେ ଏକ ସେତୁ ଗଠନ କରିଥିଲେ । ସ୍ୱାମିଜୀ “ ସନାତନ ଧର୍ମର ବାଣୀ ବିଶ୍ୱରେ ପରିଚିତ କରାଇବା ସହ ସବୁବେଳେ, ସମାଜର ଅବହେଳିତମାନଙ୍କ ଅଧିକାର ପାଇଁ ଅଣ୍ଟାଭିଡି ଠିଆ ହୋଇଥିଲେ” ବୋଲି ସେ କହିଥିଲେ ।” ସ୍ୱାମିଜୀ ସମଗ୍ର ବିଶ୍ୱରେ ବିଶ୍ୱ ଭ୍ରାତୃତ୍ୱର ପ୍ରଚାର କରିଥିଲେ ବୋଲି ଶ୍ରୀ ନନ୍ଦ କହିଥିଲେ  ।

 ବରିଷ୍ଠ ସାମ୍ବାଦିକ ଶ୍ରୀ ଗୁରୁକଲ୍ୟାଣ ମହାପାତ୍ର ସ୍ୱାମିଜୀଙ୍କ ନୀତି କିପରି ଏକ ସମୃଦ୍ଧ ଭାରତ ଗଠନରେ ସହାୟକ ହେବ  ତାହା ଉପରେ ଆଲୋକପାତ କରିଥିଲେ । ସ୍ୱାମିଜୀଙ୍କ ବାଣୀର ଯୁଗ ଯୁଗ ଧରି ମହତ୍ୱ ରହିଛି। ଏହା ସେତେବେଳେ ଯୁକ୍ତିଯୁକ୍ତ ଥିଲା ଓ ଏବେ ମଧ୍ୟ ରହିଛି । ଆମେ ତାଙ୍କ ନୀତି ଓ ଆଦର୍ଶକୁ ଅନୁସରଣ କଲେ ଏକ ନୂତନ ଭାରତ ଗଠନ କରିପାରିବା ବୋଲି ସେ କହିଥିଲେ । ଶ୍ରୀ ମହାପାତ୍ର ଯୁବ ସମାଜର ବିକାଶ ଦିଗରେ ନୀତିମାନ ନିର୍ଦ୍ଧାରଣ କରୁଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଦେଶର ଭବିଷ୍ୟତ ଯୁବାଗୋଷ୍ଠୀ ନିମନ୍ତେ ନୂତନ କାର୍ଯ୍ୟକ୍ରମ ଓ ନୀତିମାନ ଗ୍ରହଣ କରୁଛନ୍ତି । ସରକାର ସଠିକଭାବେ ସ୍ୱାମୀ ବିବେକାନନ୍ଦଙ୍କ ନୀତିଗୁଡିକୁ ଅନୁସରଣ କରୁଥିବା ଶ୍ରୀ ମହାପାତ୍ର କହିଥିଲେ ।

ରାଜ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଗଣମାଧ୍ୟମ ଏକାଂଶର ଅଧିକାରୀଗଣ ରାଜ୍ୟର ବିଭିନ୍ନ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଗଠନର ଯୁବ ସଦସ୍ୟଗଣ ୱେବିନାରରେ ଅଂଶଗ୍ରହଣ କରିଥିଲେ ।

 

*****

SM / SLP



(Release ID: 1789288) Visitor Counter : 256