ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

ବର୍ଷାନ୍ତ ସମୀକ୍ଷା-୨୦୨୧: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ

Posted On: 27 DEC 2021 6:28PM by PIB Bhubaneshwar
  • ମହିଳାମାନଙ୍କ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ନିମନ୍ତେ ବାଲ୍ୟ ବିବାହ ନିଷେଧ (ସଂଶୋଧନ) ଅଧିନିୟମ, ୨୦୨୧ ଲୋକସଭାରେ ଉପସ୍ଥାପିତ
  • ଜନ୍ମ ସମୟରେ ଲିଙ୍ଗ ଅନୁପାତ (ଏସଆରବି)ରେ ଜାତୀୟ ସ୍ତରରେ ୧୯ ଅଙ୍କ ବୃଦ୍ଧି, ଲିଙ୍ଗ ଅନୁପାତ ୨୦୧୪-୧୫ରେ ୯୧୮ ପଏଂଟରୁ ବୃଦ୍ଧି ପାଇ ୨୦୨୦-୨୧ରେ ୯୩୭ ପଏଂଟରେ ପହଂଚିଛି
  • ଅତିରିକ୍ତ ପୋଷଣର ବାସ୍ତବ ସମୟ ନିରୀକ୍ଷଣ ସୁନିଶ୍ଚିତ କରିବା ସକାଶେ ପୋଷଣ ଟ୍ରାକରର ଶୁଭାରମ୍ଭ
  • ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମାଆମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଅଧିନରେ ୨ କୋଟିରୁ ଅଧିକ ହିତାଧିକାରୀ ଉପକୃତ
  • କୋଭିଡ ମହାମାରୀ କାରଣରୁ ଅନାଥ ହୋଇଥିବା ଶିଶୁମାନଙ୍କ ସହାୟତା ନିମନ୍ତେ ହିତାଧିକାରୀମାନଙ୍କ ପଞ୍ଜିକରଣ ଏବଂ ଚିହ୍ନଟ ପାଇଁ ପିଏମ କେୟାର୍ସ ଫର ଚିଲଡ୍ରେନ୍ ଯୋଜନା ୱେବ୍ ପୋର୍ଟାଲର ଶୁଭାରମ୍ଭ
  • ୱାନ ଷ୍ଟପ୍ ସେଂଟର ଯୋଜନା ଅଧିନରେ ୫୪ ଲକ୍ଷରୁ ଅଧିକ ମହିଳାଙ୍କୁ ସହାୟତା ପ୍ରଦାନ
  • ଚାଇଲଡ ଲାଇନ୍ (୧୦୯୮) ସେବା ରେଳ ଷ୍ଟେସନ ଛଡା ବସ୍ ଷ୍ଟାଣ୍ଡରେ ମଧ୍ୟ ଆରମ୍ଭ କରାଯାଇଛି ।
  • ମହିଳା ଓ ଶିଶୁମାନଙ୍କ ମଧ୍ୟରେ କୁପୋଷଣ ଦୂର କରିବା ପାଇଁ ଅତିରିକ୍ତ ପୋଷଣ କାର୍ଯ୍ୟକ୍ରମ ଅଧିନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଶତ ପ୍ରତିଶତ ପୋଷଣଯୁକ୍ତ ଚାଉଳ ବଂଟନ କରିବା ପାଇଁ ନିଷ୍ପତି
  • କିଶୋର ନ୍ୟାୟ (ପିଲାମାନଙ୍କ ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ଅନୁଯାୟୀ କାର୍ଯ୍ୟାନ୍ୱୟନ ଏବଂ  ନିରୀକ୍ଷଣ ବ୍ୟବସ୍ଥାକୁ ସଶକ୍ତ କରିବା ସକାଶେ ଏହି ଅଧିନିୟମରେ ସଂଶୋଧନ
  • ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ଭରଣ ପୋଷଣ ଅଧିନିୟମ ୧୯୫୬ ଅଧିନରେ ପୋଷ୍ୟ ସନ୍ତାନମାନଙ୍କୁ ବିଦେଶକୁ ସ୍ଥାନାନ୍ତର କରିବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାର ସରଳୀକରଣ
  • ଭାରତରେ ପଞ୍ଜିକୃତ ପ୍ରବାସୀ ନାଗରିକମାନଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ମାମଲାରେ ମୂଳ ଭାରତୀୟଙ୍କ ଭଳି ସମାନତା ପ୍ରଦାନ କରାଯାଇଛି

୨୭ ଡିସେମ୍ବର ୨୦୨୧, ୬:୨୮ ପିଏମ, ପିଆଇବି ଦିଲ୍ଲୀ

ମହିଳା ଓ ଶିଶୁମାନଙ୍କ ବିକାଶ, ଯତ୍ନ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ବିଭିନ୍ନ ଯୋଜନା, ଆଇନ୍‌, ପ୍ରକ୍ରିୟାଗୁଡିକର ସରଳୀକରଣ, ସଚେତନତା ବୃଦ୍ଧି କରାଇବା ଓ ଜ୍ଞାନ ଆହରଣର ସୁବିଧା ପ୍ରଦାନ କରିବା, ପୋଷଣ, ମହିଳା ଏବଂ ଶିଶୁମାନଙ୍କୁ ସେମାନଙ୍କ ପୂର୍ଣ୍ଣ କ୍ଷମତା ପର୍ଯ୍ୟନ୍ତ ଆଗକୁ ବଢାଇବା, ସେମାନଙ୍କୁ ସଶକ୍ତ କରିବା ଏବଂ ବିକଶିତ ହେବାରେ ସକ୍ଷମ କରାଇବା ନିମନ୍ତେ ଆନୁଷ୍ଠାନିକ ଏବଂ ନ୍ୟାୟିକ ସହାୟତା ପର୍ଯ୍ୟନ୍ତ ପହଂଚିବାର ସୁବିଧା ଅନ୍ତର୍ଗତ ଅନେକ ପଦକ୍ଷେପ ମାଧ୍ୟମରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ୨୦୨୧ ବର୍ଷରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରମୁଖ ପଦକ୍ଷେପ ନିମ୍ନରେ ପ୍ରଦାନ କରାଯାଇଛି:

ମହିଳାମାନଙ୍କର ବିବାହ ବୟସ: ମହିଳାମାନଙ୍କ ବିବାହର ବୟସ ୧୮ ବର୍ଷରୁ ୨୧ ବର୍ଷ ବୟସକୁ ବୃଦ୍ଧି କରିବା ସକାଶେ ୨୧.୧୨.୨୦୨୧ରେ ଲୋକସଭାରେ ବାଲ୍ୟ ବିବାହ ନିଷେଧ (ସଂଶୋଧନ) ଅଧିନିୟମ, ୨୦୨୧ ଉପସ୍ଥାପନ କରାଯାଇଛି ।

ବେଟି ବଚାଓ ବେଟି ପଢାଓ: ଏହି ଯୋଜନା ସମଗ୍ର ଭାରତରେ କାର୍ଯ୍ୟକାରୀ ହେଉଛି ଏବଂ ସାରା ଦେଶର ୬୪୦ଟି ଜିଲ୍ଲାକୁ (୨୦୧୧ ଜନଗଣନା ଅନୁସାରେ) ଏଥିରେ ସାମିଲ କରାଯାଇଛି । ୬୪୦ଟି ଜିଲ୍ଲା ମଧ୍ୟରୁ, ୪୦୫ଟି ଜିଲ୍ଲା ବହୁ କ୍ଷେତ୍ରୀୟ ହସ୍ତକ୍ଷେପ ସହ ଡିଏମ/ଡିସି ମାନଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ମିଡିଆ ଏଡଭୋକାସି ଅଧିନରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସମସ୍ତ ୬୪୦ଟି ଜିଲ୍ଲାକୁ ମିଡିଆ ଏଡଭୋକାସି ଅଭିଯାନ ମାଧ୍ୟମରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନା କନ୍ୟା ସନ୍ତାନମାନଙ୍କ ମହତ୍ୱ ପ୍ରତି ରାଷ୍ଟ୍ରର ମାନସିକତାରେ ପରିବର୍ତନ ଆଣିବା ଦିଗରେ ସାମୁହିକ ଚେତନା ସୃଷ୍ଟି କରିଛି । ଏହା ଜାତୀୟ ସ୍ତରରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ (ଏସଆରବି) ରେ ୯ ପଏଂଟ ବୃଦ୍ଧି ମାଧ୍ୟମରେ ପ୍ରତିଫଳିତ ହେଉଛି, ୨୦୧୪-୧୫ରେ ଏହି ଲିଙ୍ଗ ଅନୁପାତ ୯୧୮ ପଏଂଟ ଥିବାବେଳେ ୨୦୨୦-୨୧ରେ ଏହା ବୃଦ୍ଧି ପାଇ ୯୩୭ରେ ପହଂଚିଛି (ଏଚଏମଆଇଏସ,ଏମଏଚ ଏବଂ ଏଫଡବ୍ଲୁ) ।

ପୋଷଣ ଟ୍ରାକର:

ମହିଳା ଓ ଶିଶୁମାନଙ୍କ ପୋଷଣ ସ୍ଥିତିରେ ଉନ୍ନତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପାରଦର୍ଶୀ ଏବଂ ସକ୍ଷମ ବାତାବରଣ ସୃଷ୍ଟି କରାଯାଉଛି, ଯେଉଁଥିରେ ସ୍ୱାସ୍ଥ୍ୟ, ନିରାମୟତା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଇପାରିବ । ଅତିରିକ୍ତ ପୋଷଣର ବାସ୍ତବ ସମୟ ନିରୀକ୍ଷଣ ଏବଂ ସେବାଗୁଡିକର ତ୍ୱରିତ ପର୍ଯ୍ୟବେକ୍ଷଣ ଓ ପରିଚାଳନା ଉପରେ ସୂଚନା ପ୍ରଦାନ ସୁନିଶ୍ଚିତ କରିବା ସକାଶେ ଅତ୍ୟାଧୁନିକ ଜ୍ଞାନକୌଶଳ ଆଧାରିତ ପୋଷଣ ଟ୍ରାକର ଆପ୍ଲିକେଶନ୍ ପ୍ରସ୍ତୁତ ହୋଇଛି । ୨୪.୧୨.୨୦୨୧ ସୁଦ୍ଧା, ୧୨.୨୭ ଲକ୍ଷ ଅଙ୍ଗନବାଡି କେନ୍ଦ୍ର ପ୍ରାୟ ୯.୮୫ କୋଟି ହିତାଧିକାରୀଙ୍କୁ ସାମିଲ କରି ପୋଶନ ଟ୍ରାକରରେ ତଥ୍ୟ ଅପଲୋଡ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମଏମଭିୱାଇ): ଏହି ଯୋଜନା ଅଧିନରେ  ଗର୍ଭାବସ୍ଥା ଓ ସ୍ତନ୍ୟପାନ କରାଉଥିବା ସମୟରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ମାଧ୍ୟମରେ ମହିଳା ଓ ସ୍ତନ୍ୟପାନ କରାଉଥିବା ମାତାମାନଙ୍କ (ପିଡବ୍ଲୁ ଏଣ୍ଡ ଏଲଏମ) ବ୍ୟାଙ୍କ/ପୋଷ୍ଟ ଅଫିସ ଆକାଉଂଟକୁ ସିଧାସଳଖ ତିନିଟି ପର୍ଯ୍ୟାୟରେ ୫,୦୦୦ ଟଙ୍କା ଲେଖାଏଁ ନଗଦ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ପରିକଳ୍ପନା କରାଯାଇଛି । ଏହା ବେତନ କ୍ଷତିପୂରଣ ଏବଂ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରୋତ୍ସାହନ ଦେବା ମାଧ୍ୟମରେ ମହିଳା ସଶକ୍ତିକରଣର ଏକ ଉପାୟ ଅଟେ । ୨୪.୧୨.୨୦୨୧ ସୁଦ୍ଧା, ଏହି ଯୋଜନା ଅଧିନରେ ୨.୧୭ କୋଟି ହିତାଧିକାରୀ ମୋଟ ୯,୪୫୭ କୋଟି ଟଙ୍କାର କ୍ଷତିପୂରଣ ଦ୍ୱାରା ଲାଭାନ୍ୱିତ ହୋଇଛନ୍ତି ।

କୋଭିଡ-୧୯ ଯୋଗୁଁ ସଙ୍କଟରେ ପଡିଥିବା ପିଲାମାନଙ୍କ ପାଇଁ ପିଏମ କେୟାର୍ସ ପାଣ୍ଠି: ପିଏମ କେୟାର୍ସ ଫର ଚିଲଡ୍ରେନ ଯାଜନାର ଏକ ୱେବ ପୋର୍ଟାଲ ୧୫.୦୭.୨୦୨୧ରେ ଶୁଭାରମ୍ଭ କରାଯାଇଛି । ଯାହାର ନାମ ହେଉଛି  ପିଏମକେୟାର୍ସଫରଚିଲର୍ଡେନ୍ ଡଟ୍ ଇନ୍ କ୍ଟ୍ରଜ୍ଞମବକ୍ସରଗ୍ଦଲକ୍ଟକ୍ସମଷସକ୍ଷୟକ୍ସରଦ୍ଭ.ସଦ୍ଭ । ଏଥିରେ ସେହି ହିତାଧିକାରୀ ପିଲାମାନଙ୍କ ପଞ୍ଜିକରଣ ଏବଂ ସେମାନଙ୍କ ଚିହ୍ନଟ କରାଯାଉଛି ଯେଉଁମାନେ ୧୧.୦୩.୨୦୨୦ ପର ଠାରୁ ଆରମ୍ଭ ହୋଇଥିବା କୋଭିଡ୍‌-୧୯ ମହାମାରୀ ସମୟରେ ନିଜର ଉଭୟ ପିତାମାତା, ବୈଧ ଅଭିଭାବକ ଅବା ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ପିତାମାତା କିମ୍ବା ଜିବୀତ ପିତାମାତାଙ୍କୁ ହରାଇଛନ୍ତି । ଏହି ପୋର୍ଟାଲରେ ଏଭଳି ପିଲାମାନଙ୍କର ତଥ୍ୟକୁ ଅଧୁନାତନ କରିବା ପାଇଁ ସମ୍ପୃକ୍ତ ମନ୍ତ୍ରଣାଳୟ/ବିଭାଗ ଏବଂ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳଗୁଡିକ ସହିତ ଅନେକ ଗୁଡିଏ ୱେବ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପୋର୍ଟାଲ ଅନୁସାରେ, ୨୪.୧୨.୨୦୨୧ ସୁଦ୍ଧା, ମୋଟ ୬୦୯୮ ଆବେଦନପତ୍ର ପଞ୍ଜିକୃତ ହୋଇଛି, ଯେଉଁଥିରୁ ୩୪୮୧ଟି ଆବେଦନ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଅନୁମୋଦିତ ହୋଇଛି ଏବଂ ୩୨୭୫ ହିତାଧିକାରୀଙ୍କ ନିମନ୍ତେ ପୋଷ୍ଟ ଅଫିସ ଖାତା ଖୋଲାଯାଇଛି । ଏହି ଯୋଜନା ସମ୍ପର୍କିତ ନିୟମାବଳୀ ନିମ୍ନଲିଖିତ ୱେବ ପୋର୍ଟାଲରେ ଉବଲବ୍ଧ:

ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗମୟ.ଦ୍ଭସମ.ସଦ୍ଭ/ବମଗ୍ଧଗ୍ଦ/କ୍ଟ୍ରଜ୍ଞ-ମବକ୍ସରଗ୍ଦ-ମଷସକ୍ଷୟ-ଗ୍ଦମଷରଜ୍ଞର-ଶଙ୍କସୟରକ୍ଷସଦ୍ଭରଗ୍ଦ

ୱାନ ଷ୍ଟପ ସେଂଟର: ହିଂସା ଦ୍ୱାରା ପ୍ରଭାବିତ ମହିଳା ଏବଂ ସହାୟତା ଆବଶ୍ୟକ କରୁଥିବା ମହିଳାଙ୍କ ପାଇଁ ଦେଶବ୍ୟାପୀ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ  ୭୦୪ଟି ୱାନ ଷ୍ଟପ ସେଂଟର ବା ସଖି କେନ୍ଦ୍ର ମାଧ୍ୟମରେ ଅନେକ ଏକୀକୃତ ସେବା ପ୍ରଦାନ କରାଯାଉଛି । ଯେଉଁଥିରେ ପୋଲିସ୍ ସୁବିଧା, ଚିକିତ୍ସ ଏବଂ ଆଇନଗତ ସହାୟତା ଏବଂ ପରାମର୍ଶ ତଥା ମନୋସ୍ୱାତ୍ୱିକ-ସାମାଜିକ ପରାମର୍ଶ ଅନ୍ତର୍ଭୁକ୍ତ । ଏଥିସହିତ ଟୋଲ ଫ୍ରି ମହିଳା ହେଲପ ଲାଇନ୍ ନମ୍ବର (୧୮୧) ମାଧ୍ୟମରେ ଜରୁରୀକାଳୀନ / ଅଣ-ଜରୁରୀକାଳୀନ ସହାୟତା ଯୋଗାଇ ଦିଆଯାଉଛି । ୨୪.୧୨.୨୦୨୧ ସୁଦ୍ଧା, ୫୪ଲକ୍ଷରୁ ଅଧିକ ମହିଳାଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।

ନିର୍ଭୟା ପାଣ୍ଠି: ଅଧିକାରୀମାନଙ୍କ କ୍ଷମତାପ୍ରାପ୍ତ କମିଟି (ଇସି)ର ଏକ ବୈଠକ ୨୬.୦୩.୨୦୨୧ରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପୂର୍ବରୁ ମଞ୍ଜୁର ହୋଇଥିବା ପ୍ରକଳ୍ପ/ଯୋଜନାଗୁଡିକର କାର୍ଯ୍ୟାନ୍ୱୟନର ସ୍ଥିତିର ସମୀକ୍ଷା ବ୍ୟତୀତ ଅଧିକାରୀମାନଙ୍କ କ୍ଷମତାପ୍ରାପ୍ତ କମିିଟି ମହିଳାମାନଙ୍କ ବିଭିନ୍ନ ସମସ୍ୟା ଉପରେ ସୁରକ୍ଷା ପାଇଁ ଉଠାଯାଉଥିବା ୧୬ଟି ପ୍ରସଙ୍ଗକୁ ‘ନୀତିଗତ’ ମଞ୍ଜୁରୀ ପ୍ରଦାନ କରିଛି । ଯେଉଁଥିରେ କର୍ତବ୍ୟରତ ବ୍ୟକ୍ତିମାନଙ୍କ ପ୍ରଶିକ୍ଷଣ, ଚାଳକ, ମାନସିକ ସ୍ୱାସ୍ଥ୍ୟ, ବିପଦପୂର୍ଣ୍ଣ ସ୍ଥାନଗୁଡିକୁ ଆଲୋକିତ କରିବା, ପିଡୀତ ମାନଙ୍କୁ ସଠିକ୍ ସମୟରେ କ୍ଷତିପୂରଣ ପ୍ରଦାନ କରିବା, ପୁଲିସ୍ ସହାୟତା ବୁଥ, ନାବାଳିକାମାନଙ୍କୁ ଉଦ୍ଧାର ଓ ଥଇଥାନ ସହାୟତା ଆଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ, କ୍ଷମତାପ୍ରାପ୍ତ କମିଟି ବିହାର ସରକାର, ପଞ୍ଜାବ ସରକାର ଏବଂ ଉତର ପ୍ରଦେଶ ସରକାରଙ୍କ ମହିଳା ସୁରକ୍ଷା ଉପରେ ୩ଟି ପ୍ରକଳ୍ପ/ଯୋଜାନର ମୂଲ୍ୟାଙ୍କନ କରିଛନ୍ତି । ଏହାଛଡା, ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ, ୧୧୪.୮୯ କୋଟି ଟଙ୍କାର ପ୍ରସ୍ତାବ ଅର୍ଥାତ (୧) ବିଦେଶରେ ଭାରତ ମିଶନ୍ ଅଧିନରେ ୱାନ ଷ୍ଟପ ସେଂଟର (ଓଏସସି) ଖୋଲିବା ପଇଁ ପ୍ରସ୍ତାବ – ୪୦.୭୯ କୋଟି ଟଙ୍କା ଏବଂ (୨) ବଳାତ୍କାର/ସାମୁହିକ ବଳାତ୍କାରର ଶିକାର ଜୀବିତ ଏବଂ ଗର୍ଭବତୀ ହୋଇଥିବା ନାବାଳିକାଙ୍କୁ ନ୍ୟାୟ ପ୍ରଦାନ ତଥା ମହତ୍ୱପୂର୍ଣ୍ଣ ରକ୍ଷଣାବେକ୍ଷଣ ଓ ସହାୟତା ପାଇଁ ଯୋଜନାମାନ - ୭୪.୧୦ କୋଟି ଟଙ୍କା, ୨୮.୦୪.୨୦୨୧ରେ ବ୍ୟବସ୍ଥା କରାଯାଇଥିଲା ଏବଂ ୩୦.୦୯.୨୦୨୧ରେ ଚାରିଟି ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଡିଏନଏ ବିଶ୍ଳେଷଣର ପ୍ରସ୍ତାବ ପାଇଁ ୧୭.୩୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା ।

ଚାଇଲଡ ଲାଇନର ସମ୍ପ୍ରସାରଣ: ଚାଇଲଡଲାଇନ୍ ୧୦୯୮ ଏକ ରାଷ୍ଟ୍ରବ୍ୟାପୀ ସେବା ଯାହା ସହାୟତା ଆବଶ୍ୟକ କରୁଥିବା ପିଲାମାନଙ୍କୁ ଉଦ୍ଧାର କରିବା ଓ ସହାୟତା ଯୋଗାଇ ଦେବା ପାଇଁ ବର୍ଷରେ ୩୬୫ ଦିନ, ୨୪ ଘଂଟିଆ ନିଃଶୁଳ୍କ ଜରୁରୀକାଳୀନ ଟେଲିଫୋନ ସେବା ଯୋଗାଇ ଦେଇଥାଏ । ଚଳିତ ବର୍ଷ, ଚାଇଲଡ ଲାଇନ୍ ବସ୍ ଷ୍ଟାଣ୍ଡରେ ମଧ୍ୟ ଚାଇଲଡ ଲାଇନ୍ ସେବା ଆରମ୍ଭ କରିଛି ଏବଂ ଏବେ ଏହା ରେଳ ଷ୍ଟେସନରେ ମଧ୍ୟ ଏହାର ଉପସ୍ଥିତି ବ୍ୟତୀତ ୯ଟି ବସ୍ ଷ୍ଟାଣ୍ଡରେ ମଧ୍ୟ ଉପଲବ୍ଧ ଅଛି ।

ଆଇସିଡିଏସ ଅଧିନରେ ଅତିରିକ୍ତ ପୋଷଣ କାର୍ଯ୍ୟକ୍ରମ: ୨୦୨୧ ଅଗଷ୍ଟ ୧୫ ତାରିଖରେ ଐତିହାସିକ ଲାଲ କିଲ୍ଲାରୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁମାନଙ୍କ ମଧ୍ୟରେ କୁପୋଷଣ ସମସ୍ୟାର ମୁକାବିଲା ନିମନ୍ତେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଅତିରିକ୍ତ ପୋଷଣ କାର୍ଯ୍ୟକ୍ରମ ଅଧିନରେ ଶତ ପ୍ରତିଶତ ପୋଷଣଯୁକ୍ତ ଚାଉଳ ଯୋଗାଇ ଦେବାକୁ ନିଷ୍ପତି ଗ୍ରହଣ କରିଛି ।

କିଶୋର ନ୍ୟାୟ ସଂଶୋଧନ ଅଧିନିୟମ: ସରକାର ୯ ଅଗଷ୍ଟ ୨୦୨୧ରେ କିଶୋର ନ୍ୟାୟ (ପିଲାମାନଙ୍କ ଯତ୍ନ ଓ ସୁରକ୍ଷା) ସଂଶୋଧନ ଅଧିନିୟମ, ୨୦୨୧କୁ କିଶୋର ନ୍ୟାୟ (ପିଲାମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫ ଅନୁସାରେ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅଧିସୂଚୀତ କରିଛନ୍ତି । ଏହା ବ୍ୟତୀତ, ଜେଜେ ସଂଶୋଧନ ଅଧିନିୟମ ୨୦୨୧ ବରିଷ୍ଠ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମେତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଜେଜେ ଅଧିନିୟମ, ୨୦୧୫ର କାର୍ଯ୍ୟାନ୍ୱୟନ ପାଇଁ ଉଦ୍ଦିଷ୍ଟ ସଂସ୍ଥାଗୁଡିକର କାର୍ଯ୍ୟଗୁଡିକୁ ପ୍ରଭାବଶାଳୀ ଢଙ୍ଗରେ ସମନ୍ୱୟ ଏବଂ ତଦାରଖ କରିବା ଏବଂ ଅଧିନିୟମ ପ୍ରାବଧାନଗୁଡିକ ଅନୁସାରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ମାମଲାର ସମାଧାନ କରିବା ପାଇଁ ଅଧିକାର ପ୍ରଦାନ କରିଛି । ନୂତନ ସଂଶୋଧନରେ ଶିଶୁ କଲ୍ୟାଣ ସମିତିର ସଦସ୍ୟମାନଙ୍କ ନିଯୁକ୍ତି ପାଇଁ ପ୍ରାର୍ଥୀତ୍ୱ ସର୍ତ ମଧ୍ୟ ଜାରି କରାଯାଇଛି ।

ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାର ସରଳୀକରଣ:

୧.     କିଶୋର ନ୍ୟାୟ ଅଧିନିୟମ ୨୦୧୫କୁ  ୯.୮.୨୦୨୧ରେ ସରକାରୀ ଅଧିସୂଚନା ମାଧ୍ୟମରେ ସଂଶୋଧନ କରାଯାଇଛି ଏବଂ ସଂଶୋଧନଗୁଡିକର ସବୁଠାରୁ ମହତ୍ୱପୂର୍ଣ୍ଣ ବିଶେଷତ୍ୱ ମଧ୍ୟରୁ ଗୋଟିଏ ଅନୁସାରେ ବରିଷ୍ଠ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମେତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମାମଲାଗୁଡିକର ତ୍ୱରିତ ସମାଧାନ ସୁନିଶ୍ଚିତ କରିବା ଏବଂ ଉତରଦାୟିତା ବୃଦ୍ଧି କରିବା ପାଇଁ ଜେଜେ ଅଧିନିୟମର ଧାରା ୬୧ ଅନୁସାରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ନିର୍ଦ୍ଦେଶ ଜାରି କରିବା ପାଇଁ ଅଧିକୃତ କରିବା ସାମିଲ ଅଟେ । ପୋଷ୍ୟ ଗ୍ରହଣ ମାମଲାରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଅଭିଯୋଗ ନିବାରଣ ଅଧିକାରୀ ଏବଂ ମଣ୍ଡଳ ଆୟୁକ୍ତଙ୍କୁ ଅପିଲୀୟ ଅଧିକାରୀ ଭାବରେ କାର୍ଯ୍ୟ କରିବାକୁ ପଡିଥାଏ । ଅଧିନିୟମ ଅନୁସାରେ ଜିଲ୍ଲା ଅଧିକାରୀମାନଙ୍କୁ ସୁଚାରୁ ଭାବେ ଏହାର କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ସହ ବିପଦ ସମୟରେ ପିଲାମାନଙ୍କ ପକ୍ଷରେ ସମନ୍ୱିତ ପ୍ରୟାସଗୁଡିକୁ ସୁନିଶ୍ଚିତ କରିବା ପାଇଁ ଆହୁରି ଅଧିକ ଅଧିକାର ପ୍ରଦାନ କରାଯାଇଛି ।

୨.     ଦେଶ ବାହାରେ ରହୁଥିବା ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ହିନ୍ଦୁ ପିତାମାତା କିମ୍ବା ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଥିବା ହିନ୍ଦୁ ପିତାମାତାଙ୍କ ନିମନ୍ତେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପ୍ରକ୍ରିୟାକୁ ସରଳ କରିବା ସକାଶେ ‘ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ଭରଣ ପୋଷଣ ଅଧିନିୟମ, ୧୯୫୬ ଅଧିନରେ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା, ନିଜ ସନ୍ତାନକୁ ବିଦେଶକୁ ସ୍ଥାନାନ୍ତର କରିବାକୁ ଚାହୁଁଥିବା ବ୍ୟକ୍ତି’ ୧୭ ସେପ୍ଟେମ୍ବର ୨୦୨୧ରେ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ସିଏଆରଏକୁ ପୋଷ୍ୟ ସନ୍ତାନ ଗ୍ରହଣର ଏଭଳି ମାମଲାଗୁଡିକରେ ଜିଲ୍ଲା ମାଜିଷ୍ଟ୍ରେଟ ଦ୍ୱାରା ସତ୍ୟାପନ ଏବଂ ପ୍ରାପ୍ତକର୍ତା ଦେଶରୁ ଆବଶ୍ୟକ ଅନୁମତି ଆଧାରରେ ଏନଓସି ଜାରି କରିବା ପାଇଁ କ୍ଷମତାପ୍ରାପ୍ତ କରିଛନ୍ତି ।

୩.     ୪.୩.୨୦୨୧ର ବିଜ୍ଞପ୍ତି ଅନୁସାରେ, ଭାରତର ପଞ୍ଜିକୃତ ପ୍ରବାସୀ ନାଗରିକମାନଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ମାମଲାରେ ପ୍ରବାସୀ ଭାରତୀୟଙ୍କ ସହ ସମାନତା ପ୍ରଦାନ କରାଯାଇଛି ।

ପୋଷଣ ପକ୍ଷ: (୧୬-୩୧ ମାର୍ଚ୍ଚ, ୨୦୨୧): ୨୦୨୧ ମାର୍ଚ୍ଚ ୧୬-୩୧ ତାରିଖ ପର୍ଯ୍ୟନ୍ତ ପୋଷଣ ପକ୍ଷର ଆୟୋଜନ କରାଯାଇଥିଲା । ଏହି ପକ୍ଷ ଅବସରରେ ଆୟୋଜିତ ସମାରୋହ କାଳରେ ଲାଭାର୍ଥୀ ଏବଂ ହିତଧାରକମାନଙ୍କୁ ସଚେତନ କରାଇବା ସକାଶେ ଜନସାଧାରଣଙ୍କ ପର୍ଯ୍ୟନ୍ତ ଏବଂ ଦୁର୍ଗମ ଅଂଚଳ ପର୍ଯ୍ୟନ୍ତ ପହଂଚିବା ନିମନ୍ତେ ୧୬ ଦିନିଆ ପୋଷଣ ପକ୍ଷ ନିମ୍ନଲିଖିତ ବିଷୟଗୁଡିକ ଉପରେ କେନ୍ଦ୍ରିତ ଥିଲା:

-        ଖାଦ୍ୟ ବନବିଧି ମାଧ୍ୟମରେ ପୋଷଣ ସମ୍ବନ୍ଧୀୟ ଆହ୍ୱାନଗୁଡିକର ସମାଧାନ

-        ପୋଷଣ ପଂଚାୟତ

-        ନିରାମୟତା ପାଇଁ ଆୟୁଷ

-        ଖାଦ୍ୟ ଏବଂ ପୋଷଣ ବନବିଧି ଏବଂ ବୃକ୍ଷରୋପଣ; ୭୫ ବର୍ଷରେ ଭାରତ

-        ମୌଳିକତା ଆଡକୁ ପ୍ରତ୍ୟାବର୍ତନ – ସ୍ୱାସ୍ଥ୍ୟ ପାଇଁ ଯୋଗ

-        ପୋଷଣ ବାଟିକା

-        ପୋଷଣର ପାଂଚ ସୂତ୍ର

-        ସ୍ୱାସ୍ଥ୍ୟ ପାଇଁ ପାରମ୍ପରିକ ବ୍ୟଞ୍ଜନ – ମୋ ପାକଶାଳା ମୋ ଔଷଧାଳୟ

-        ପୋଷଣ ସମ୍ବନ୍ଧୀୟ ସହାୟତା ପାଇଁ ଆୟୁଷର ଉପଯୋଗ: ୭୫ ବର୍ଷରେ ଭାରତ

୨୦୨୧ ପୋଷଣ ପକ୍ଷ କାଳରେ ଆୟୁଷ ମନ୍ତ୍ରଣାଳୟ ସହାୟତାରେ ଅନୁଷ୍ଠିତ ବୃକ୍ଷରୋପଣ ଅଭିଯାନ ମାଧ୍ୟମରେ ୬ଟି ରାଜ୍ୟ ଉତର ପ୍ରଦେଶ, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଏବଂ ମିଜୋରାମର ୨୧ଟି ଜିଲ୍ଲାରେ ୧.୧୦ ଲକ୍ଷ ଔଷଧିୟ ଏବଂ ପୋଷଣଯୁକ୍ତ ଚାରା ରୋପଣ କରାଯାଇଛି । ୨୦୨୧ ମାର୍ଚ୍ଚ ମାସରେ ଅଙ୍ଗନବାଡି କେନ୍ଦ୍ର ଏବଂ ସାର୍ବଜନୀନ ସ୍ଥାନ ତଥା ହିତାଧିକାରୀଙ୍କ ପରିସର ଗୁଡିକରେ ପ୍ରାୟ ୧୦.୯୨ ଲକ୍ଷ ନୂଆ କିଚେନ୍ ଗାର୍ଡେନ ସୃଷ୍ଟି କରାଯାଇଛି । ତୃଣମୂଳ ସ୍ତରରେ ସୁଷମ ପୋଷକ ତତ୍ୱ ଏବଂ ଖାଦ୍ୟସାର ଉତ୍ସର ଉପଲବଧତା ସୁନିଶ୍ଚିତ କରିବା ପାଇଁ ଏବଂ କିଚେନ୍ ଗାର୍ଡେନକୁ ପ୍ରୋତ୍ସାହନ ଦେବା ସକାଶେ ଭାରତୀୟ ଡାକ ସେବା ମାଧ୍ୟମରେ ଜାତୀୟ ବିହନ ନିଗମ ଲିମିଟେଡ ଦ୍ୱାରା କେତେକ ନିର୍ଦ୍ଦିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ପ୍ରାୟ ୧୦.୫୦ ଲକ୍ଷ ପରିବା କିଟ ବିତରଣ କରାଯାଇଛି ।

ରାଷ୍ଟ୍ରୀୟ ପୋଷଣ ମାସ (ସେପ୍ଟେମ୍ବର ୨୦୨୧): ଚତୁର୍ଥ ରାଷ୍ଟ୍ରୀୟ ପୋଷଣ ମାସ ସେପ୍ଟେମ୍ବର ୨୦୨୧ରେ ପାଳନ କରାଯାଇଥିଲା କାରଣ ଚାରିଟି ପ୍ରମୁଖ ବିଷୟବସ୍ତୁ ଯେପରିକି: “ପୋଷଣ ବାଟିକା” ଉପରେ ଚାରାରୋପଣ ଗତିବିଧି, ପୋଷଣ ପାଇଁ ଯୋଗ ଏବଂ ଆୟୁଷ, ଅଧିକ ଭାରାକ୍ରାନ୍ତ ଜିଲ୍ଲାଗୁଡିକରେ ଅଙ୍ଗନବାଡି ଲାଭାର୍ଥୀଙ୍କୁ ପୋଷଣ କିଟ୍ ବିତରଣ ଏବଂ ଏସଏଏମ ପିଲାମାନଙ୍କର ଚିହ୍ନଟ ଉପରେ ଧ୍ୟାନ କେନ୍ଦ୍ରିତ କରି ସୁପୋଷିତ ଭାରତର ସାଧାରଣ ଲକ୍ଷ୍ୟ ହାସଲ ପାଇଁ ସାମୁହିକ ଭାବରେ କାର୍ଯ୍ୟ କରିବା ସକାଶେ ସାରା ଭାରତର ଲୋକମାନଙ୍କୁ ଏକାଠି କରାଯାଇପାରିବ । ମହିଳା ଓ ଶିଶୁମାନଙ୍କର ପୋଷଣ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଗୁଜରାଟର କେୱାଡିଆଠାରେ ଅଗଷ୍ଟ ୩୦-୩୧ରେ ମନ୍ତ୍ରଣାଳୟ ପକ୍ଷରୁ ଦୁଇଦିନିଆ ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

ପୋଷଣ ମାସ ସମୟରେ, “କୁପୋଷଣ ଦୂର କରିବା ପାଇଁ ପୋଷଣ ବାଟିକାର ଗୁରୁତ୍ୱ”, “ପୋଷଣଯୁକ୍ତ ଚାଉଳ”, “ମିଲେଟ ଏବଂ ଖାଦ୍ୟ ସୁରକ୍ଷା – ପୌଷ୍ଟିକ ଦୃଷ୍ଟିକୋଣ”, “ପ୍ରଥମ ୧୦୦୦ ଦିନର ଗୁରୁତ୍ୱ, ନହୁଲି ଶୈଶବ ଯତ୍ନ ଓ ବିକାଶ (ଇସିସିଡି) ଏବଂ କୁପୋଷଣ ପ୍ରତିରୋଧ ଓ ପରିଚାଳନା” ଆଦି ବିଷୟ ଉପରେ ଅଂଶୀଦାର ମନ୍ତ୍ରଣାଳୟ ସହଯୋଗରେ ୱେବିନାରମାନ ଆୟୋଜନ କରାଯାଇଥିଲା । ଏସଏଏମ ଓ ଏମଏଏମ ପିଲାମାନଙ୍କ ଚିହ୍ନଟ ଓ ପ୍ରାକୃତିକ ଭୋଜନର ଗୁରୁତ୍ୱ ସମ୍ପର୍କରେ ସାଧାରଣ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ଶିବିର ଆୟୋଜନ କରାଯାଇଥିଲା । ଅନ୍ୟ ଯେଉଁସବୁ କାର୍ଯ୍ୟକଳାପ ଏଥିରେ ଅନ୍ତର୍ଭୁକ୍ତ ସେଗୁଡିକ ହେଉଛି ଯୋଗ ଉପରେ ଜନ ଆନ୍ଦୋଳନ, ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟକର ସନ୍ତୁଳିତ ଆହାର ଉପରେ ସଚେତନା ସୃଷ୍ଟି ସକାଶେ ପୋଷଣ ରାଲି, ରକ୍ତହୀନତା ସଚେତନା ତଥା ଚିହ୍ନଟ ଶିବିର ଇତ୍ୟାଦି ।

ପୋଷଣ ମାସ ୨୦୨୧କୁ ସମସ୍ତ ହିତଧାରକଙ୍କଠାରୁ ବେଶ ପ୍ରତିକ୍ରିୟା ମିଳିଥିଲା ଏବଂ ପୋଷଣ ମାସ -୨୦୨୧ ସମୟରେ ରାଜ୍ୟ / କେନ୍ଦ୍ରଶାସିତ ପ୍ରଦେଶଗୁଡିକ ଦ୍ୱାରା ୨୦.୩ କୋଟି ଗତିବିଧିର ସଂଚାଳନ କରାଯାଇଥିଲା ।

ଆଜାଦୀ କା ଅମୃତ ମହୋତ୍ସବ’: ଶିଶୁମାନଙ୍କ ବିଚାର, ଅଧିକାର ଏବଂ ପୋଷଣ: ଭାରତର ସ୍ୱାଧୀନତାର ୭୫ ବର୍ଷ ସ୍ମାରକୀ ଉତ୍ସବକୁ ସ୍ମରଣୀୟ କରିବା ପାଇଁ  ୨୦୨୧ ନଭେମ୍ବର ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ମନ୍ତ୍ରଣାଳୟ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ‘ଶିଶୁମାନଙ୍କ ବିଚାର, ଅଧିକାର ଏବଂ ପୋଷଣ’ ବିଷୟ ସହିତ ଶିଶୁ ସପ୍ତାହ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଶିଶୁ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଦିଗରେ ବ୍ୟାପକ ସ୍ତରରେ ଜନ ସମୁଦାୟର ସାମୁହିୁକ ବିଚାର ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବା ଥିଲା, ମୁଖ୍ୟତଃ ଶିଶୁ ଯତ୍ନ ସଂସ୍ଥାନ (ସିସିଆଇ) ଏବଂ ସ୍ୱତନ୍ତ୍ର ପୋଷ୍ୟଗ୍ରହଣ ସଂସ୍ଥାଗୁଡିକର ଜନସମ୍ପର୍କ ଗିତିବିଧି  ମାଧ୍ୟମରେ ରାଷ୍ଟ୍ରୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ୨୦୨୧ ନଭେମ୍ବର ୨୧ ତାରିଖରେ ଶିଶୁ ସୁରକ୍ଷା ପ୍ରସଙ୍ଗର ନିବାରଣ ଦିଗଗୁଡିକ ଉପରେ ଗୁରୁତ୍ୱ ଦେବା ସହିତ ଶିଶୁ ଅଧିକାରଗୁଡିକ ଉପରେ ବିଭିନ୍ନ ହିତଧାରକଙ୍କ ସହ ଏକ ଜାତୀୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ଏହି ସପ୍ତାହ କାଳରେ, ମନ୍ତ୍ରଣାଳୟ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଅଭିଭାବକ ଏବଂ ଭାବି ପୋଷ୍ୟ ଗ୍ରହଣ ଅଭିଭାବକମାନଙ୍କ ପାଇଁ ସମ୍ବେଦୀକରଣ କାର୍ଯ୍ୟକ୍ରମ/ୱେବିନାର ସହିତ ବୈଠକମାନ ଆୟୋଜନ କରିଥିଲା । ଏନଆଇପିସିସିଡି ପକ୍ଷରୁ ଶିଶୁ ଅଧିକାର ଉପରେ ଏକ ୱେବିନାର ଆୟୋଜିତ ହୋଇଥିଲା, ଯେଉଁଥିରେ ଆଇନ୍ ଓ ନ୍ୟାୟ ମନ୍ତ୍ରଣାଳୟ, ଶିଶୁ ଅଧିକାର କେନ୍ଦ୍ର, ଏନସିଇଆରଟି, ୟୁନିସେଫର ବରିଷ୍ଠ ଅଧିକାରୀ ଏବଂ ପିଲାମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୧୬୦୦ ହିତଧାରକ ଅଂଶଗ୍ରହଣ କରିଥିଲେ । ଶିଶୁ ଯତ୍ନ କେନ୍ଦ୍ରଗୁଡିକରେ ପିଲାମାନଙ୍କ ପାଇଁ ‘ଆଗାମୀ ୨୫ ବର୍ଷ ପାଇଁ ଭାରତର ଲକ୍ଷ୍ୟ’ ବିଷୟ ଉପରେ ବିତର୍କ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପିଲାମାନେ ଜାତୀୟ ସଂଗ୍ରହାଳୟ ମଧ୍ୟ ପରିଦର୍ଶନ କରିଥିଲେ । ଦେଶର ସବୁ ରାଜ୍ୟର ସିସିଆଇଗୁଡିକରେ ଏହିସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହା ବ୍ୟତୀତ, ଆଜାଦୀ କା ଅମୃତ ମହୋତ୍ସବର ଅଂଶ ସ୍ୱରୂପ ସମ୍ବିଧାନ ଦିବସ ଅବସରରେ ୨୬.୧୧.୨୦୨୧ରେ ଜାତିସଂଘ ସଭାରେ ‘ସଂଗ୍ରାମ ସେ ସମ୍ବିଧାନ ତକ୍‌’ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତର ସ୍ୱାଧୀନତା ଏବଂ ଗଣତନ୍ତ୍ରରେ ମହିଳାମାନଙ୍କୁ ପ୍ରେରଣାଦାୟୀ ଶକ୍ତି ଭାବେ ଉପସ୍ଥାପିତ କରାଯାଇଥିଲା ।

ଯକ୍ଷ୍ମା ଉପରେ ବିଜୟ ହାସଲ କରିଥିବା ମହିଳାମାନଙ୍କ ଉପରେ ଜାତୀୟ ସମ୍ମିଳନୀ

ଯକ୍ଷ୍ମା ରୋଗ ସମଗ୍ର ବିଶ୍ୱରେ ଏକ ଜନ ସ୍ୱାସ୍ଥ୍ୟ ଆହ୍ୱାନ ଭାବେ ରହିଆସିଛି । ଯାହା କେବଳ ଭାରତରେ ପ୍ରତି ବର୍ଷ ପ୍ରାୟ ୨୬ ଲକ୍ଷ ବ୍ୟକ୍ତିଙ୍କ ଜୀବନକୁ ନକାରାତ୍ମକ ଭାବରେ ପ୍ରଭାବିତ କରିଥାଏ । ସାମାଜିକ ସ୍ତରରେ ଯକ୍ଷ୍ମା ରୋଗ ଦ୍ୱାରା ପ୍ରଭାବିତ ଲୋକ ଏବଂ ସେମାନଙ୍କ ପରିବାରକୁ ସାମାଜିକ କଳଙ୍କ ଏବଂ ଭେଦଭାବର ସମ୍ମୁଖୀନ ହେବାକୁ ପଡିଥାଏ ।  ସାମାଜିକ ପ୍ରତିବନ୍ଧକ ଯୋଗୁଁ ଯକ୍ଷ୍ମା ଦ୍ୱାରାରେ ପ୍ରଭାବିତ ମହିଳାମାନଙ୍କୁ ତ୍ୱରିତ ଏବଂ ନିରନ୍ତର ଯତ୍ନ ପର୍ଯ୍ୟନ୍ତ ପହଂଚିବାରେ ବାଧା ସୃଷ୍ଟି କରିଥାଏ । ଏହା ଯତ୍ନକାରୀ ଭାବରେ ସେମାନଙ୍କ ଭୂମିକାକୁ ପ୍ରଭାବିତ କରିଥାଏ ଏବଂ ପୋଷଣ, ସ୍ୱାସ୍ଥ୍ୟ ଓ ନିରାମୟତା କ୍ଷେତ୍ରର ପ୍ରାଥମିକତାରେ ମଧ୍ୟ ବାଧା ଉପୁଜାଇଥାଏ ।

ଏହି ସମସ୍ୟାର ସ୍ୱୀକାର ପୂର୍ବକ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୨୦୨୧ ଡିସେମ୍ବର ୧୬ରେ ନୂଆ ଦିଲ୍ଲୀରେ  ଯକ୍ଷ୍ମା ଉପରେ ଏକ ଜାତୀୟ ସମ୍ମିଳନୀର ଆୟୋଜନ କରିଥିଲା । ମାନନୀୟ ଉପ ରାଷ୍ଟ୍ରପତି ଶ୍ରୀ ଏମ୍‌. ଭେଙ୍କୟା ନାଏଡୁ ଏହି ଜାତୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଯେଉଁଥିରେ ସଂସଦ ସଦସ୍ୟ, ମନ୍ତ୍ରଣାଳୟ ଏବଂ ରାଜ୍ୟ ପ୍ରତିନିଧି, ଟିବିରୁ ମୁକ୍ତ ହୋଇଥିବା ବ୍ୟକ୍ତି, ଡେଭେଲପମେଂଟ ପାର୍ଟନର, ଏକାଡେମିକ୍ସ, ବିଶେଷଜ୍ଞ ଏବଂ ଗଣମାଧ୍ୟମ ସମେତ ଏକ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ଏଥିରେ ୧୫୦ରୁ ଅଧିକ ଅଙ୍ଗନବାଡି କର୍ମୀ ଦର୍ଶକ ଭାବେ ଯୋଗ ଦେଇଥିଲେ ।

ସମ୍ମିଳନୀରେ ବିଭିନ୍ନ ନୀତିଗତ ହସ୍ତକ୍ଷେପ ଉପରେ ବିଚାର ବିମର୍ଷ କରାଯାଇ ସେଗୁଡିକୁ ରେଖାଙ୍କିତ କରାଗଲା, ଯାହାଦ୍ୱାରା ସିମୀତ ସ୍ତରରେ ଆରମ୍ଭ ହେଉଥିବା ଯକ୍ଷ୍ମା ରୋଗକୁ ସକ୍ରିୟ ଯକ୍ଷ୍ମା ରୋଗ ପର୍ଯ୍ୟନ୍ତ ପହଂଚିବାର ସ୍ଥିତି ଦ୍ୱାରା ଉତ୍ପନ୍ନ ପରିସ୍ଥିତି ସହିତ କୁପୋଷଣ ମଧ୍ୟ ଏକ ମହତ୍ୱପୂର୍ଣ୍ଣ ଏବଂ ନିଶ୍ଚିତ କାରଣ ବୋଲି ଜଣାପଡିଥିଲା । ସମ୍ମିଳନୀରେ ଏକଥା ମଧ୍ୟ ଉେଲ୍ଲେଖ କରାଗଲା ଯେ ଯକ୍ଷ୍ମା ରୋଗର କଳଙ୍କ ସହିତ ଲଢିବା ଏବଂ ସ୍ଥିର କରିବା ଯେ ମହିଳାମାନେ ସକ୍ରିୟ ରୂପରେ ପର୍ଯ୍ୟାପ୍ତ ପୋଷଣ ସହାୟତା ସହିତ ଯକ୍ଷ୍ମା ରୋଗର ଯତ୍ନ ସକାଶେ ଆଗକୁ ବଢନ୍ତୁ ଏବଂ ଏହାର ପୂର୍ଣ୍ଣ ଉପଚାର କରନ୍ତୁ ଯାହାଫଳରେ ଏହା ସୁନିଶ୍ଚିତ କରାଯାଇ ପାରିବ ଯେ ୨୦୨୫ ବେଳକୁ ଦେଶକୁ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟକୁ ହାସଲ କରିବାରେ ସମ୍ପୁର୍ଣ୍ଣ ସମାଜର ଭାଗିଦାରୀ ମଧ୍ୟ ରହିବ ।

JP



(Release ID: 1786273) Visitor Counter : 275