ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ସ୍ୱଦେଶୀ କୌଶଳରେ ବିକଶିତ ପାରମ୍ପରିକ କ୍ଷେପଣାସ୍ତ୍ର ‘ପ୍ରଳୟ’ର ଦ୍ୱିତୀୟ ସଫଳ ପରୀକ୍ଷଣ

प्रविष्टि तिथि: 23 DEC 2021 12:13PM by PIB Bhubaneshwar

ଓଡ଼ିଶାର . ଅବଦୁଲ କଲାମ ଦ୍ୱୀପରୁ ୨୦୨୧ ଡିସେମ୍ବର ୨୩ରେ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (ଡିଆରଡିଓ) ସ୍ୱଦେଶୀ କୌଶଳରେ ବିକଶିତ ପାରମ୍ପରିକ ଭୂପୃଷ୍ଠ-ରୁ-ଭୂପୃଷ୍ଠ କ୍ଷେପଣାସ୍ତ୍ରପ୍ରଳୟ ସଫଳତା ପୂର୍ବକ ଦ୍ୱିତୀୟ ପରୀକ୍ଷଣ କରିଛି ପ୍ରଥମ ଥର ପାଇଁ, ଲଗାତର ଦୁଇଦିନରେ ଗୋଟିଏ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଦୁଇଥର ପ୍ରକ୍ଷେପଣ ପରୀକ୍ଷା କରାଯାଇଛି ପ୍ରକ୍ଷେପଣ ପରୀକ୍ଷା ସମସ୍ତ ମିଶନ ଉଦ୍ଦେଶ୍ୟ ପୂରଣ କରିଥିଲା ଏହି ପ୍ରକ୍ଷେପଣ କ୍ଷେପଣାସ୍ତ୍ରର ଉଭୟ ବିନ୍ୟାସରେ ଥିବା ବ୍ୟବସ୍ଥାକୁ ପ୍ରମାଣିତ କରିଛି

ଆଜିର ପ୍ରକ୍ଷେପଣରେ, ‘ପ୍ରଳୟକ୍ଷେପଣାସ୍ତ୍ରର ପରୀକ୍ଷଣ ଭାରୀ ପେଲୋଡ୍ ବିଭିନ୍ନ ରେଞ୍ଜ ନିମନ୍ତେ କରାଯାଇଛି, ଯାହାଦ୍ୱାରା ଅସ୍ତ୍ରଶସ୍ତ୍ରର ସଠିକତା ଘାତକତାକୁ ପ୍ରମାଣ କରାଯାଇ ପାରିବ ଏହି ପ୍ରକ୍ଷେପଣର ତଦାରଖ ସମସ୍ତ ରେଞ୍ଜ ସେନ୍ସର ଉପକରଣ ଦ୍ୱାରା କରାଯାଇଛି, ଯେଉଁଥିରେ ଟେଲିମେଟ୍ରି, ରାଡାର ଇଲେକ୍ଟ୍ରୋ-ଅପ୍ଟିକ ଟ୍ରାକିଙ୍ଗ ବ୍ୟବସ୍ଥା ସାମିଲ ରହିଛି, ଯାହା କି ପୂର୍ବତଟରେ ମୁତୟନ ହୋଇଛି ଏବଂ ପ୍ରଭାବ କେନ୍ଦ୍ର (ଇମ୍ପାକ୍ଟ ପଏଣ୍ଟ) ନିକଟରେ ଡାଉନ ରେଞ୍ଜ ଜାହାଜ ଉପସ୍ଥିତ ରହିଛି

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ପରୀକ୍ଷଣରେ ଏହି ଲଗାତର ସଫଳତା ପାଇଁ ଡିଆରଡିଓ ଏବଂ ଏହାର ସହଯୋଗୀ ଟିମଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ଗବେଷଣା ବିକାଶ ବିଭାଗ ସଚିବ ଡିଆରଡିଓ ଅଧ୍ୟକ୍ଷ . ଜି ସତୀଶ ରେଡ୍ଡୀ ସହଯୋଗୀ ଟିମକୁ ପ୍ରଶଂସା କରି କହିଛନ୍ତି, ଏହି ସଫଳ ପ୍ରକ୍ଷେପଣ ପରୀକ୍ଷା ଦ୍ୱାରା ପ୍ରତିରକ୍ଷା ଗବେଷଣା ବିକାଶ କ୍ଷେତ୍ରରେ ସଶକ୍ତ ଡିଜାଇନ ବିକାଶ ସାମର୍ଥ୍ୟଗୁଡ଼ିକୁ ଦେଶ ପ୍ରମାଣିତ କରିଛି

SR


(रिलीज़ आईडी: 1784574) आगंतुक पटल : 269
इस विज्ञप्ति को इन भाषाओं में पढ़ें: Urdu , English , Marathi , हिन्दी , Bengali , Tamil , Telugu , Malayalam