ପ୍ରତିରକ୍ଷା ମନ୍ତ୍ରଣାଳୟ
ଆଇସିଜି ଅଫିସରଙ୍କ ଅନଲାଇନ ନିଯୁକ୍ତି ନିମନ୍ତେ ୱେବସାଇଟ ଉନ୍ମୋଚିତ
Posted On:
20 DEC 2021 5:01PM by PIB Bhubaneshwar
ଭାରତୀୟ ତଟରକ୍ଷୀବାହିନୀ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ୨ଠ ଡିସେମ୍ବର ୨ଠ୨୧ରେ ହୋଇଛି । ଏଥିପାଇଁ ଆଜି ୱେବସାଇଟ https://joinindiacoastguard.cdac.in ଉନ୍ମୋଚିତ ହୋଇଛି । ଏଥିରେ କମ୍ପୁଟର ଆଧାରିତ ସ୍କ୍ରିନିଂ ପରୀକ୍ଷା ତଥା ଚୟନ ପ୍ରକ୍ରିୟାର ସ୍ୱୟଂଚାଳିତକୁ ସାମିଲ କରାଯାଇଛି । ଆଇସିଜିର ମହାନିର୍ଦେଶକ ଶ୍ରୀ କୃଷ୍ଣ ସ୍ୱାମୀ ନଟରାଜନ ଏହି ୱେବସାଇଟ ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନ୍ସଡ କମ୍ପୁଟିଂ (ସି-ଡିଏସି)ର ମହାନିର୍ଦେଶକ କୋଏଲ ଏ କେ ନାଥ (ଅବସରପ୍ରାପ୍ତ)ଙ୍କ ଉପସ୍ଥିତିରେ ଏହି ୱେବସାଇଟ ଉନ୍ମୋଚିତ କରିଛନ୍ତି । ଏହା ବର୍ତ୍ତମାନର ପ୍ରକ୍ରିୟା ଠାରୁ ଅଲଗା ଭାବେ ଅଧିକାରୀ ଚୟନ ପାଇଁ କମ୍ପୁଟର ଆଧାରିତ ପରୀକ୍ଷା ଭାବେ ଏହା ଏକ ବଡ଼ ପରିବର୍ତ୍ତନ । ଏହା ଦ୍ୱାରା ପାରଦର୍ଶିତା ବୃଦ୍ଧି ହେବ, ମଣିଷର ହସ୍ତକ୍ଷେପକୁ ହ୍ରାସ କରିବ, ସ୍ୱୟଂଚାଳିତତାକୁ ସୁଗମ କରିବ ଏବଂ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ପ୍ରଦାନ କରିବ । ଏହାର ପରିଣାମ ସ୍ୱରୂପ ବୃହତ ପୁଲରୁ ପ୍ରାର୍ଥୀ ଚୟନ ହୋଇପାରିବ । ଦେଶର ପ୍ରାୟ ୧ଠଠଟି ସହରରେ ଡିଜିଟାଲ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବ ଏବଂ ବ୍ୟାପକ ସ୍ତରରେ ଯୋଗ୍ୟତା ସୁନିଶ୍ଚିତ କରିବା ଏବଂ ଦେଶ ସେବା କରିବା ପାଇଁ ଇଛୁକ ପ୍ରାର୍ଥୀମାନଙ୍କୁ ଅପ୍ରତ୍ୟାଶିତ ସୁଯୋଗ ପ୍ରଦାନ କରିବା ପାଇଁ ବର୍ଷକୁ ଦୁଇଥର ପରୀକ୍ଷା ଆୟୋଜିତ କରାଯିବ । ୱେବସାଇଟରେ ଏକ ଅନଲାଇନ ଆବେଦନ ସୁବିଧା, ବ୍ୟକ୍ତିଗତ ଲଗଇନ ସୃଷ୍ଟି କରିବାର ସୁବିଧା, ସିଜି ତାଲିମ ପ୍ରଣାଳୀ ଏବଂ ଚାକିରି ପ୍ରୋଫାଇଲ ଏବଂ ଦରମା ଏବଂ ଭତ୍ତା ବିଷୟରେ ବିସ୍ତୃତ ବିବରଣୀ ସାମିଲ ରହିବ । ଏଥିରେ ସମୟ ସମୟରେ ବିଭିନ୍ନ ନିଯୁକ୍ତି ପ୍ରକ୍ରିୟା ବିଷୟରେ ବିଜ୍ଞପ୍ତି ମଧ୍ୟ ରହିବ । ପାରମ୍ପରିକ ପଦ୍ଧତିକୁ ଛାଡ଼ି ଅନଲାଇନ ସିଜି ନିଯୁକ୍ତି ପ୍ରକ୍ରିୟା ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ପଦକ୍ଷେପର ଦୃଷ୍ଟିକୋଣ ଭଳି ଏକ ବଡ଼ ଲମ୍ଫ ଅଟେ ।
NS / MB
(Release ID: 1783711)