କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

ଅଭିଯୋଗର ନିରାକରଣ ଓ ସେବା ଯୋଗାଣ ବ୍ୟବସ୍ଥାରେ ଉନ୍ନତି ପାଇଁ ରାଷ୍ଟ୍ରବ୍ୟାପୀ ଅଭିଯାନ, “ପ୍ରଶାସନ ଗାଓଁ କି ଔର”


‘ସୁଶାସନ ସପ୍ତାହ’ ଉପଲକ୍ଷେ ସଫଳତା କାମନା କରି ଶୁଭେଚ୍ଛା ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ

ଡିସେମ୍ବର ୨୦ରୁ ୨୫ଯାଏ ପାଳିତ ହେଉଥିବା ସୁଶାସନ ସପ୍ତାହକୁ ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ

Posted On: 19 DEC 2021 3:05PM by PIB Bhubaneshwar

  ଆଜାଦି କା ଅମୃତ ମହୋତ୍ସବ (ସ୍ୱାଧୀନତାର ଅମୃତ ମହୋତ୍ସବ) ପାଳନ ଅବସରରେ ଚଳିତ ନଭେମ୍ବର ମାସ ୨୦ରୁ ୨୫ତାରିଖ ଯାଏ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁଶାସନ ସପ୍ତାହ ପାଳନ କରାଯାଉଛି । କେନ୍ଦ୍ର ପ୍ରଶାସନିକ ସଂସ୍କାର ଓ ସାଧରଣ ଅଭିଯୋଗ ବିଭାଗ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମକୁ କେନ୍ଦ୍ର କାର୍ମିକ, ପେନ୍‌ସନ୍‌, ସାଧାରଣ ଅଭିଯୋଗ ଓ ପେନ୍‌ସନ୍ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଗ୍ରାମ୍ୟ  ଉନ୍ନୟନ ମନ୍ତ୍ରଣାଳୟ, ଶିଳ୍ପ ପ୍ରୋତ୍ସାହନ ବିଭାଗ ଆଦି ସହାୟତାରେ ପାଳନ କରୁଛି ।

କେନ୍ଦ୍ର ବିଜ୍ଞାନ, ପ୍ରଯୁକ୍ତି, ଭୂବିଜ୍ଞାନ ବିଭାଗର ସ୍ୱାଧୀନ ଦାୟିତ୍ୱ ତଥା ପ୍ରଧାନମନ୍ତ୍ରୀଙ୍କ ଦପ୍ତର, ସାଧାରଣ ଅଭିଯୋଗ ଓ ପେନ୍‌ସନ୍ , ମହାକାଶ ଓ ଆଣବିକ ଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହ ଏହି ସୁଶାସନ ସପ୍ତାହକୁ ଆନୁଷ୍ଠାନିକ ଭାବେ ଆସନ୍ତାକାଲି ଉଦ୍‌ଘାଟନ କରିବେ । ଏଥିପାଇଁ ନୂଆଦିଲ୍ଳୀର ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ  କେନ୍ଦ୍ରର ଭୀମ ପ୍ରେକ୍ଷାଳୟରେ ଏକ ଉତ୍ସବର ଆୟୋଜନ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହ ଏହିତ୍ତଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି ସୁଶାସନ ସପ୍ତାହକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ଦ୍ୱାରା ମଧ୍ୟ ସୁଶାସନରେ ଉତ୍ତମ ନୀତିଶୀର୍ଷକ ଏକ ପ୍ରଦର୍ଶନୀ ଉଦ୍‌ଘାଟିତ ହେବ । ସେ ଏହି ଅବସରରେ  ମନ୍ତ୍ରୀ ଶ୍ରୀ ସିଂହ ସୁଶାସନ ସପ୍ତାହ ପୋର୍ଟାଲକୁ ଉଦ୍‌ଘାଟନ କରିବା ସହିତ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗର ଦୁଇବର୍ଷର ଉପଲବ୍ଧି ଉପରେ ପ୍ରସ୍ତୁତ ଏକ ବୁକ୍‌ଲେଟକୁ ଉନ୍ମୋଚନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଶାସନ ଗାଓଁ କି ଔରଉପରେ ନିର୍ମିତ ଏକ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେବ ।

ସୁଶାସନ ସପ୍ତାହ ପାଳନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବାର୍ତ୍ତା ଦେଇ ଏହାର ସଫଳତା କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ସ୍ୱାଧୀନତାର ଅମୃତକାଳରେ ଏକ ସ୍ୱଚ୍ଛ, ପାରଦର୍ଶୀ ବ୍ୟବସ୍ଥା, ଦକ୍ଷ ପ୍ରକ୍ରିୟା ଓ ସୁଦକ୍ଷ ଶାସନ ବ୍ୟବସ୍ଥା ସୃଷ୍ଟି କରିବାକୁ ଆମେ ତ୍ୱରିତ ବେଗରେ ଗତି କରୁଛୁ । ଏହି ବିକାଶକୁ ସର୍ବାଙ୍ଗୀଣ ଓ ସମାବେଶୀ କରିବାକୁ ଉଦ୍ୟମ କରାଯାଉଛି । ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ସପ୍ତାହଟିର ପ୍ରସଙ୍ଗ ବା ବିଷୟବସ୍ତୁ ଗ୍ରାମାଭିମୁଖୀ ପ୍ରଶାସନ (ପ୍ରଶାସନ ଗାଁଓ କି ଔର) ବିଶେଷ  ମହତ୍ୱ ରଖେ । ଆମ ସରକାର ସୁଶାସନ ପ୍ରକ୍ରିୟାକୁ ସୁଦୃଢ କରିବାକୁ ଅଙ୍ଗୀକାରବଦ୍ଧ । ଏହି ସୁଶାସନ ନୀତିରେ ଲୋକାଭିମୁଖୀତା, ଶାସନଗତ ସକ୍ରିୟତା ଓ ନାଗରିକ-ପ୍ରଥମଆଭିମୁଖ୍ୟ ଅଗ୍ରାଧିକାର ପାଇଛି ।

ଏହି ସପ୍ତାହ ପାଳନ ଅବସରରେ ଶାସନକୁ ଗ୍ରାମାଭିମୁଖୀ କରିବାକୁ ଗୁରୁତ୍ୱ ଦିଆଯାଇଛି । ଲୋକଙ୍କ ଅଭାବ ଅଭିଯୋଗର ଅବସାନ ପାଇଁ ଦେଶବ୍ୟାପୀ ଏହି ଅବସରରେ ପ୍ରଶାସନ ଗାଓଁ କି ଔରଅଭିଯାନ ଚାଲିବ । ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣି ତାହାର ତ୍ୱରିତ ସମାଧାନ ତଥା ଜନତାଙ୍କୁ ଉତ୍ତମ ସେବା ଯୋଗାଣ ନିମନ୍ତେ ଦେଶର ସବୁ ଜିଲ୍ଲା, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକ୍ରମମାନ ଆୟୋଜିତ ହେବ । ପ୍ରଶାସନ ଗାଓଁ କି ଔରକାର୍ଯ୍ୟକ୍ରମରେ ୭୦୦ରୁ ଅଧିକ ଜିଲ୍ଳାପାଳ ଅଂଶଗ୍ରହଣ କରିବେ । ସେମାନେ ଜିଲ୍ଲାର ତହସିଲ / ପଞ୍ଚାୟତ ସମିତି ସଦର କାର୍ଯ୍ୟାଳୟ ଆଦିକୁ ଯାଇ  ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣି ତାହାର ସମାଧାନ କରିବା ସହ ନାଗରିକଙ୍କୁ ତ୍ୱରିତ ସେବା ଯୋଗାଇ ଦେବାକୁ ଉଦ୍ୟମ କରିବେ । ବିଭିନ୍ନ ତହସିଲ ଓ ପଞ୍ଚାୟତ ସମିତି ଦପ୍ତରରେ କି ପ୍ରକାର କାର୍ଯ୍ୟ ଏହି ସପ୍ତାହ ପାଳନ ଅବସରରେ କରାଯିବ ସେଥିପାଇଁ କେନ୍ଦ୍ର ପ୍ରଶାସନିକ ଓ ସାଧାରଣ ଅଭିଯୋଗ ବିଭାଗ ତଥା ରାଜ୍ୟ ସରକାରମାନେ ଆବଶ୍ୟକ ନିର୍ଦ୍ଦେଶାବଳୀ ଯୋଗାଇ ଦେଇଛନ୍ତି ।

ଏହି ସପ୍ତାହ ପାଳନର ଉଦ୍ଦେଶ୍ୟ ହେଲା ସ୍ୱାଧୀନତାର ଅମୃତ ମହୋତ୍ସବ ବେଳାରେ ପ୍ରଶାସନିକ ସଂସ୍କାରର ଦ୍ୱିତୀୟ ପିଢିକୁ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ରଖିଥିବା ଲକ୍ଷ୍ୟକୁ ସାକାର କରିବା ।  www.pgportal.gov.in/ggw.ପୋର୍ଟାଲ ମାଧ୍ୟମରେ ଏହି ସୁଶାସନ ସପ୍ତାହ ପାଳନର ପ୍ରଗତିକୁ ତଦାରଖ କରାଯିବ । ପ୍ରତ୍ୟେକ ଜିଲ୍ଲାପାଳ ନିଜ ଜିଲ୍ଲାର ଏକ ସୁଶାସନ ନୀତି  ପାଳନର ଅଗ୍ରଗତି ସମ୍ପର୍କରେ ଏକ ସୁଶାସନ ନୀତି ଓ ଜନ ଅଭିଯୋଗସମାଧାନର ନମୁନା ଉପସ୍ଥାପିତ କରିବେ । ଜିଲ୍ଲାୱାରୀ ଏଭଳି ସଫଳ କାହାଣୀଗୁଡିକର ଭିଡିଓ କ୍ଲିପ୍ସକୁ ନଥିକୃତ  କରାଯିବ । ଶାସନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ମାନ ପ୍ରତିଷ୍ଠା କରି ଉତ୍ତର ପିଢିଙ୍କୁ ଅନୁପ୍ରାଣିତ କରିବା ସହିତ ସୁଶାସନକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିବା ପାଇଁ ଏହି ସପ୍ତାହ ସହାୟକ ହେବ ବୋଲି ଆଶା କରାଯାଉଛି ।

ଡିସେମ୍ବର ୨୧ରେ ବୈଦେଶିକ ମନ୍ତ୍ରଣାଳୟ ଆନୁକୂଲ୍ୟରେ ସୁଶାସନ ପ୍ରୟାସଉପରେ ଏକ ଆଲୋଚନା ଅନୁଷ୍ଠିତ ହେବ । ତାପରଦିନ, ଅର୍ଥାତ୍ ଡିସେମ୍ବର ୨୨ତାରିଖରେ ସଂସ୍କାରର ପରବର୍ତ୍ତୀ ପିଢିରେ ଅଭିଯୋଗ ହ୍ରାସ ତଥା ପ୍ରତିକାର ଏବଂ ସମନ୍ୱିତ ଓ ସଫଳ ସୁଶାସନ ନୀତି ଉପରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଡିପିଆଇଆଇଟି ଏହାର ଆୟୋଜନ କରିବ ।

ଡିସେମ୍ବର ୨୩ରେ ମିଶନ କର୍ମଯୋଗୀ -ଦ ପାଥ ଆହେଡଉପରେ କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଏକ କର୍ମଶାଳା  ଆୟୋଜିତ ହେବ । ଡିସେମ୍ବର ୨୪ତାରିଖରେ ପ୍ରଶାସନିକ ସଂସ୍କାର ବିଭାଗ ପକ୍ଷରୁ କେନ୍ଦ୍ରୀୟ ସଚିବାଳୟରେ ନିଷ୍ପତ୍ତିଗ୍ରହଣରେ ଦକ୍ଷତା ବୃଦ୍ଧି ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଛି । ଏଥିରେ ସୁଶାସନର ଅଭିଜ୍ଞତାକୁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସହ ବଣ୍ଟନ କରାଯିବ । ଡିସେମ୍ବର ୨୫ରେ ସୁଶାସନ ଦିବସ ପାଳିତ ହେବ । ସେଦିନ ସୁଶାସନ ସପ୍ତାହ - ପ୍ରଶାସନ ଗାଓଁ  କି ଔରଉପରେ ଏକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ଏହାଛଡା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସୁଶାସନ-ସୂଚୀକୁ ସେ ଦିନ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା ଉନ୍ମୋଚନ କରିବେ । 

ଡିସେମ୍ବର ୨୫ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସୁଶାସନ ଦିବସର ସମାବର୍ତ୍ତନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି ।

ଉଦ୍‌ଘାଟନ ଉତ୍ସବରେ ପ୍ରଶାସନିକ ସଂସ୍କାର ବିଭାଗର ସଚିବ ଶ୍ରୀ ସଂଜୟ ସିଂହ, ଗୁଜରାଟର ମୁଖ୍ୟ ସଚିବ ଶ୍ରୀ ପଙ୍କଜ କୁମାର , ଜମ୍ମୁ ଓ କାଶ୍ମୀରର ମୁଖ୍ୟ ସଚିବ ଶ୍ରୀ ଅରୁଣ କୁମାର ମେହେତା, ଉତ୍ତରପ୍ରଦେଶର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ଦେବେଶ ଚତୁର୍ବେଦୀ, ପ୍ରଶାସନିକ ସଂସ୍କାର ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଭି ଶ୍ରୀନିବାସ ପ୍ରମୁଖ ଯୋଗଦେବେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ସବୁ ମନ୍ତ୍ରଣାଳୟ ଓ ବିଭାଗ, ସମସ୍ତ ରାଜ୍ୟ ସରକାର ଓ ସବୁ ଜିଲ୍ଲା ଭାଗ ନେବେ ।

 

*****

TM / SLP



(Release ID: 1783327) Visitor Counter : 220