ପ୍ରତିରକ୍ଷା ମନ୍ତ୍ରଣାଳୟ
ସୁପରସୋନିକ କ୍ଷେପଣାସ୍ତ୍ର ସହାୟତାରେ ଟର୍ପେଡୋର ଓଡିଶାର ହ୍ୱିଲରଦୀପରୁ ସଫଳତାର ସହ ପରୀକ୍ଷଣ
Posted On:
13 DEC 2021 4:31PM by PIB Bhubaneshwar
ପ୍ରତିରକ୍ଷା ଗବେଷଣା ଓ ବିକାଶ ପରଷଦ (ଡିଆରଡିଓ) ଦ୍ୱାରା ବିକଶିତ ସୁପରସୋନିକ କ୍ଷେପଣାସ୍ତ୍ର ଦ୍ୱାରା ସଂଚାଳିତ ଟର୍ପେଡୋ ପ୍ରଣାଳୀକୁ ଆଜି(୧୩-୧୨-୨୧) ଓଡିଶାର ହ୍ୱିଲର ଦୀପରୁ ସଫଳତାର ସହ ପରୀକ୍ଷା କରାଯାଇଛି । ଏଥିରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଭିତିକ ଟର୍ପେଡୋ ସଞ୍ଚାଳନ ଅଭିଯାନରେ କ୍ଷେପଣାସ୍ତ୍ରର ସମ୍ପୂର୍ଣ୍ଣ ରେଞ୍ଜ ସାମର୍ଥ୍ୟ ମଧ୍ୟ ସଫଳତାର ସହ ପରକ୍ଷା କରାଯାଇଛି । ପାରମ୍ପରିକ ଟର୍ପେଡୋ ଦୂରତାଠାରୁ ଯଥେଷ୍ଟ ଅଧିକ, ଏହି ପଦ୍ଧତି ଅତ୍ୟାଧୁନିକ ବୁଡାଜାହାଜର ଯୁଦ୍ଧ ସାମର୍ଥ୍ୟକୁ ଦୃଷ୍ଟିରେ ରଖି ବିକଶିତ ହୋଇଛି ।
ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣଭାବେ ଇଲେକ୍ଟ୍ରୋ ଅପଟିକ୍ ଟେଲିମାଟ୍ରି ପଦ୍ଧତି ଓ ବିଭିନ୍ନ ରେଂଜର ରାଡାର ଇତ୍ୟାଦି ଦ୍ୱାରା ଅନୁଶୀଳନ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ଭୂମିଗତ ଭ୍ରାମ୍ୟମାଣ ପ୍ରକ୍ଷେପକ ଯାନରୁ ଛଡାଯାଇଥିଲା ।
ଅନେକ ଡିଆରଡିଓ ପରୀକ୍ଷାଗାର ଏପରି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପଦ୍ଧତି ବିକଶିତ କରୁଛନ୍ତି । ଏହାର ବିଭିନ୍ନ ଉପପ୍ରଣାଳୀ ବିକଶିତ କରିବା ନିମନ୍ତେ ଅନେକ ଶିଳ୍ପ ସଂସ୍ଥା ମଧ୍ୟ ସହାୟତା କରିଛନ୍ତି ।
ଏହି ସୁପରସୋନିକ କ୍ଷେପଣାସ୍ତ୍ର ସଂଚାଳିତ ଟର୍ପେଡୋ ପଦ୍ଧିତର ସଫଳ ପରୀକ୍ଷା ପାଇଁ ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏଥିରେ ସଂଶ୍ଳିଷ୍ଟ ବିଶେଷଜ୍ଞଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଭବିଷ୍ୟତ ପାଇଁ ପ୍ରତିରକ୍ଷା ପଦ୍ଧତିର ଦେଶୀୟ ବିକାଶର ବଳିଷ୍ଠ ଉଦାହରଣ ବୋଲି ଶ୍ରୀ ସିଂ କହିଛନ୍ତି ।
ପ୍ରତିରକ୍ଷା ଗବେଷଣା ଓ ବିକାଶ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ଏଥିରେ ସଂଶ୍ଳିଷ୍ଟ ସମସ୍ତ ପ୍ରତିରକ୍ଷା ବିଶେଷଜ୍ଞଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଏହା ଭବିଷ୍ୟତରେ ପ୍ରତିରକ୍ଷା ବିଭାଗର ଆତ୍ମନିର୍ଭରଶୀଳତା ସହ ନୌସେନାର ଶକ୍ତି ବୃଦ୍ଧିରେ ସହାୟକ ହେବ ବୋଲି କହିଛନ୍ତି ।
****
SM/SLP
(Release ID: 1781110)
Visitor Counter : 269