ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କୋଭିଡ୍ ଭାରିଆଣ୍ଟ ଓମିକ୍ରନ ସମ୍ପର୍କିତ ସୂଚନା


‘‘ବିପଦ ରହିଥିବା’’ ଦେଶରୁ ଆସିଥିବା 11 ଟି ଆନ୍ତର୍ଜାତିକ ବିମାନର 3476 ଜଣ ଯାତ୍ରୀଙ୍କୁ ଯାଞ୍ଚ କରାଯିବା ପରେ 6 ଟି କୋଭିଡ୍-19 ପଜିଟିଭ୍ କେସ୍ ବିଷୟରେ ସୂଚନା ଦିଆଯାଇଛି

ପଜିଟିଭ୍ ଯାତ୍ରୀଙ୍କର ନମୁନାକୁ ଜେନୋମିକ୍ ସିକୁଏନ୍‌ସିଂ ପାଇଁ ପଠାଯାଇଛି

ପରିବର୍ତ୍ତିତ ପରିସ୍ଥିତି ଉପରେ ଭାରତ ସରକାର ନିରନ୍ତର ନଜର ରଖିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 01 DEC 2021 8:29PM by PIB Bhubaneswar

 କୋଭିଡ୍ -19 ର ନୂତନ ଭାବରେ ଚିହ୍ନଟ ହୋଇଥିବା ଭାରିଆଣ୍ଟର ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ପଦକ୍ଷେପ ଭାବରେ, କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯିବାର ପ୍ରଥମ ଦିନରେ ଛଅ ଜଣ ଯାତ୍ରୀ କୋଭିଡ୍‌ ପଜିଟିଭ୍ ଥିବା ଜଣାଯାଇଛି। ଏହି ନୂତନ ଭାରିଆଣ୍ଟକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଭାରିଆଣ୍ଟ ଅଫ୍ କନ୍‌ସର୍ଣ୍ଣ (ଭିଓସି) ଭାବରେ ବିବେଚିତ କରାଯାଇଛି।

‘‘ବିପଦ ରହିଥିବା’’ ଦେଶରୁ ଆଜି ମଧ୍ୟ ରାତ୍ରରୁ ଅପରାହ୍ନ 4 ଘଟିକା ମଧ୍ୟରେ ଲକ୍ଷ୍ମୌକୁ ଛାଡ଼ି ବିଭିନ୍ନ ଏୟାରପୋର୍ଟରେ 11 ଟି ଆନ୍ତର୍ଜାତିକ ବିମାନ ପହଞ୍ଚିଛି। ଏଥିରେ ସମୁଦାୟ 3476 ଜଣ ଯାତ୍ରୀ ରହିଛନ୍ତି।

ସମସ୍ତ 3476 ଜଣ ଯାତ୍ରୀଙ୍କର ଆରଟି ପିସିଆର ପରୀକ୍ଷା କରାଯାଇଛି ଏବଂ ମାତ୍ର 06 ଜଣ ଯାତ୍ରୀଙ୍କ ଠାରେ କୋଭିଡ୍- 19 ପଜିଟିଭ୍ ଥିବା ଜଣାଯାଇଛି।

କୋଭିଡ୍ 19 ପଜିଟିଭ୍ ଯାତ୍ରୀଙ୍କର ନମୁନାକୁ ଆଇଏନଏସଏସିଓଜି ଲ୍ୟାବକୁ ସମ୍ପୂର୍ଣ୍ଣ ଜେନୋମିକ୍ ସିକୁଏନ୍‌ସିଂ ପାଇଁ ପଠାଯାଇଛି। ଭାରତ ସରକାର ପରିବର୍ତ୍ତିତ ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି ଓ ଏହି ମହାମାରୀ ବିପକ୍ଷରେ ସଂଗ୍ରାମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରୁଛନ୍ତି।

 

BS


(ରିଲିଜ ଆଡି: 1777034) ପରିଦର୍ଶକ କାଉଣ୍ଟର : 278
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Manipuri