ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଜାତୀୟ ଶିକ୍ଷାନବିସ ତାଲିମ ଯୋଜନାର କାର୍ଯ୍ୟକାଳକୁ ଆଉ ପାଞ୍ଚ ବର୍ଷ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ଜାତୀୟ ଶିକ୍ଷାନବିସ ତାଲିମ ଯୋଜନା ଅଧୀନରେ ତାଲିମ ନେଇଥିବା ଶିକ୍ଷାନବିସଙ୍କ ବୃତ୍ତି ବାବଦକୁ ୩୦୫୪ କୋଟି ଟଙ୍କା ଅନୁମୋଦିତ
ଶିଳ୍ପ ଓ ବାଣିଜ୍ୟିକ ସଂଗଠନଗୁଡିକ ପକ୍ଷରୁ ପ୍ରାୟ ୯ ଲକ୍ଷ ଶିକ୍ଷାନବିସ ତାଲିମ ଗ୍ରହଣ କରିବେ
प्रविष्टि तिथि:
24 NOV 2021 3:36PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ଆର୍ଥିକ ବ୍ୟାପାର ବୈଠକରେ ଜାତୀୟ ଶିକ୍ଷାନବିସ ତାଲିମ ଯୋଜନା ଅଧୀନରେ ତାଲିମ ଗ୍ରହଣ କରୁଥିବା ଶିକ୍ଷାନବିସଙ୍କ ନିମନ୍ତେ ୩୦୫୪ କୋଟି ଟଙ୍କା ଛାତ୍ରବୃତ୍ତି ଅନୁମୋଦିତ ହୋଇଛି । ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଏହି ତାଲିମ କାର୍ଯ୍ୟକ୍ରମ ୨୦୨୧-୨୨ରୁ ୨୦୨୫-୨୬ (୩୧.୩.୨୦୨୬) ପର୍ଯ୍ୟନ୍ତ ଚାଲିବ ।
ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟିକ ସଂଗଠନ ପକ୍ଷରୁ ପ୍ରାୟ ୯ ଲକ୍ଷ ଶିକ୍ଷାନବିସ ଏହି ତାଲିମ ଗ୍ରହଣ କରିବେ । ଏନଏଟିଏସଙ୍କ ଏହି ସୁପ୍ରତିଷ୍ଠିତ ଯୋଜନା ଅଧୀନରେ ତାଲିମପ୍ରାପ୍ତ ଶିକ୍ଷାନବିସମାନେ ସେମାନଙ୍କ କର୍ମନିଯୁକ୍ତି ଯୋଗ୍ୟତା ମଧ୍ୟ ବୃଦ୍ଧି କରିପାରିଛନ୍ତି ।
ଯେଉଁ ଶିକ୍ଷାନବିସମାନେ ବୈଷୟିକ ବିଦ୍ୟାଳୟରେ ସ୍ନାତ୍ତକ ବା ଡିପ୍ଲୋମା ସମ୍ପୂର୍ଣ୍ଣ କରିଛନ୍ତି ସେମାନଙ୍କୁ ୯ ହଜାର ଓ କଳା, ବିଜ୍ଞାନ ଏବଂ ବାଣିଜ୍ୟ ସ୍ନାତ୍ତକଙ୍କୁ ମାସିକ ୮ ହଜାର ଟଙ୍କା ଲେଖାଏଁ ବୃତ୍ତି ମିଳିବ ।
ସରକାର ଆଗାମୀ ପାଞ୍ଚ ବର୍ଷ ନିମନ୍ତେ ଅନୁମୋଦନ କରିଥିବା ୩ ହଜାର କୋଟିରୁ ଅଧିକ ଅର୍ଥ ପୂର୍ବ ପାଞ୍ଚ ବର୍ଷର ବୃତ୍ତି ତୁଳନାରେ ପ୍ରାୟ ସାଢ଼େ ଚାରିଗୁଣ ଅଧିକ । ଜାତୀୟ ଶିକ୍ଷାନୀତି ୨୦୨୦ ଦ୍ୱାରା ଗୁରୁତ୍ୱ ଆରୋପ କରାଯାଇଥିବା ଶିକ୍ଷାନବିସ ନୀତିକୁ ଆଧାର କରି ଏପରି ଆର୍ଥିକ ବୃତ୍ତି ବୃଦ୍ଧି କରାଯାଇଛି ।
ସରକାର ଗୁରୁତ୍ୱ ଆରୋପ କରୁଥିବା ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଆଧାରରେ ଏନଏଟିଏସର ପରିସର ବୃଦ୍ଧି କରାଯାଇ କଳା, ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏଥିରେ ସାମିଲ କରିଛି । ଏହି ଯୋଜନା ଅଧୀନରେ କୌଶଳ ବିକାଶ କରାଯାଇ ଆଗାମୀ ପାଞ୍ଚ ବର୍ଷରେ ପ୍ରାୟ ସାତ ଲକ୍ଷ ଯୁବକଯୁବତୀଙ୍କୁ କର୍ମନିଯୁକ୍ତି ଯୋଗାଯିବାର ଲକ୍ଷ୍ୟ ରଖାଯାଇଛି ।
ଏହି ଏନଏଟିଏସ କ୍ରମବର୍ଦ୍ଧିଷ୍ଣୁ ଉତ୍ପାଦକତା ଭିତ୍ତିକ ପଦକ୍ଷେପ ଯେପରିକି ମୋବାଇଲ ପ୍ରସ୍ତୁତି, ମେଡିକାଲ ଉପକରଣ ତିଆରି ଔଷଧପତ୍ର କ୍ଷେତ୍ର, ଇଲେକ୍ଟ୍ରୋନିକ୍ସ, ପ୍ରଯୁକ୍ତି ସାମଗ୍ରୀ, ଅଟୋ ମୋବାଇଲ କ୍ଷେତ୍ର ଇତ୍ୟାଦିରେ ଶିକ୍ଷାନବିସ ତାଲିମ ଉପରେ ପ୍ରାଧାନ୍ୟ ଦେବେ । ଏହି ଯୋଜନା ମଧ୍ୟ ସଂଯୋଗ/ରଣନୀତିକ କ୍ଷେତ୍ର, ଗତି ଶକ୍ତି ଅଧୀନରେ ଚିହ୍ନଟ ଶିଳ୍ପ କ୍ଷେତ୍ର ନିମନ୍ତେ ମଧ୍ୟ କୁଶଳୀ କାରିଗର ପ୍ରସ୍ତୁତ କରିବ ।
SM/DD
(रिलीज़ आईडी: 1774842)
आगंतुक पटल : 170
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam