ପ୍ରତିରକ୍ଷା ମନ୍ତ୍ରଣାଳୟ

ଋକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୨୨୩୬ କୋଟି ଟଙ୍କା ମୂଲ୍ୟର ପ୍ରସ୍ତାବକୁ ଅନୁମୋଦନ

Posted On: 23 NOV 2021 6:39PM by PIB Bhubaneshwar

ପ୍ରମୁଖ ବୈଶିଷ୍ଟ୍ୟ:

ଭାରତୀୟ ବାୟୁ ସେନା ସଫ୍ଟୱେର୍ ଡିଫାଇନ୍ ରେଡିଓସ ରିଅଲ୍‌-ଟାଇମ୍ ସଂଯୋଗ ପାଇଁ ଜିଏସ୍ଏଟି-୭ସି ଉପଗ୍ରହ ଏବଂ ଗ୍ରାଉଣ୍ଡ ହବ୍ କିଣିବ

ଉପଗ୍ରହର ସମ୍ପୂର୍ଣ୍ଣ ଡିଜାଇନ୍‌, ବିକାଶ ଏବଂ ଉତକ୍ଷେପଣ ଆଦି ଭାରତରେ କରାଯିବ

ଏହା ଆମର ସଶସ୍ତ୍ର ବାହିନୀର ଦୃଶ୍ୟ ପରିସୀମା ବାହାରେ ଯୋଗାଯୋଗ କରିବାର କ୍ଷମତାକୁ ବଢାଇବ

ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ୨୩ ନଭେମ୍ବର ୨୦୨୧ ରେ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଭାରତୀୟ ବାୟୁସେନାର ଆଧୁନିକୀକରଣ ତଥା କାର୍ଯ୍ୟକ୍ଷମ ଆବଶ୍ୟକତା ପାଇଁ ମେକ୍ଇନ୍ଇଣ୍ଡିଆ ଯୋଜନା ଅଧିନରେ ୨୨୩୬ କୋଟି ଟଙ୍କା ମୂଲ୍ୟର ଏକ ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବ ପାଇଁ ଗ୍ରହଣୀୟତା (ଏଓଏନ୍‍) ପ୍ରଦାନ କରିଛି ବାୟୁସେନାର କ୍ରୟ ପ୍ରସ୍ତାବଟି ଜିଏସ୍ଏଟି-୭ସି ଉପଗ୍ରହ ଏବଂ ସଫ୍ଟୱେର୍ ଡିଫାଇନଡ୍ରେଡିଓସ (ଏସ୍ଡିଆରଏସ୍‍) ରିଅଲ୍ ଟାଇମ୍ ସଂଯୋଗ ପାଇଁ ଗ୍ରାଉଣ୍ଡ ହବ୍ ଲାଗି ଥିଲା ଏହି ପ୍ରକଳ୍ପରେ ଭାରତରେ ଉପଗ୍ରହର ସମ୍ପୂର୍ଣ୍ଣ ଡିଜାଇନ୍‌, ବିକାଶ ଏବଂ ଉତକ୍ଷେପଣର ଯୋଜନା ରହିଛି

ସଫ୍ଟୱେର୍ ଡିଫାଇନ୍ ରେଡିଓସ (ଏସ୍ଡିଆରଏସ୍‍) ପାଇଁ ଜିଏସ୍ଏଟି-୭ସି ସାଟେଲାଇଟ୍ ଏବଂ ଗ୍ରାଉଣ୍ଡ ହବ୍ ସାମିଲ ଆମ ସଶସ୍ତ୍ର ବାହିନୀର ଦୃଶ୍ୟ  ପରିସୀମା ବାହାରେ (ଏଲ୍ଓଏସ୍‍) କ୍ଷମତାକୁ ବଢାଇବ ଏବଂ ସୁରକ୍ଷିତ ଭାବେ ସମସ୍ତ ପରିସ୍ଥିତିରେ ପରସ୍ପର ମଧ୍ୟରେ ଯୋଗାଯୋଗ କରିବ

HS



(Release ID: 1774432) Visitor Counter : 188


Read this release in: Urdu , English , Hindi , Marathi