ଅର୍ଥ ମନ୍ତ୍ରଣାଳୟ
ସ୍ୱାଭାବିକ ମାସିକ ଦେୟ ୪୭,୫୪୧ କୋଟି ଟଙ୍କା ସ୍ଥାନରେ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦରେ କେନ୍ଦ୍ର ସରକାର ରାଜ୍ୟ ସମୂହଙ୍କୁ ଦୁଇ କିସ୍ତିରେ ପ୍ରଦାନ କଲେ ୯୫, ୦୮୨କୋଟି ଟଙ୍କା
୯୫,୦୫୨କୋଟି ଟଙ୍କାର ଏହି ଟିକସ ବାବଦ ଅଂଶ ରାଜ୍ୟମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବ
ଓଡିଶାକୁ ଏ ବାବଦରେ ମିଳିଲା ମୋଟ ୪୩୦୫.୩୨ କୋଟି ଟଙ୍କା
प्रविष्टि तिथि:
23 NOV 2021 3:03PM by PIB Bhubaneshwar
କେନ୍ଦ୍ରସରକାରଙ୍କ ପକ୍ଷରୁ ଦେଶର ୨୮ଟି ରାଜ୍ୟକୁ ଟିକସ ବାବଦ ଅଂଶ ଆକାରରେ ଦୁଇ କିସ୍ତିରେ ମୋଟ ୯୫୦୮୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ପ୍ରତି ମାସରେ ସ୍ୱାଭାବିକ ଆକାରରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟିକସ ଅଂଶବାବଦରେ ୪୭, ୫୪୧ କୋଟି ଟଙ୍କା ଯୋଗାଇଥାନ୍ତି । ଚଳିତମାସ ୧୫ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କ ସହିତ ଆଭାସୀ ବ୍ୟବସ୍ଥାରେ ସେମାନଙ୍କର ଆର୍ଥିକ ସ୍ଥିତି ଓ ହାଲଚାଲ ବିଷୟରେ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ରାଜ୍ୟସମୂହଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଏବଂ ପୁଞ୍ଜିନିବେଶ, ଭିତ୍ତିଭୂମି ନିର୍ମାଣ ଓ ଅଭିବୃଦ୍ଧି ପ୍ରକ୍ର୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅଧିକ ଅର୍ଥ ଯୋଗାଇ ଦେବାକୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ପ୍ରତିଶ୍ରୁତି ଦେଇଥିଲେ । ସେହି ପ୍ରତିଶ୍ରୁତି ମୁତାବକ ଦୁଇ କିସ୍ତିରେ ଏହି ଟିକସ ଅଂଶ ବାବଦ ଅର୍ଥ ଏକକାଳୀନ ନଭେମ୍ବର ୨୨ତାରିଖରେ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ଟିକସ ଓ ଶୁଳ୍କକୁ ରାଜ୍ୟମାନେ ନିର୍ଦ୍ଦିଷ୍ଟ ଅନୁପାତରେ ଭାଗ ପାଇଥାନ୍ତି ।
ଓଡିଶାକୁ ଏ ବାବଦରେ ମୋଟ ୪୩୦୫.୩୨ କୋଟି ଟଙ୍କା ମିଳିଛି । କେଉଁ ରାଜ୍ୟକୁ କେତେ ଟଙ୍କା ଏ ବାବଦରେ ଯୋଗାଇ ଦିଆଯାଇଛି ତାହା ନିମ୍ନରେ ପ୍ରଦତ୍ତ ତାଲିକାରେ ଦର୍ଶାଯାଇଛି ।
|
Sl. No.
|
State
|
Amount released
(In crore)
|
|
|
|
|
1
|
ଆନ୍ଦ୍ରପ୍ରଦେଶ
|
3847.96
|
|
|
2
|
ଅରୁଣାଚଳପ୍ରଦେଶ
|
1670.58
|
|
|
3
|
ଆସାମ
|
2974.16
|
|
|
4
|
ବିହାର
|
9563.30
|
|
|
5
|
ଛତିଶଗଡ
|
3239.54
|
|
|
6
|
ଗୋଆ
|
367.02
|
|
|
7
|
ଗୁଜରାତ
|
3306.94
|
|
|
8
|
ହରିୟାଣା
|
1039.24
|
|
|
9
|
ହିମାଚଳ ପ୍ରଦେଶ
|
789.16
|
|
|
10
|
ଝାଡ଼ଖଣ୍ଡ
|
3144.34
|
|
|
11
|
କର୍ଣ୍ଣାଟକ
|
3467.62
|
|
|
12
|
କେରଳ
|
1830.38
|
|
|
13
|
ମଧ୍ୟପ୍ରଦେଶ
|
7463.92
|
|
|
14
|
ମହାରାଷ୍ଟ୍ର
|
6006.30
|
|
|
15
|
ମଣିପୁର
|
680.80
|
|
|
16
|
ମେଘାଳୟ
|
729.28
|
|
|
17
|
ମିଜୋରାମ
|
475.42
|
|
|
18
|
ନାଗାଲାଣ୍ଡ
|
541.02
|
|
|
19
|
ଓଡିଶା
|
4305.32
|
|
|
20
|
ପଞ୍ଜାବ
|
1718.16
|
|
|
21
|
ରାଜସ୍ଥାନ
|
5729.64
|
|
|
22
|
ସିକ୍କିମ
|
368.94
|
|
|
23
|
ତାମିଲନାଡୁ
|
3878.38
|
|
|
24
|
ତେଲଙ୍ଗାନା
|
1998.62
|
|
|
25
|
ତ୍ରିପୁରା
|
673.32
|
|
|
26
|
ଉତ୍ତର ପ୍ରଦେଶ
|
17056.66
|
|
|
27
|
ଉତ୍ତରଖଣ୍ଡ
|
1063.02
|
|
|
28
|
ପଶ୍ଚିମବଙ୍ଗ
|
7152.96
|
|
କେନ୍ଦ୍ରୀୟ ଟିକସ ଓ ଶୁଳ୍କ ବାବଦ ଆୟରୁ ୨୦୨୧ ନଭେମ୍ବରରେ ରାଜ୍ୟମାନଙ୍କୁ ଦିଆଯାଇଥିବା ଅଂଶର ହିସାବ।
*****
TM / SLP
(रिलीज़ आईडी: 1774430)
आगंतुक पटल : 351