ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav g20-india-2023

ସିଆଇଆଇ ବିଗ୍ ପିକ୍‌ଚର ସମ୍ମିଳନୀର ଉଦଯାପନୀ ଅଧିବେଶନରେ ସୂଚନା ଏବଂ ପ୍ରସାରଣ ସଚିବଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ

Posted On: 18 NOV 2021 6:43PM by PIB Bhubaneshwar
  1. ସାଧାରଣତଃ ଅର୍ଥନୀତି ଅପେକ୍ଷା ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରକୁ ଅଧିକ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିବାର ଆବଶ୍ୟକତା ରହିଛି କାରଣ ଏହି କ୍ଷେତ୍ର ଅର୍ଥନୀତିର ଏକ ଅଗ୍ରଣୀ କ୍ଷେତ୍ର ଏବଂ ଅର୍ଥନୀତିକୁ ଅନୁସରଣ କରିନଥାଏ।

 

  1. ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରକୁ 100 ବିଲିୟନ ଡଲାର ବଜାର ହେବା ଦିଗରେ ଉଦ୍ୟମ କରିବାର ଆବଶ୍ୟକତା ରହିଛି। ଏହି କ୍ଷେତ୍ରର ଉଜ୍ଵଳ ଭବିଷ୍ୟତ ରହିଛି।
  2. ବିଷୟବସ୍ତୁ ବା କଣ୍ଟେଣ୍ଟ ଆଇନର ପରିଧି ମଧ୍ୟରେ ରହିଥିଲେ, ଯେକୌଣସି ବିଷୟବସ୍ତୁକୁ ସମର୍ଥନ ଯୋଗାଇ ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଏବଂ ଏଥିରେ କୌଣସି  କଟକଣା ରହିବା ଉଚିତ୍ ନୁହେଁ। ଏହି ପ୍ରତିଶ୍ରୁତି ପାଳନ କରିବା ପାଇଁ ମନ୍ତ୍ରଣାଳୟ ପ୍ରୟାସ ଜାରି ରଖିଛି।
  3. ଏଭିଜିସି ସେଣ୍ଟର ଫର ଏକ୍ସିଲେନ୍ସ କ୍ଷେତ୍ରରେ, ମନ୍ତ୍ରଣାଳୟ ପକ୍ଷରୁ ପିପିପି ମଡେଲ ଅଧୀନରେ ସରକାରଙ୍କ ହସ୍ତକ୍ଷେପକୁ ହ୍ରାସ କରିବା ଏବଂ ଉଦ୍ୟୋଗ ଜଗତର ସଂପୃକ୍ତିକୁ ବଢ଼ାଇବା ପାଇଁ ପ୍ରୟାସ କରାଯାଉଛି।
  4. ପ୍ରେକ୍ଷାଳୟ ପ୍ରତିଷ୍ଠା କରିବା ପାଇଁ ରହିଥିବା ଆଇନ ବହୁ ପୁରୁଣା ଏବଂ ଏଗୁଡ଼ିକ ସିନେମାଟୋଗ୍ରାଫ ଆଇନର ସମୟରେ ପ୍ରଣୟନ କରାଯାଇଥିଲା। ପୁରୁଣାକାଳିଆ ଆଇନ ସମ୍ପର୍କରେ ପୁନଃବିଚାର କରିବା ପାଇଁ ସରକାର ରାଜ୍ୟମାନଙ୍କୁ ଅନୁରୋଧ କରିବେ।
  5. ସରକାର ଆଣ୍ଟି-ପାଇରେସି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି, ପାଇରେସି ଏକ ଅପରାଧ ଏବଂ ଏହାକୁ ସମସ୍ତ ସ୍ତରରେ ଦୃଢ଼ ହସ୍ତରେ ଦମନ କରାଯିବା ଉଚିତ୍। ଡ୍ରାଫ୍ଟ ସିନେମାଟୋଗ୍ରାଫ ଆଇନରେ ପାଇରେସିରେ ସମ୍ପୃକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ଡିଜିଟାଲ ମାଧ୍ୟମରେ ପାଇରେସି ଉପରେ ସିଆଇଆଇର ପ୍ରସ୍ତାବ ଉପରେ କାର୍ଯ୍ୟ କରିବା ପାଇଁ ସରକାର ଏବେ ଆଗ୍ରହ ପ୍ରକାଶ କରୁଛନ୍ତି।

 

 

********

P.S

 



(Release ID: 1773098) Visitor Counter : 215