ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

2021 ବର୍ଷ ପାଇଁ କ୍ରୀଡ଼ା ଓ ଦୁଃସାହସିକ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି


ଓଡ଼ିଆ ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ମିଳିଲା ଖେଳରତ୍ନ

ହକି ତାରକା ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଅର୍ଜ୍ଜୁନ ପୁରସ୍କାରରେ ହେଲେ ସମ୍ମାନିତ

ପୋଷ୍ଟ କରାଯିବା ଦିନାଙ୍କ: 13 NOV 2021 8:10PM by PIB Bhubaneswar

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ 2021 ବର୍ଷ ପାଇଁ କ୍ରୀଡ଼ା ଓ ଦୁଃସାହସିକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆଜି (ନଭେମ୍ବର 13, 2021)ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର-2021, ଅର୍ଜ୍ଜୁନ ପୁରସ୍କାର-2021, ଧ୍ୟାନ ଚାନ୍ଦ ପୁରସ୍କାର -2021, ରାଷ୍ଟ୍ରୀୟ ଖେଳ ପୁରସ୍କାର-2021, ମୌଲାନା ଅବୁଲ କାଲାମ ଆଜାଦ୍ ଟ୍ରଫି-2021 ଏବଂ ତେଞ୍ଜିଂ ନୋର୍ଗେ ଜାତୀୟ ଦୁଃସାହସିକ କ୍ରୀଡ଼ା ପୁରସ୍କାର-2020 ପ୍ରଦାନ କରିଥିଲେ।

ଏହି ଅବସରରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଟୋକିଓ ପାରା ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଆ ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରିଥିଲେ। ଏଥିପୂର୍ବରୁ ଶ୍ରୀ ଭଗତ 2019  ବିଶ୍ବ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ୨ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାତୀୟ ହକି ଦଳର ସଦସ୍ୟ ଓଡ଼ିଆ ହକି ଖେଳାଳୀ ଅମିତ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରାଙ୍କୁ ଅର୍ଜ୍ଜୁନ ପୁରସ୍କାରରେ ରାଷ୍ଟ୍ରପତି ସମ୍ମାନିତ କରିଥିଲେ।

 

******

P.S.


(ରିଲିଜ ଆଡି: 1771700) ପରିଦର୍ଶକ କାଉଣ୍ଟର : 241
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Punjabi , Tamil