ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ
azadi ka amrit mahotsav

ବର୍ତ୍ତମାନ ସୁଦ୍ଧା ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ରେ ଅନୁରୂପ ହ୍ରାସକୁ କାର୍ଯ୍ୟକାରୀ କରିଛନ୍ତି



୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଭାଟ୍‌ରେ କୌଣସି ହ୍ରାସ କରିନାହାନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 05 NOV 2021 9:16PM by PIB Bhubaneshwar

ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୫ ଟଙ୍କା ଏବଂ ୧୦ ଟଙ୍କାର ଉଲ୍ଲେଖନୀୟ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତିକୁ ଅନୁସରଣ କରି ବର୍ତ୍ତମାନସୁଦ୍ଧା ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗ୍ରାହକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ଲାଗି ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍‌ରେ ଅନୁରୂପ ହ୍ରାସ କାର୍ଯ୍ୟକାରୀ କରିଛନ୍ତି।

ତେବେ, ୧୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପେଟ୍ରୋଲ ଓ ଡିଜେଲ ଉପରେ ଆଦାୟ କରାଯାଉଥିବା ଭାଟ୍‌ରେ ବର୍ତ୍ତମାନସୁଦ୍ଧା କୌଣସି ହ୍ରାସ କରିନାହାନ୍ତି। ଏହି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ହେଲେ : ମହାରାଷ୍ଟ୍ର, ଦିଲ୍ଲୀ ଏନସିଟି, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ, ମେଘାଳୟ, ଆଣ୍ଡାମାନ ଓ ନିକୋବର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ପଞ୍ଜାବ ଓ ରାଜସ୍ଥାନ

କେନ୍ଦ୍ର ଶାସିତ ପ୍ରଦେଶ ଲଦାଖରେ ପେଟ୍ରୋଲ ଲିଟର ପିଛା ଦରରେ ସର୍ବାଧିକ ୧୩ ଟଙ୍କା ୪୩ ପଇସା ହ୍ରାସ କରାଯାଇଛି। ଏହା ପଛକୁ କର୍ଣ୍ଣାଟକରେ ୧୩ ଟଙ୍କା ୩୫ ପଇସା ଏବଂ ପୁଡୁଚେରୀରେ ୧୨ ଟଙ୍କା ୮୫ ପଇସା ହ୍ରାସ କରାଯାଇଛି।

https://static.pib.gov.in/WriteReadData/userfiles/image/WhatsAppImage2021-11-05at10.02.28PM0C78.jpeg

ସେହିପରି ଲଦାଖରେ ଡିଜେଲ ମୂଲ୍ୟରେ ସର୍ବାଧିକ ହ୍ରାସ କରାଯାଇଛି। ଏଠାରେ ଡିଜେଲ ଦର ଲିଟର ପିଛା ୧୯ ଟଙ୍କା ୬୧ ପଇସା କମିଛି। ଏହାପଛକୁ କର୍ଣ୍ଣାଟକ ଓ ପୁଡୁଚେରୀ ଡିଜେଲ ଦର ହ୍ରାସରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟସ୍ଥାନରେ ରହିଛନ୍ତି।

 

https://static.pib.gov.in/WriteReadData/userfiles/image/WhatsAppImage2021-11-05at10.02.57PMSF77.jpeg

 

*******

P.S.


(ରିଲିଜ ଆଡି: 1769652) ପରିଦର୍ଶକ କାଉଣ୍ଟର : 302
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Punjabi