ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଭୁବନେଶ୍ୱର - ଜୟପୁର ମଧ୍ୟରେ ପ୍ରଥମ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କଲେ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ

Posted On: 02 NOV 2021 2:23PM by PIB Bhubaneshwar

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଆଜି ଓଡିଶାର ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁର ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି   କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ଯୋଜନା ସମନ୍ୱୟ, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ଏହି ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଇଣ୍ଡିଗୋ ଏୟାରଲାଇନ୍ସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ

ଏହି ଅବସରରେ ଶ୍ରୀ ସିନ୍ଧିଆ କହିଛନ୍ତି ଯେ ଭୁବନେଶ୍ୱର ହେଉଛି ମନ୍ଦିରମାଳିନୀ  ସହର ଏହା ହିନ୍ଦୁ, ବୌଦ୍ଧ ଏବଂ ଜୈନ ସମ୍ପ୍ରଦାୟ ପାଇଁ ଧାର୍ମିକ ହବ୍ ଅଟେ ଅଧିକନ୍ତୁ, ଏକ ଧାର୍ମିକ ହବ୍ ବ୍ୟତୀତ ଏହି ସହର ଦେଶର ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଛି ଦେଶର ପ୍ରମୁଖ ଆଇଟି ଏବଂ ଶିକ୍ଷା ହବ୍ ମଧ୍ୟରେ ଭୁବନେଶ୍ୱର ଅନ୍ୟତମ ବର୍ତ୍ତମାନ ଭୁବନେଶ୍ୱର ୩୮ଟି ବିମାନ ଚଳାଚଳ ଦ୍ୱାରା ୧୯ ଟି ସହର ସହିତ ଯୋଡି ହୋଇଛି

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିମାନ ଚଳାଚଳରେ ବିନିଯୋଗ ସର୍ବଦା ଅନେକ ଲାଭ ପ୍ରଦାନ  କରିଥାଏ ପ୍ରତି ୧୦୦ ଟଙ୍କା ନିବେଶରେ ଦେଶର ଜିଡିପିରେ ୩୨୫ ଟଙ୍କା ଯୋଗ ହୋଇଥାଏ ଆଗକୁ ବିମାନ ଚଳାଚଳ କ୍ଷେତ୍ର ଅପାର ନିଯୁକ୍ତି ସୁଯୋଗ ଆଣିବ - ରୋଜଗାରର ଏକ ପ୍ରବେଶ ଦ୍ୱାର ହେବ   ୨୦୦ କୋଟି ଟଙ୍କା ବ୍ୟୟରେ ନୂତନ ଟର୍ମିନାଲ ସୌଧର ବିକାଶ କାର୍ଯ୍ୟ ଧାର୍ଯ୍ୟ ସମୟରେ ସରିବ ବୋଲି ମନ୍ତ୍ରୀ ନିଶ୍ଚିତ କରିଛନ୍ତି

ଶ୍ରୀ ସିନ୍ଧିଆ ଆହୁରି ମଧ୍ୟ କହିଛନ୍ତି ଯେ ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୁହାଯାଇଛି ଯେ ୨୦୭୦ ସୁଦ୍ଧା ଭାରତ ନେଟ ଜିରୋ ନିର୍ଗମନର ଉଚ୍ଚାଭିଳାଷୀ ମାଇଲ ଖୁଣ୍ଟ  ହାସଲ କରିବାକୁ ଲକ୍ଷ୍ୟ ରଖିଛି ସେ କହିଛନ୍ତି ଯେ ଆମର ସମସ୍ତ ବିମାନବନ୍ଦରକୁ ସବୁଜ ବିମାନବନ୍ଦର କରିବା ପାଇଁ ନିରନ୍ତର ଶକ୍ତି ସମ୍ବଳ କାର୍ଯ୍ୟକାରୀ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ମୁଁ ଗର୍ବିତ ଯେ ଭୁବନେଶ୍ୱର ବିମାନବନ୍ଦରର ବିଜୁଳି ଚାହିଦାର ୮୦ସୌର ଶକ୍ତି ଦ୍ୱାରା ପୂରଣ ହେଉଛି ଏବଂ ଏହା ଦେଶ ପାଇଁ ଏକ ଉଦାହରଣ ପାଲଟିଛି ଅଧିକନ୍ତୁ, ଝାରସୁଗୁଡା ପରି ଉଡାନ ବିମାନବନ୍ଦରଗୁଡିକ ମଧ୍ୟ ଅନେକ ସଫଳତା ହାସଲ  କରୁଛନ୍ତି    ଏହି ବିମାନବନ୍ଦର ଏକ ମାସରେ ଲକ୍ଷରୁ ଅଧିକ ଯାତ୍ରୀ ପରିବହନ ରେକର୍ଡ କରିଛି

ଏହି ମାର୍ଗରେ ନୂତନ ବିମାନ ଯୋଗେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ସଂଯୋଗ ପାଇବେ, ଯାହା ଯାତ୍ରୀମାନଙ୍କ ନିରବଚ୍ଛିନ୍ନ ଯାତାୟତକୁ ସହଜ କରିବ ଭୁବନେଶ୍ୱରରୁ ଜୟପୁର ମଧ୍ୟରେ ଏହି ନୂତନ ବିମାନ ସହିତ ପର୍ଯ୍ୟଟକ / ଯାତ୍ରୀମାନେ ବିମାନ ସଂଯୋଗ ପାଇଁ ଏକାଧିକ ବିକଳ୍ପ ପାଇବେ ଯାହା ପର୍ଯ୍ୟଟନ ସମ୍ଭାବନାକୁ ବଢାଇବ ଏବଂ ଏହି ଅଞ୍ଚଳର ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ

HS



(Release ID: 1768901) Visitor Counter : 218