ପୋଷ୍ଟ କରାଯିବା ଦିନାଙ୍କ:
22 OCT 2021 4:17PM by PIB Bhubaneswar
ବୟନଶିଳ୍ପ ମନ୍ତ୍ରଣାଳୟ ୨୦୨୧-୨୨ ପାଇଁ କେନ୍ଦ୍ର ବଜେଟରେ ଘୋଷିତ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ୭ ପିଏମ୍ ମିତ୍ର ପାର୍କ ସ୍ଥାପନ ପାଇଁ ୨୧ ଅକ୍ଟୋବର ୨୦୨୧ ରେ ବିଜ୍ଞପ୍ତି ଜାରି କରିଛି । ମନ୍ତ୍ରଣାଳୟର ୱେବ୍ ସାଇଟ୍: http://texmin.nic.in ରେ ବିଜ୍ଞପ୍ତି ଉପଲବ୍ଧ ।
ଏହି ଯୋଜନାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଆତ୍ମନିର୍ଭର ଭାରତ ର୍ନିମାଣ ଏବଂ ଭାରତକୁ ବିଶ୍ୱ ବୟନଶିଳ୍ପ ମାନଚିତ୍ରରେ ଦୃଢ କରିବାର ଲକ୍ଷ୍ୟ ରହିଛି ।
ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ୯ ଆଧାରରେ (ସ୍ଥାୟୀ ଭିତ୍ତିଭୂମି ର୍ନିମାଣ, ସ୍ଥାୟୀ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ଏବଂ ନୂତନତ୍ୱକୁ ପ୍ରୋତ୍ସାହିତ କରିବା) ରେ ଭାରତକୁ ସାହାଯ୍ୟ କରିବା ପାଇଁ ପିଏମ୍ ମିତ୍ର ପାର୍କଗୁଡ଼ିକର ଯୋଜନା କରାଯାଇଛି ।
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ୫ଏଫ୍ ଦୃଷ୍ଟିକୋଣ ଅନୁଯାୟୀ ପିଏମ୍ ମିତ୍ର ଅନୁପ୍ରାଣିତ ‘୫ଏଫ୍' ଫର୍ମୁଲା ଅନ୍ତର୍ଭୁକ୍ତ କରେ - ଫାର୍ମରୁ ଫାଇବର; ଫାଇବରରୁ ଫାକ୍ଟ୍ରି; ଫାକ୍ଟ୍ରି ରୁ ଫ୍ୟାଶନ; ଫ୍ୟାଶନରୁ ଫରେନ. ଏହି ସମନ୍ୱିତ ଦୃଷ୍ଟିକୋଣ ଅର୍ଥନୀତିରେ ବୟନଶିଳ୍ପ କ୍ଷେତ୍ରର ଅଭିବୃଦ୍ଧିକୁ ଆଗକୁ ବଢାଇବାରେ ସାହାଯ୍ୟ କରିବ । ଅନ୍ୟ କୌଣସି ପ୍ରତିଯୋଗୀ ରାଷ୍ଟ୍ରରେ ଆମ ପରି ସମ୍ପୂର୍ଣ୍ଣ ବୟନଶିଳ୍ପ ଅର୍ଥ ବ୍ୟବସ୍ଥା ନାହିଁ । ଭାରତ ସମସ୍ତ ପାଞ୍ଚ ଏଫ୍ରେ ଶକ୍ତିଶାଳୀ ।
ଏହି ଯୋଜନା ହେଉଛି ବୟନ ଶିଳ୍ପର ସମଗ୍ର ମୂଲ୍ୟ-ଶୃଙ୍ଖଳା ପାଇଁ ଏକୀକୃତ ବୃହତ ମ୍ୟାପ ଏବଂ ଆଧୁନିକ ଶିଳ୍ପ ଭିତ୍ତିଭୂମି ସୁବିଧା ବିକାଶ କରିବା । ଏହା ଲଜିଷ୍ଟିକ ଖର୍ଚ୍ଚ ହ୍ରାସ କରିବ ଏବଂ ଭାରତୀୟ ବସ୍ତ୍ରର ପ୍ରତିଦ୍ୱନ୍ଦ୍ୱିତାକୁ ଉନ୍ନତ କରିବ । ଏହି ଯୋଜନା ଭାରତକୁ ପୁଞ୍ଜି ବିନିଯୋଗ ଆକୃଷ୍ଟ କରିବାରେ, ନିଯୁକ୍ତି ଉତ୍ପାଦନକୁ ବୃଦ୍ଧି କରିବାରେ ଏବଂ ବିଶ୍ୱ ବୟନ ବଜାରରେ ନିଜକୁ ଦୃଢ ଭାବରେ ସ୍ଥାନିତ କରିବାରେ ସାହାଯ୍ୟ କରିବ । ଏହି ପାର୍କଗୁଡିକ ଏଭଳି ସ୍ଥାନରେ ଅବସ୍ଥିତ ହେବାର ଯୋଜନା କରାଯାଇଛି ଯେଉଁଥିରେ ବୟନ ଶିଳ୍ପର ଉନ୍ନତି ପାଇଁ ଅନ୍ତର୍ନିହିତ ଶକ୍ତି ଅଛି ଏବଂ ସଫଳ ହେବା ପାଇଁ ଆବଶ୍ୟକ ସଂଯୋଗ ରହିଛି ।
୭ଟି ପିଏମ୍ ମେଗା ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ରିଜିଅନ୍ ଏବଂ ଆପାରେଲ (ପିଏମ୍ ମିତ୍ର) ପାର୍କ ବିଭିନ୍ନ ଆଗ୍ରହୀ ରାଜ୍ୟରେ ଅବସ୍ଥିତ ନୂତନ / ପୁରାତନ ସ୍ଥାନରେ ପ୍ରତିଷ୍ଠା ହେବ । ଅନ୍ୟାନ୍ୟ ବୟନଶିଳ୍ପ ସମ୍ବନ୍ଧୀୟ ସୁବିଧା ଏବଂ ଇକୋସିଷ୍ଟମ୍ ସହିତ ୧୦୦୦+ ଏକରର ସଂଲଗ୍ନ ବିବାଦମୁକ୍ତ ଜମି ସହିତ ପରିବହନ ସୁବିଧା ଉପଲବ୍ଧ ଥିବା ରାଜ୍ୟ ସରକାରଙ୍କ ପ୍ରସ୍ତାବ ସ୍ୱାଗତଯୋଗ୍ୟ ।
ଏକ ନୂତନ ପିଏମ୍ ମିତ୍ର ପାର୍କ ପାଇଁ, ଭାରତ ସରକାରଙ୍କ ବିକାଶ ପୁଞ୍ଜି ସହାୟତା ପ୍ରକଳ୍ପ ମୂଲ୍ୟର ୩୦% ହେବ, ଯାହାର ସୀମା “୫୦୦ କୋଟି ପୁରାତନ ସାଇଟଗୁଡିକ ପାଇଁ ହେବ, ମୂଲ୍ୟାଙ୍କନ ପରେ, ବିକାଶ ପୁଞ୍ଜି ସହାୟତା, ବାଲାନ୍ସ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସହାୟତା ସୁବିଧାଗୁଡ଼ିକର ପ୍ରକଳ୍ପ ମୂଲ୍ୟର ୩୦% ବିକଶିତ ଏବଂ ୨୦୦ କୋଟି ଟଙ୍କା ସୀମା ମଧ୍ୟରେ ସୀମିତ ରହିବ । ଏକ ବିଶ୍ୱ ସ୍ତରୀୟ ଶିଳ୍ପାଞ୍ଚଳର ବିକାଶ ପାଇଁ ୧୦୦୦ ଏକର ଜମି ଯୋଗାଇଦେବାକୁ ରାଜ୍ୟ ସରକାର ସହାୟତା କରିବେ ।
ପିଏମ୍ ମିତ୍ର ପାର୍କରେ ଶୀଘ୍ର ବୟନଶିଳ୍ପ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ପ୍ରତ୍ୟେକ ପିଏମ୍ ମିତ୍ର ପାର୍କକୁ ୩୦୦ କୋଟିର ପ୍ରତିଯୋଗୀତା ପ୍ରୋତ୍ସାହନ ସହାୟତା (ସିଏସ୍ଏସ୍) ମଧ୍ୟ ପ୍ରଦାନ କରାଯିବ । ପ୍ରତିଷ୍ଠାନ ଅଧୀନରେ ଥିବା ଏକ ନୂତନ ପ୍ରକଳ୍ପ ପାଇଁ ଏହିପରି ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହାକି ଉତ୍ପାଦନକୁ ବୃଦ୍ଧି କରିବାରେ ସକ୍ଷମ ନହେବା ପର୍ଯ୍ୟନ୍ତ ଏବଂ ଏହାର କାର୍ଯ୍ୟକ୍ଷମତା ପ୍ରତିଷ୍ଠା କରିବାରେ ସକ୍ଷମ ହେବା ପର୍ଯ୍ୟନ୍ତ ସମର୍ଥନ ଆବଶ୍ୟକ କରେ ।
ପିଏମ୍ ମିତ୍ର ପାର୍କ ଏକ ସ୍ପେଶାଲ ପର୍ପସ ଭେଇକିଲ୍ (ଏସ୍ପିଭି) ଦ୍ୱାରା ବିକଶିତ ହେବ ଯାହା ଏକ ସରକାରୀ ଘରୋଇ ଭାଗିଦାରୀ (ପିପିପି) ମୋଡରେ ରାଜ୍ୟ ସରକାର ଏବଂ ଭାରତ ସରକାରଙ୍କ ମାଲିକାନା ରହିବ । ମାଷ୍ଟର ଡେଭଲପର୍ କେବଳ ଶିଳ୍ପାଞ୍ଚଳ ପାର୍କର ବିକାଶ କରିବେ ନାହିଁ ବରଂ ରିହାତି ଅବଧି ମଧ୍ୟରେ ଏହାକୁ ବଜାୟ ରଖିବେ । ମାଷ୍ଟର ଡେଭଲପର ବାଛିବାପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବରେ ମାନଦଣ୍ଡ ସ୍ଥିର କରିବେ ।
ଏସପିଭି ଯେଉଁଥିରେ କରି ରାଜ୍ୟ ସରକାରଙ୍କ ସଂଖ୍ୟାଗରିଷ୍ଠତା ରହିଛି, ବିକଶିତ ଶିଳ୍ପ ସ୍ଥାନଗୁଡିକରୁ ଭଡ଼ାରେ କିଛି ଅଂଶ ପାଇବାକୁ ହକ୍ଦାର ହେବ ଏବଂ ପିଏମ୍ ମିତ୍ର ପାର୍କକୁ ବିସ୍ତାର କରିବା ସହିତ ଦକ୍ଷତା ବିକାଶ ପଦକ୍ଷେପ ପ୍ରଦାନ କରି ସେହି ଅଞ୍ଚଳରେ ବୟନ ଶିଳ୍ପର ସମ୍ପ୍ରସାରଣ ପାଇଁ ଏହାକୁ ବ୍ୟବହାର କରିବାକୁ ସମର୍ଥ ହେବେ ଏବଂ ଶ୍ରମିକମାନଙ୍କ ଦକ୍ଷତା ବିକାଶ ପ୍ରୋତ୍ସାହନ ଯୋଗାଇବା ସହିତ ଅନ୍ୟାନ୍ୟ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବେ ।
ଯୋଜନାଗୁଡିକର ମାର୍ଗଦର୍ଶିକା ଅନୁଯାୟୀ ସେମାନଙ୍କର ଯୋଗ୍ୟତା ଆଧାରରେ ଅନ୍ୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରୀ ଯୋଜନାଗୁଡିକ ସହିତ ମିଶ୍ରଣ କରାଯାଇ ପାରିବ । ଏହା ବୟନ ଶିଳ୍ପର ପ୍ରତିଦ୍ୱନ୍ଦ୍ୱିତାକୁ ବଢାଇବ, ଏହା ଅର୍ଥନୀତି ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଅର୍ଥନୀତିକୁ ଆଗକୁ ନେବା ସହିତ ଏହି ଯୋଜନା ଭାରତୀୟ କମ୍ପାନୀଗୁଡ଼ିକୁ ବିଶ୍ୱ ଚମ୍ପିଅନ୍ସ ଭାବରେ ଉଭା ହେବାକୁ ସାହାଯ୍ୟ କରିବ ।
ଏହି ଯୋଜନା ପାଇଁ ବିସ୍ତୃତ ଗାଇଡଲାଇନ ପ୍ରସ୍ତୁତି ଚାଲିଛି, ପରେ ଇଚ୍ଛୁକ ରାଜ୍ୟ ସରକାରଙ୍କଠାରୁ ପ୍ରସ୍ତାବମାନ ଆମନ୍ତ୍ରଣ କରାଯିବ ।
HS