କୋଇଲା ମନ୍ତ୍ରଣାଳୟ

କୋଇଲା ଯୋଗାଣରେ ନୂତନ ଶିଖର ଛୁଇଁଲା ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ଼ (ଏମସିଏଲ)


ରବିବାର ଦିନ ପଠାଇଲା ୫.୪୭ ଲକ୍ଷ ଟନ୍ କୋଇଲା

Posted On: 18 OCT 2021 4:35PM by PIB Bhubaneshwar

ଅଗ୍ରଣୀ କୋଇଲା ଉତ୍ପାଦନକାରୀ ମହାନଦୀ କୋଲଫିଲ୍ଡ ଲିମିଟେଡ(ଏମସିଏଲ) ଗତକାଲି (ତା୧୭-୧୦-୨୧)ଦିନ ୫.୪୭ ଲକ୍ଷ ଟନ୍ କୋଇଲା ଉପଭୋକ୍ତାଙ୍କୁ ଯୋଗାଇଛି । ଗୋଟିଏ ପକ୍ଷ ମଧ୍ୟରେ ଏହା ନିଜସ୍ୱ ରେକର୍ଡ ୫.୪୫ ଲକ୍ଷ ଟନକୁ ଟପି ପାରିଛି ।

କମ୍ପାନୀ ସର୍ବକାଳୀନ ଅଧିକ ୧୦୩ ରେକ କୋଇଲା ଯୋଗାଇଛି । ଏଥିରୁ ୬୫ରେକ ତାଳଚେର କେଲ୍‌ଫିଲ୍ଡରୁ ଆସିଥିବାବେଳେ ୩୮ରେକ୍ ବ୍ ଉପତ୍ୟକା କୋଲ୍‌ଫିଲ୍ଡରୁ ଉତ୍ତୋଳିତ ହୋଇଛି ।

କେବଳ ଅକ୍ଟୋବର ମାସରେ ଦିନକୁ ୫. ୧୭ଲକ୍ଷ ଟନ୍ କୋଇଲା ଯୋଗାଣ କରିବା ସହ ଏମ୍‌ସିଏଲ ଖଣି ଶ୍ରମିକ ଓ ଅଧିକାରୀଙ୍କ ନିରବଚ୍ଛିନ୍ନ ଉଦ୍ୟମକୁ ଏହାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.କେ ସିହ୍ନା ଅଭିନନ୍ଦନ ଜଣାଇଛନ୍ତି ।

ଏମସିଏଲର ପର୍ଯ୍ୟାପ୍ତ କୋଇଲା ମହଜୁଦ ଥିବା ଦର୍ଶାଇ ଶ୍ରୀ ସିହ୍ନା କହିଛନ୍ତି ଯେ ଅକ୍ଟୋବର ମାସରେ କୋଇଲା ଉତ୍ପାଦନ, ଯୋଗାଣ ଓ ଓଭର ବର୍ଡନ (ଓବି) ଉତ୍ତୋଳନରେ ଯଥାକ୍ରମେ ୨୬.୫%, ୩୪.୩% ଓ ୭୧.୭% ବୃଦ୍ଧି ଘଟିଛି । ଏହା ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଅଧିକ ।

ଚଳିତ ଆଥିôର୍କ ବର୍ଷରେ ଦୁଇ ଅଙ୍କ ବିଶିଷ୍ଟ ଆଖିଦୃଶିଆ ବୃଦ୍ଧି କରି ଏମସିଏଲ ୭୮.୫ମିଲିୟନ ଟନ୍ କୋଇଲା ଉତ୍ପାଦନ କରିଥିବା ବେଳେ ଏଥିରେ ଶତକଡା ୧୨.୧୬%  ବୃଦ୍ଧି ଘଟିଛି । ଖାଉଟି ମାନଙ୍କୁ ଗତବର୍ଷ ଏହି ସମୟ ମଧ୍ୟରେ ୭୪.୩୩ ନିୟୁତ ଟନ୍ ଶୁଷ୍କ ଇନ୍ଧନ ଯୋଗାଇଥିବାବେଳେ ଚଳିତବର୍ଷ ଏହା ୮୯.୬୫ନିୟୁତ ଟନ୍‌କୁ ବୃଦ୍ଧି ପାଇଛି ।

ଓଭରବଡନ(ଓବି) ଉତ୍ତୋଳନରେ ମଧ୍ୟ ଏମସିଏଲ୍‌ରେ ଆଖିଦୃଶିଆ ବୃଦ୍ଧି ଘଟିଛି । ଚଳିତ ଆର୍ଥିକ ବର୍ଷରେ ଶତକଡା ୧୨୨.୨ପ୍ରତିଶତ ଅର୍ଥାତ୍ ୧୦୧.୦୨ ନିୟୁତ କ୍ୟୁବିକ ମିଟର ହୋଇଛି । ଏହାଫଳରେ କୋଇଲା ଉତ୍ତୋଳନ ବୃଦ୍ଧି ପାଇବା ସହ ବଜାର ଚାହିଦା ମଧ୍ୟ ପୂରଣ କରିହେବ ।

 

*****

SM  / SLP



(Release ID: 1764819) Visitor Counter : 170


Read this release in: English , Urdu , Hindi , Tamil