କ୍ୟାବିନେଟ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରେଳ କର୍ମଚାରୀମାନଙ୍କୁ ଉତ୍ପାଦକତା ଆଧାରିତ ବୋନସ ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

Posted On: 06 OCT 2021 3:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଯୋଗ୍ୟ ଅଣ ଗେଜେଟେଡ ରେଳ କର୍ମଚାରୀ (ଆରପିଏଫ/ଆରପିଏସଏଫ କର୍ମଚାରୀଙ୍କୁ ବାଦ ଦେଇ) ମାନଙ୍କ ଲାଗି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୭୮ ଦିନର ବେତନ ସହ ସମାନ ଉତ୍ପାଦକତା ଆଧାରିତ ବୋନସ (ପିଏଲବି) ପ୍ରଦାନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ରେଳ କର୍ମଚାରୀମାନଙ୍କୁ ୭୮ ଦିନ ପିଏଲବି ପ୍ରଦାନ କରିବା ଲାଗି ରାଜକୋଷ ଉପରେ ୧୯୪୮.୭୩ କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଅନୁମାନ କରାଯାଉଛି। ଯୋଗ୍ୟ ଅଣଗେଜେଟେଡ ରେଳ କର୍ମଚାରୀମାନଙ୍କୁ ପିଏଲବି ପରିଶୋଧ ନିମନ୍ତେ ନିର୍ଦ୍ଧାରିତ ବେତନ ଗଣନା ସୀମା ମାସିକ ୭୦୦୦ ହଜାର ଟଙ୍କା ରହିଛି । ପ୍ରତ୍ୟେକ ରେଳ କର୍ମଚାରୀମାନଙ୍କ ପାଇଁ ୭୮ ଦିନର ସର୍ବାଧିକ ଦେୟ ରାଶି ୧୭,୯୫୧ ଟଙ୍କା ନିର୍ଦ୍ଧାରଣ କରାଯାଇଛି।

ନିଷ୍ପତ୍ତି ଫଳରେ ପାଖାପାଖି ୧୧.୫୬ ଲକ୍ଷ ଅଣ ଗେଜେଟେଡ୍ ରେଳ କର୍ମଚାରୀ ଲାଭାନ୍ବିତ ହେବେ। ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ପ୍ରତିବର୍ଷ ଦଶହରା ପୂଜା ଛୁଟି ପୂର୍ବରୁ ପିଏଲବି ପ୍ରଦାନ କରାଯାଇଥାଏ। କ୍ୟାବିନେଟଙ୍କ ଏହି ନିଷ୍ପତ୍ତି ଚଳିତ ବର୍ଷ ମଧ୍ୟ ଛୁଟି ପୂର୍ବରୁ ଲାଗୁ କରାଯିବ।

୨୦୧୦-୧୧ ଠାରୁ ୨୦୧୯-୨୦ ପର୍ଯ୍ୟନ୍ତ ୭୮ ଦିନର ବେତନ ପିଏଲବି ରାଶି ଆକାରରେ ପ୍ରଦାନ କରାଯାଉଛି। ୨୦୨୦-୨୧ ଲାଗି ମଧ୍ୟ ୭୮ ଦିନର ବେତନ ସହିତ ସମାନ ପିଏଲବି ଦିଆଯିବା ଲାଗି ନିଷ୍ପତ୍ତି ନିଆଯାଇଛି, ଯାହାଫଳରେ କର୍ମଚାରୀମାନେ ରେଳବାଇର କାର୍ଯ୍ୟ ସମ୍ପାଦନ ପାଇଁ ଅନୁପ୍ରାଣିତ ହେବେ। ଏହାଦ୍ବାରା ଉତ୍ପାଦକତାରେ ସୁଧାର ଆସିବ।

ରେଳବାଇରେ ଉତ୍ପାଦକତା ସହ ଜଡ଼ିତ ବୋନସ ସାରା ଦେଶରେ ଥିବା ସମସ୍ତ ଅଣଗେଜେଟେଡ ରେଳ କର୍ମଚାରୀ (ଆରପିଏଫ/ଆରପିଏସଏଫ କର୍ମଚାରୀମାନଙ୍କୁ ବାଦ ଦେଇ) ମାନଙ୍କୁ କଭର କରିଥାଏ।

ପିଏଲବି ଗଣନାର ପ୍ରକ୍ରିୟା :

କ). ୨୩.୦୯.୨୦୦୦ରେ ହୋଇଥିବା କ୍ୟାବିନେଟ ବୈଠକର ନିଷ୍ପତ୍ତିରେ ଅନୁମୋଦିତ ସୂତ୍ର ଅନୁସାରେ ବର୍ଷ ୧୯୯୮-୯୯ ଠାରୁ ୨୦୧୩-୧୪ (୨୦୦୨-୦୩ ରୁ ୨୦୦୪-୦୫କୁ ବାଦ୍ ଦେଇ, ଯେତେବେଳେ କ୍ୟାପିଟାଲ ୱେଟେଜ ଏବଂ କର୍ମଚାରୀଙ୍କ ସଂଖ୍ୟା ସନ୍ଦର୍ଭରେ କେତେକ ସାଧାରଣ ପରିବର୍ତ୍ତନ କରାଯାଇଥିଲା) ପର୍ଯ୍ୟନ୍ତ ପିଏଲବି ପରିଶୋଧ କରାଯାଇଥିଲା। ଏହି ଫର୍ମୁଲା ଇନପୁଟ:ଆଉଟପୁଟ ଅନୁପାତ ଆଧାରିତ ଥିଲା। ଏଠାରେ ଆଉଟପୁଟ ଗଣନା ମୋଟ ଟନ୍ କିଲୋମିଟର ଭାବେ କରାଯାଇଥିଲା। ଇନପୁଟକୁ ଅଣଗେଜେଟଡ୍ କର୍ମଚାରୀମାନଙ୍କ କ୍ୟାପିଟାଲ ୱେଟେଜ ଦ୍ବାରା ସଂଶୋଧିତ ସଂଖ୍ୟା ଭାବେ ଗ୍ରହଣ କରାଗଲା।

ଖ). ୨୦୧୨-୧୩ ଆର୍ଥିକ ବର୍ଷ ଲାଗି ୭୮ ଦିନ ବେତନ ସମତୁଲ୍ୟ ପିଏଲବିକୁ ଏକ ସ୍ବତନ୍ତ୍ର ମାମଲା ଭାବେ ଏକ ସର୍ତ୍ତ ସହିତ ଅନୁମୋଦିତ କରାଯାଇଥିଲା, ତାହା ହେଉଛି ଷଷ୍ଠ ବେତନ ଆୟୋଗଙ୍କ ସୁପାରିସ ଏବଂ ଅର୍ଥ ମନ୍ତ୍ରଣାଳୟର ବିଚାରକୁ ଧ୍ୟାନରେ ରଖି ପିଏଲବିର ଫର୍ମୁଲା ଉପରେ ପୁଣିଥରେ ବିଚାର କରାଯିବ। ଏହା ଫଳରେ, ରେଳ ମନ୍ତ୍ରଣାଳୟ ଏକ ନୂଆ ଫର୍ମୁଲା ପ୍ରସ୍ତୁତ କରିବା ଲାଗି ସମିତି ଗଠନ କରିଥିଲା।

ଗ) ସମିତି ପକ୍ଷରୁ ସୁପାରିସ କରାଯାଇଥିଲା ଯେ ୨୦୦୦ରେ ଫର୍ମୁଲା ଓ ଅପରେସନ ରେସିଓ ଉପରେ ଆଧାରିତ ହାଇ ନ୍ୟୁ ଫର୍ମୁଲା ୱେଟେଜ ୫୦:୫୦ ଅନୁପାତରେ ହୋଇପାରିବ। ଏହି ଫର୍ମୁଲା ଭୌତିକ ମାନଦଣ୍ଡ ସନ୍ଦର୍ଭରେ ତଥା ଆଥିର୍କ ମାନକ ରୂପରେ ମଧ୍ୟ ଉତ୍ପାଦକତା ସମାନ ପ୍ରତିନିଧିତ୍ବ ସୁନିଶ୍ଚିତ କରିଛି। ସମିତି ଦ୍ବାରା ସୁପାରିସ କରାଯାଇଥିବା ଫର୍ମୁଲାକୁ ୨୦୧୪-୧୫ ଠାରୁ ୨୦୧୯-୨୦ ପର୍ଯ୍ୟନ୍ତ ପିଏଲବିର ଗଣନା ଲାଗି ଉପଯୋଗ କରାଯାଇଛି।

 

***********

P.S.

 



(Release ID: 1761598) Visitor Counter : 209