ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଯୁବଗୋଷ୍ଠୀଙ୍କ ନିମନ୍ତେ ରୋଜଗାର କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ମାଇକ୍ରୋସଫ୍ଟ ଇଣ୍ଡିଆ ସହିତ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟର ସଂଯୁକ୍ତ କାର୍ଯ୍ୟକ୍ରମ ଡିଜି-ସକ୍ଷମର ଶୁଭାରମ୍ଭ କଲେ ଶ୍ରୀ ଭୂପେନ୍ଦ୍ର ଯାଦବ


ଡିଜି-ସକ୍ଷମ କୌଶଳ, କୌଶଳ ବୃଦ୍ଧି ଏବଂ ପୁନଃ କୌଶଳକୁ ଏହ କାର୍ଯ୍ୟକ୍ରମ ହେବ ସହାୟକ, ରୋଜଗାର କୌଶଳକୁ ପ୍ରାଦ୍ଦ୍ୟୋଗିକୀ ଉନ୍ନୟନ ସହିତ କରିବ ସମନ୍ୱୟ: ଶ୍ରୀ ଭୂପେନ୍ଦ୍ର ଯାଦବ

Posted On: 30 SEP 2021 5:30PM by PIB Bhubaneshwar

କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଡିଜିଟାଲ କୌଶଳ ପ୍ରଦାନ ଜରିଆରେ ଦେଶର ଯୁବଗୋଷ୍ଠୀଙ୍କ ରୋଜଗାର କ୍ଷମତା ବୃଦ୍ଧି ନିମନ୍ତେ ଆଜି ଏକ ଡିଜିଟାଲ କୌଶଳ କାର୍ଯ୍ୟକ୍ରମ- ଡିଜି ସକ୍ଷମର ଶୁଭାରମ୍ଭ କରିଛନ୍ତି । ଦ୍ରୁତ ପରିବର୍ତ୍ତନଶୀଳ ପ୍ରାଦ୍ଦ୍ୟୋଗିକ ସଂଚାଳିତ ଯୁବ ପାଇଁ ଏଭଳି କୌଶଳର ବିକାଶ ଏକାନ୍ତ ଆବଶ୍ୟକ । ମାଇକ୍ରୋସଫ୍ଟ ଇଣ୍ଡିଆ ସାହିତ ସଂଯୁକ୍ତ କାର୍ଯ୍ୟକ୍ରମ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳ କ୍ଷେତ୍ରର ଯୁବକଯୁବତୀମାନଙ୍କ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ସରକାର ଦ୍ୱାରା ଏହି କାର୍ଯ୍ୟକ୍ରମ ସଂଚାଳନ ଓ ବିସ୍ତାରଣ କରାଯିବ ।

ଡିଜି ସକ୍ଷମ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ବର୍ଷ ୩ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କୁ ମୂଳଭିତ୍ତି ଆଧାରିତ କୌଶଳ ସହିତ ଅଗ୍ରୀମ କମ୍ପ୍ୟୁଟିଂ ଏବଂ ଡିଜିଟାଲ କୌଶଳ ମାଗଣାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହା ଫଳରେ ସେମାନେ ଚାକିରୀ ଅନ୍ୱେଷଣ କ୍ଷମ ରାଷ୍ଟ୍ରୀୟ କାରିଗର ସେବା (ଏନସିଏସ) ପୋର୍ଟାଲ ((www.ncs.gov.in) )  ମାଧ୍ୟମରେ ପ୍ରଶିକ୍ଷଣ ପ୍ରାପ୍ତ ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ସମାଜର ଅବହେଳିତ ସମୁଦାୟଙ୍କ ସମ୍ବନ୍ଧିତ ଅର୍ଦ୍ଧ ସହରାଞ୍ଚଳ କ୍ଷେତ୍ରରେ ଚାକିରୀ କରିବାକୁ ଥିବା ପ୍ରତ୍ୟାଶୀମାନଙ୍କୁ ପ୍ରାଥମିକତା ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ସେହି କ୍ଷେତ୍ରର ଲୋକମାନେ ମଧ୍ୟ ସାମିଲ ଯେଉଁମାନେ କୋଭିଡ଼ ୧୯ ମହାମାରୀ କାରଣୁ ନିଜର ଚାକିରୀ ଅବା ଜୀବନଜୀବିକା ହରାଇଛନ୍ତି ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ନିଜର ବକ୍ତବ୍ୟରେ କହିଥିଲେ ଯେ ଦ୍ରୁତ ଗତି ପ୍ରଦାନକାରୀ ପ୍ରାଦ୍ଦ୍ୟୋଗିକୀ ଉନ୍ନୟନ ସହିତ ନିରନ୍ତର କୌଶଳ, କୌଶଳ ବୃଦ୍ଧି ଏବଂ କୌଶଳ ଉନ୍ନୟନର ପର୍ଯ୍ୟାପ୍ତ ମାତ୍ରାର ଆବଶ୍ୟକତା ରହିଛି ।

ଡିଜି ସକ୍ଷମ କାର୍ଯ୍ୟକ୍ରମ ଅଧୀନରେ ମୂଳତଃ ତିନି ପ୍ରକାର ପ୍ରଶିକ୍ଷଣ ପ୍ରଦାନ କରାଯିବ । ଡିଜିଟାଲ କୌଶଳ- ନିଜର ଗତିରୁ ଶିକ୍ଷା, ଭିଆଇଏଲଟି ମୋଡ଼ ପ୍ରଶିକ୍ଷଣ (ଭର୍ଚୁଆଲ ଇନଷ୍ଟ୍ରକ୍ଟର ନେତୃତ୍ୱରେ) ଏବଂ ଆଇଏଲଟି ମୋଡ଼ ପ୍ରଶିକ୍ଷଣ (ପ୍ରଶିକ୍ଷକଙ୍କ ନେତୃତ୍ୱରେ) । ଆଇଏଲଟି, ଯାହାକି ବ୍ୟକ୍ତିଗତ ଭାବେ ପ୍ରଦାନ କରାଯାଉଥିବା ଏକ ପ୍ରଶିକ୍ଷଣ, ସେଥିରେ ଦେଶବ୍ୟାପୀ ଅନୁସୂଚୀତ ଜାତି/ ଅନୁସୂଚୀତ ଜନଜାତି ନିମନ୍ତେ ମଡେଲ କ୍ୟାରିୟର କେନ୍ଦ୍ର (ଏମସିସି) ଏବଂ ରାଷ୍ଟ୍ରୀୟ କ୍ୟାରିୟର ସେବା କେନ୍ଦ୍ର (ଏନସିଏସସି)ରେ ଆୟୋଜିତ କରାଯିବ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଷ୍ଟ୍ରୀୟ କ୍ୟାରିୟର ସେବା (ଏନସିଏସ) ପୋର୍ଟାଲରେ ପଞ୍ଜୀକୃତ ଚାକିରୀ ଖୋଜିବା ନିମନ୍ତେ ପ୍ରାୟ ଏକ କୋଟି ସକ୍ରିୟ ଲୋକଙ୍କ ଜବ୍‍ ସ୍କ୍ରିପ୍ଟ, ଡାଟା ଭିଜୁଆଲାଇଜେସନ, ଆଡଭାନ୍ସ ଏକ୍ସେଲ୍‍, ପାୱାର ଭିଆଇ, ଏଚଟିଏମଏଲ, ପ୍ରୋଗ୍ରାମିଂ ଲାଙ୍ଗୁଏଜ, ସଫ୍ଟୱେର ଡେଭଲପମେଣ୍ଟ ଫଣ୍ଡାମେଣ୍ଟାଲ୍ସ, କୋଡିଂର ପରିଚୟ ଆଦିରେ ଡିଜିଟାଲ ଅର୍ଥବ୍ୟବସ୍ଥାରେ ଆବଶ୍ୟକ କୌଶଳକୁ ହ୍ରାସ କରିବା ଭଳି କ୍ଷେତ୍ରର ପ୍ରଶିକ୍ଷଣ ପ୍ରାପ୍ତ ହେବାକୁ ସକ୍ଷମ କରାଯିବ । ଡିଜି ସକ୍ଷମକୁ ଆଖା ଖାନ୍‍ ରୁରାଲ ସପୋର୍ଟ ପ୍ରୋଗ୍ରାମ୍‍ ଇଣ୍ଡିଆ (ଏ,କଆରଏସପି-୧) ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପ୍ରବର୍ତ୍ତନ କରାଯିବ ।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ସଚିବ ଶ୍ରୀ ସୁନୀଲ ଭର୍ଥୱାଲ, ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଅନୁରାଧା ପ୍ରସାଦ, ମାଇକ୍ରୋସଫ୍ଟ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ଅନନ୍ତ ମାହେଶ୍ୱରୀ ଏବଂ ଆଗା ଖାନ୍‍ ଗ୍ରାମୀଣ ସହାୟତା କାର୍ଯ୍ୟକ୍ରମ- ଭାରତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅପୂର୍ବ ଓଝା ପ୍ରମୁଖ ଉପସ୍ଥିତ ଥିଲେ ।

ମନ୍ତ୍ରୀ ଶ୍ରୀ ଯାଦବ ଭାରତର ଡିଜିଟାଲ ବୈଷମ୍ୟକୁ ହ୍ରାସ କରିବା, ଦେଶକୁ ସମାବେଶୀ ଆର୍ଥିକ ସଂସ୍କାର ମାର୍ଗରେ ପରିଚାଳିତ କରି ଆଗକୁ ଆଗେଇ ନେବା ଦିଗରେ ସହାୟକ ହୋଇପାରିବ । ଏହା ଦ୍ୱାରା କେବଳ ଘରୋଇ ଅର୍ଥବ୍ୟବସ୍ଥାର ଆବଶ୍ୟକତା ପୂରଣ ହେବନାହିଁ ଅପରନ୍ତୁ  ବିଦେଶରେ ସୁଦ୍ଧା ଏହାର ଲାଭ କରିବା ସକାଶେ ଭବିଷ୍ୟତର  ଡିଜିଟାଲ ପ୍ରତିଭାଙ୍କୁ ମଧ୍ୟ ବିକଶିତ କରିବ ଏବଂ ସେମାନଙ୍କୁ ରୋଜଗାରର ଅବସର ପ୍ରଦାନ କରିବା ସହ କୌଶଳର ମହତ୍ତ୍ୱ ସଂପର୍କରେ ଅବଗତ କରାଇବ ।

ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖି ମାଇକ୍ରୋସଫ୍ଟ ଇଣ୍ଡିଆର ଅଧ୍ୟକ୍ଷ କହିଲେ ଭବିଷ୍ୟତର କୌଶଳ ଆଜିର କୌଶଳ ଠାରୁ ଭିନ୍ନ ହେବ ଏବଂ ଡିଜିଟାଲ କୌଶଳ ସମାନତାର ଅନ୍ତର ବଣ୍ଟନ ନିମନ୍ତେ ଲୋକମାନଙ୍କ ସହିତ କାମ କରୁଥିବା ସରକାରୀ ତଥା ଘରୋଇ କ୍ଷେତ୍ରର ଭାଗୀଦାରୀ ଏବଂ ଘନିଷ୍ଠ ସହଯୋଗର ଆବଶ୍ୟକତା ରହିଛି ଯାହାକି ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନକୁ ଦ୍ରୁତତର କରିବ ।

ଡିଜି ସକ୍ଷମ କାର୍ଯ୍ୟକ୍ରମର ପ୍ରଥମ ବର୍ଷରେ ୩୦୦,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ପ୍ରଯୁକ୍ତି କୌଶଳଯୁକ୍ତ କରାଯିବ ଏବଂ ସେମାନେ ଚାକିରୀ ସନ୍ଧାନରେ ମାଇକ୍ରୋସଫ୍ଟ ଶିକ୍ଷାର ସଂସାଧନ ଭଳି ପ୍ରୋଗ୍ରାମିଂ ଲାଙ୍ଗୁଏଜ, ଡାଟା ଆନାଲିଟିକ୍ସ, ସଫ୍ଟୱେର ଡେଭଲପମେଣ୍ଟ ଫଣ୍ଡାମେଣ୍ଟାଲ୍ସ ଏବଂ ନ୍ୟାସନାଲ  କ୍ୟାରିୟର ସର୍ଭିସ (ଏନସିଏସ) ପୋର୍ଟାଲ ଉପରେ ଉନ୍ନତ ଡିଜିଟାଲ ଉତ୍ପାଦକତା ପର୍ଯ୍ୟନ୍ତ ପହଞ୍ଚିପାରିବେ । ଏହି କାର୍ଯ୍ୟକ୍ରମରେ ବଞ୍ଚିତ ସମ୍ପ୍ରଦାୟଙ୍କ ସମ୍ବନ୍ଧିତ ଅର୍ଧ ସହରାଞ୍ଚଳ କ୍ଷେତ୍ରରେ ଚାକିରୀ ଚାହୁଁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରାଥମିକତା ପ୍ରଦାନ କରାଯିବ । ବିଶେଷ କରି ସାମାଜି ଓ ଆର୍ଥିକ ଭାବେ ପଛୁଆ ସମ୍ପ୍ରଦାୟର ପ୍ରାର୍ଥୀ, ଦୁର୍ଗମ କ୍ଷେତ୍ରରେ ବସବାସ କରୁଥିବା ସମ୍ପ୍ରଦାୟ, ଯେଉଁ ଲୋକ ବିସ୍ଥାପିତ ହୋଇଥିବେ କିମ୍ବା କୋଭିଡ଼ ୧୯ ମହାମାରୀ କାରଣରୁ ସେମାନଙ୍କର ଚାକିରୀ ହରାଇଥିବେ ସେମାନଙ୍କୁ ଅଗ୍ରାଧିକାର ପ୍ରଦାନ କରାଯିବ । ମାଇକ୍ରୋସଫ୍ଟ ଇଣ୍ଡିଆ ଏହି ଡିଜିଟାଲ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ନିମନ୍ତେ ଆଗା ଖାନ୍‍ ରୁରାଲ ସପୋର୍ଟ ପ୍ରୋଗ୍ରାମ ଇଣ୍ଡିଆ ଏବଂ ଏହାର ନଲେଜ ପାର୍ଟନର ଟିଏମଆଇ ଇ୨ଇ ଏକାଡେମୀକୁ ମଧ୍ୟ ଏଥିରେ ସାମିଲ କରିଛି । ମନ୍ତ୍ରୀ ଶ୍ରୀ ଯାଦବ ଏହି ଅବସରରେ ଡିଜି ସକ୍ଷମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଏଥିରେ ସାମିଲ ଥିବା ସଂଗଠନମାନଙ୍କ ସଫଳତା ନିମନ୍ତେ ଶୁଭକାମନା କରିଥିଲେ ।

କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ, ରାଷ୍ଟ୍ରୀୟ ରୋଜଗାର ସେବା (ଏନସିଏସ) ପରିଯୋଜନାକୁ ମିଶନ ମୋଡ଼ରେ କରିଯୋଜନା ଭାବେ ପ୍ରବର୍ତ୍ତନ କରୁଛି ଯଦ୍ୱାରା ରୋଜଗାର ସମ୍ପର୍କୀତ ବିଭିନ୍ନ ସେବା ଭଳି ଚାକିରୀ ଉପଲବ୍ଧ କରାଇବା, କ୍ୟାରିଅର୍‍ ପରାମର୍ଶ, ବ୍ୟାବସାୟିକ ମାର୍ଗଦର୍ଶନ ଏବଂ କୌଶଳ ବିକାଶ ପାଠ୍ୟକ୍ରମ, ପ୍ରଶିକ୍ଷଣ, ଇଣ୍ଟର୍ଣ୍ଣସିପ୍‍ ଆଦି ସଂପର୍କରେ ଜ୍ଞାନ ପ୍ରଦାନ କରାଯାଇପାରିବ । ଏନସିଏସ ଅନ୍ତର୍ଗତ ସେବା ଆନଲାଇନରେ ଉପଲବ୍ଧ ହେବ ଯାହା ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ରାଷ୍ଟ୍ରକୁ ସମର୍ପିତ କରାଯାଇଥିଲା । ଏହି ପୋର୍ଟାଲରେ ଉପଲବ୍ଧ ସକଳ ପ୍ରକାର ସେବା ଚାକିରୀ ପ୍ରତ୍ୟାଶୀ, ନିଯୋକ୍ତାମାନଙ୍କ ସହିତ ସମସ୍ତ ହିତଧାରକ, ପ୍ରଶିକ୍ଷଣ ପ୍ରଦାତା ଏବଂ ପ୍ଲେସମେଣ୍ଟ ସଂଗଠନମାନଙ୍କ ନିମନ୍ତେ ବିନା ମୂଲ୍ୟରେ ଉପଲବ୍ଧ । ଏନସିଏସ ପୋର୍ଟାଲମାନଙ୍କୁ ସିଧା ଅଥବା କ୍ୟାରିୟର କେନ୍ଦ୍ର (ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ)ମାନ, ସାଧାରଣ ସେବା କେନ୍ଦ୍ର, ଡାକଘର, ମୋବାଇଲ ଉପକରଣ, ସାଇବର କାଫେ ଆଦିରୁ ପ୍ରାପ୍ତ କରାଯାଇପାରିବ ।

କ୍ୟାରିଅର କାଉନସେଲିଂ ଉପରେ ସରକାରଙ୍କ କ୍ରମବଦ୍ଧିଷ୍ଣୁ ଫୋକସ ସହିତ ମନ୍ତ୍ରଣାଳୟ ପକ୍ଷରୁ ୭୦୦ରୁ ଅଧିକ କ୍ୟାରିଅର୍‍ କାଉନସେଲିଂର ଏକ ନେଟୱାର୍କ ପ୍ରସ୍ତୁତ କରିଛନ୍ତି ଯାହା ନିୟମିତ ଭାବେ ଏନସିଏସ ପୋର୍ଟାଲରେ ନିଜର କାର୍ଯ୍ୟକ୍ରମ ପ୍ରକାଶ କରୁଛନ୍ତି । ସାମ୍ପ୍ରତିକ ପରାମର୍ଶ ସଂପର୍କୀତ ପ୍ରକାଶିତ ସୂଚନାବଳୀକୁ ଡିଜିଟାଇଜ କରି ଏବଂ ଏହାକୁ ହିତଧାରକମାନଙ୍କ ଦ୍ୱାରା ଅପଡେଟିଂ ନିମନ୍ତେ ଉତ୍ତରଦାୟୀ କରି କ୍ୟାରିୟର ପରାମର୍ଶ ସାମଗ୍ରୀର ଜ୍ଞାନ ଭଣ୍ଡାର ପ୍ରସ୍ତୁତ କରାଯାଇଛି ଏବଂ ବିଭିନ୍ନ ଉପଯୋଗକର୍ତ୍ତାମାନଙ୍କ ସକାଶେ ସୁଲଭ କରାଯାଇଛି । କ୍ୟାରିୟର ସୂଚନା ଅନ୍ତର୍ଗତ ବ୍ୟବସାୟର ରାଷ୍ଟ୍ରୀୟ ବର୍ଗୀକରଣ ୨୦୧୫ ମସିହା ଆଧାରରେ ୩୬୦୦ରୁ ଅଧିକ ବ୍ୟବସାୟ ଉପରେ ବ୍ୟାବସାୟିକ ଜ୍ଞାନ ଉପଲବ୍ଧ ।

ଭାରତ ସରକାର ମଡ଼େଲ କ୍ୟାରିୟର କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ରାଜ୍ୟମାନଙ୍କୁ ବିର୍ତ୍ତୀୟ ସହାୟତା ପ୍ରଦାନ କରିଛି ଏବଂ ପୂର୍ବରୁ ହିଁ ୨୦୭ ମଡେଲ କ୍ୟାରିୟର କେନ୍ଦ୍ର (୭ଟି ଅଣ ବିତ୍ତୀୟ ପୋଷିତ ଏମସିସି ସହିତ) ମଂଜୁରୀ ପ୍ରଦାନ କରାଯାଇଛି ତଥା ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ ୨୦୦ରୁ ଅଧିକ କ୍ୟାରିୟର କେନ୍ଦ୍ର ସ୍ଥାପନ କରାଯିବାର ନିର୍ଣ୍ଣୟ ସରକାର ନେଇଛନ୍ତି ।

ଏନସିଏସ ପୋର୍ଟାଲ କ୍ୟାରିୟର ଏବଂ ରୋଜଗାର ସମ୍ପର୍କୀତ ସେବାର ବିତରଣ ନିମନ୍ତେ ସଂସ୍ଥାମାନଙ୍କ ତଥା ସଂଗଠନମାନଙ୍କ ଭାଗୀଦାରୀ ନିମନ୍ତେ ଏକ ମୁକ୍ତ ସଂରଚନା ମଧ୍ୟ ପ୍ରଦାନ କରିଛି । ମନ୍ତ୍ରଣାଳୟର କେତେକ ପ୍ରମୁଖ ସଂସ୍ଥାନ ଯଥା କ୍ୱିକର ଜାକ୍ସ, ମୋନଷ୍ଟର ସର୍ଭିସେସ୍‍ ଡଟ୍‍ କମ୍‍, ଫେସର୍ସ ୱାର୍ଲ୍ଡ , ଫାଷ୍ଟ ଜବ୍‍, ମେରା ଜବ୍‍, ସିନର୍ଜି ରିଲେସନସିପ୍‍ ମ୍ୟାନେଜମେଣ୍ଟ ସର୍ଭିସେସ ପ୍ରାଇଭେଟ ଲିମିଟେଡ଼ ସହିତ କର୍ମଚାରୀମାନଙ୍କ ନିମନ୍ତେ ଅଧିକରୁ ଅଧିକ ଚାକିରୀର ଅବସର ଆଣିବା ନିମନ୍ତେ ଅନେକ ସଂସ୍ଥାନ ଏବଂ ସଂଗଠନ ଭିଏସଏସ ଟେକ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ଼, ମୋନଷ୍ଟର ଡଟ୍‍ କମ୍‍, ସରଳ ରୋଜଗାର, କ୍ୟାସିୟସ୍‍ ଟେକ୍ନୋଲୋଜିଜ୍‍ ପ୍ରାଇଭେଟ୍‍ ଲିମିଟେଡ଼, ସାଇନ ଡଟ୍‍ କମ୍‍ ଆଦି ସହିତ ମିଶି କାର୍ଯ୍ୟ କରୁଛନ୍ତି । ଏନସିଏସ ପୋର୍ଟାଲକୁ ଏବେ ଅନ୍ୟ ମନ୍ତ୍ରାଳୟ/ ବିଭାଗମାନଙ୍କ ଭଳି ଏମଏସଡ଼ିଇ, ଏମଏଚଆରଡ଼ି, ଏଆଇସିଟିଇ ଆଦିଙ୍କ ସହିତ ଏକୀକୃତ କରାଯାଉଛି ।

ବର୍ତ୍ତମାନ ଚାକିରୀ ବଜାର ଅଧିକ ପ୍ରତିସ୍ପର୍ଦ୍ଧି ହୋଇଛି ଏବଂ ନିଯୋକ୍ତାମାନେ ଏବେ ନିଜର ସମ୍ଭାବିତ କର୍ମଚାରୀମାନଙ୍କ ଠାରେ ଆବଶ୍ୟକ ଗୁଣ ଅନୁରୂପ ବିଷୟବସ୍ତୁରେ ବିଶେଷଜ୍ଞାନ ସହିତ ରୋଜଗାର ଯୋଗ୍ୟତା କୌଶଳର ମଧ୍ୟ ସନ୍ଧାନ କରୁଛନ୍ତି । ଯୋଜଗାର ଯୋଗ୍ୟତା କୌଶଳ ଏପରି ଏକ କୌଶଳ ଯାହା ଯୋଗ୍ୟତା ଏବଂ ଅନୁଭବ ଠାରୁ ମଧ୍ୟ ଉର୍ଦ୍ଧ୍ୱକୁ ଯାଇଥାଏ ।

 

*****

ss



(Release ID: 1759812) Visitor Counter : 246


Read this release in: English , Marathi , Hindi , Kannada