ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅକ୍ଟୋବର ପହିଲାରେ ସ୍ୱଚ୍ଛ ଭାରତ ମିଶନ-ସହରୀ ୨.୦ ଏବଂ ଅମୃତ ୨.୦ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ


ସମସ୍ତ ସହରକୁ ଆବର୍ଜନା ମୁକ୍ତ ଓ ଜଳ ସୁରକ୍ଷା ଅଭିଯାନର ଉଦ୍ଦେଶ୍ୟ

Posted On: 30 SEP 2021 1:33PM by PIB Bhubaneshwar

ଏକ ଉଲ୍ଲେଖନୀୟ ଘଟଣା କ୍ରମେ ଆସନ୍ତାକାଲି  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଏବଂ ଅମୃତ ୨.0 (୦୧.୧୦.୨୦୨୧) ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଆରମ୍ଭ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଏସବିଏମ-ୟୁ ୨.୦ ଏବଂ ଅମୃତ ୨.୦ ଆମର ସମସ୍ତ ନଗରୀଗୁଡିକୁ ଆବର୍ଜନା ମୁକ୍ତ ଓ ଜଳ ସୁରକ୍ଷା ଯୋଗାଇବା ପାଇଁ ଉଦ୍ଦିଷ୍ଟ । ଏହି ପ୍ଲାଗସିପ ଅଭିଯାନ ଦୃତ ଗତିରେ ବୃଦ୍ଧି ପାଉଥିବା  ସହରୀକରଣ ଆହ୍ୱାନର ମୁକାବିଲା ସହ ୨୦୩୦ ମସିହା ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ।

କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସହରାଞ୍ଚଳ ବିକାଶ ମନ୍ତ୍ରୀଗଣ ଏଥିରେ ଉପସ୍ଥିତ ରହିବେ ।

ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ସମ୍ପର୍କରେ-

ଏସବିଏମ୍‌-ୟୁ-୨.୦ର ଲକ୍ଷ୍ୟ ହେଉଛି ସମସ୍ତ ନଗରୀଗୁଡିକୁ ଆବର୍ଜନା ମୁକ୍ତ କରିବା ଏବଂ ପାଉଁଶିଆ ଓ କଳା ପାଣିର ପରିଚାଳନା ସୁନିଶ୍ଚିତ କରିବା । ଅବଶ୍ୟ  ଅମୃତ ଯୋଜନା ଅଧୀନ ନ ଥିବା ନଗରୀଗୁଡିକ ସମସ୍ତ ସ୍ଥାନୀୟ ନଗର ନିଗମକୁ ଓଡିଏଫ+ ଓ ଏକଲକ୍ଷରୁ କମ୍‌ଥିବା ନଗର ନିଗମକୁ ଓଡିଏଫ++ରେ ପରିଣତ କରି ସହରାଞ୍ଚଳରେ ନିରାପଦ ପରିମଳ ବ୍ୟବସ୍ଥା କାଏମ କରିବା ଲକ୍ଷ୍ୟ ରହିଛି । କଠିନ ବର୍ଜ୍ୟବସ୍ତୁ ଉତ୍ସକୁ ଅଲଗା କରିବା ପାଇଁ ତିନି ଆର ପଦ୍ଧତି ଯଥା (ହ୍ରାସ, ପୁନଃ ବ୍ୟବହାର ଓ ପୁନଃ ପ୍ରକ୍ରିୟାକରଣ) କଠିନ ବର୍ଜ୍ୟବସ୍ତୁ ପରିଚାଳନା କରାଯିବ । ଏସବିଏମ୍‌-ୟୁ-୨.୦ ପାଇଁ ୧.୪୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି ।

ଅମୃତ ୨.୦ ସମ୍ପର୍କରେ- ୪, ୭୦୦ ସହରାଞ୍ଚଳରେ ସମସ୍ତ ଘରକୁ ଶତପ୍ରତିଶତ ଜଳ ଯୋଗାଣ ଅମୃତ ୨.୦ଯୋଜନାର ଲକ୍ଷ୍ୟ ରହିଥିବାବେଳେ, ୨.୬୮ଟ୍ୟାପ ସଂଯୋଗ ଅନ୍ତର୍ଭୁକ୍ତ । ୫୦୦ ଅମୃତ ସହରରେ ୧୦.୫ କୋଟିରୁ ଅଧିକ ଲୋକ ଏହାଦ୍ୱାରା ଉପକୃତ ହେବେ । ଅମୃତ ୨.୦ ଚକ୍ରୀୟ ଅର୍ଥନୀତି ନିୟମରେ ପରିଚାଳିତ ହୋଇ ଭୂଭାଗ ଓ ଭୂତଳ ଜଳ ସଂରକ୍ଷିତ ରହିବ । ବୈଶ୍ୱିକ ବୈଷୟିକ ଜ୍ଞାନ ଏବଂ କୌଶଳ ପେ ଜଲ ସର୍ବେକ୍ଷଣ କରାଯାଇ ସହରମାନଙ୍କ ମଧ୍ୟରେ ଆବଶ୍ୟକତାର କଳନା କରାଯିବ । ଅମୃତ ୨.୦ ଯୋଜନାର ବାବଦ ବ୍ୟୟ ଅଟକଳ ୨. ୮୭ ଲକ୍ଷ କୋଟି ଟଙ୍କା ରଖାଯାଇଛି । 

ଏସବିଏମ୍‌ ୟୁ- ଏବଂ ଏଏମଆରୟୁଟି ର ପ୍ରଭାବ -

ଗତ ସାତବର୍ଷ ମଧ୍ୟରେ ସହରାଂଚଳ ମାନଚିତ୍ରରେ ଏହି ଦୁଇ ଯୋଜନାର ବ୍ୟାପକ ପ୍ରଭାବ ପରିଲକ୍ଷିତ ହୋଇଛି। ଏହି ଦୁଇଟି ଫ୍ଲାଗସିପ ଅଭିଯାନ ଜଳ ଓ ପରିମଳ ଭଳି ଦୁଇଟି ମୌଳିକ ବ୍ୟବସ୍ଥାକୁ ସହରାଞ୍ଚଳ ନାଗରିକଙ୍କ ନିମନ୍ତେ ସୁନିଶ୍ଚିତ କରିଛି । ସ୍ୱଚ୍ଛତା ଆଦି ଜନ ଆନ୍ଦୋଳନରେ ପରିଣତ ହୋଇଛି । ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ବାହ୍ୟ ମଳ ତ୍ୟାଗ ମୁକ୍ତ ଅଞ୍ଚଳ (ଓଡିଏଫ) ଘୋଷିତ ହେବା ସହ ଶତକଡା ୭୦ଭାଗ ବର୍ଜ୍ୟବସ୍ତୁର ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରାଯାଉଛି । ଅମୃତ ଯୋଜନା ଯୋଗୁଁ ୧.୧ କୋଟି ଘରକୁ ଜଳ ସୁରକ୍ଷା ପ୍ରଦାନ ପୂର୍ବକ ୱାଟର ଟ୍ୟାପ ସଂଯୋଗ ଦିଆଯାଇଛି ଓ ୮୫ଲକ୍ଷ ନର୍ଦ୍ଧମା ସଂଯୋଗ ହୋଇ ଚାରିକୋଟି ଲୋକଙ୍କୁ ଉପକୃତ କରାଯାଇଛି ।

*****

SM

 



(Release ID: 1759810) Visitor Counter : 245